ପ୍ରମୂଖ ଖବର
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ

ଭୁବନେଶ୍ୱର, ୨୩/୧୧: ଆଜି ପ୍ରଥମାଷ୍ଟମୀ । ଘରେ ଘରେ ପୂଜା ହେଉଛନ୍ତି ବଡ଼ ସନ୍ତାନ । ଓଡ଼ିଆ ପରମ୍ପରାରେ ଏହି ପୂଜାର ବିଶେଷ ମହତ୍ତ୍ୱ ରହିଛି । ଘରର ପ୍ରଥମ ସନ୍ତାନକୁ ପଢ଼ୁଆଁ କରିବା ପାଇଁ ତାଙ୍କୁ ଷଠୀ ମାଆଙ୍କ ପାଖରେ ବନ୍ଦାପନା କରି ପୂଜାର୍ଚ୍ଚନା କରାଯାଉଛି । ଏହି ପୂଜା ପାଇଁ ଖାସ୍‌ କରି ପ୍ରସ୍ତୁତ କରାଯାଇଥାଏ ଏଣ୍ଡୁରି ପିଠା । ସେଥିପାଇଁ ଚାରିଦିଗ ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି । 

ମାର୍ଗଶିର ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହି ପର୍ବ ମାମୁଁ ଘର ସହିତ ଜଡ଼ିତ । ଘରର ପ୍ରଥମ ସନ୍ତାନକୁ ପଢ଼ୁଆଁ କରିବା ଲାଗି ମାମୁ ନୂଆ ପୋଷାକ, ପିଠା, ବିଭିନ୍ନ ଫଳ ଓ ପୂଜା ସାମଗ୍ରୀ ଭଉଣୀ ଘରକୁ ନେଇ ଯାଇଥାନ୍ତି । ସେଥିପାଇଁ ବଜାରରେ ନୂଆ ବିରି, ନୂଆ ଚାଉଳ, ମୂଳା, ପିଢାରେ ଦେବା ପାଇଁ ଆଖୁ, ଗେଣ୍ଡୁଫୁଲ, ଫଳର ପସରା ମେଲିଛି ।


ଏହି ପୂଜା କେବଳ ଆମ ସମାଜରେ ନୁହେଁ, ବଡ଼ ଦେଉଳରେ ମଧ୍ୟ ପଢୁଆଁ ହୋଇଥାନ୍ତି ବଡ଼ ଠାକୁର । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ନୀତି ପାଳନ ସହ ଶ୍ରୀବିଗ୍ରହମାନଙ୍କୁ ପୋଢୁଆଁ କରାଯାଇଥାଏ । ବଡ଼ ଠାକୁରଙ୍କୁ ପଢୁଆଁ କରବା ପାଇଁ ତାଙ୍କ ମାମୁଁ ଘର ନିଆଳିରୁ ଭାର ଆସିଥିଲା ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.