ପ୍ରମୂଖ ଖବର
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

‘ପ୍ରମେୟ ପାର୍ବଣ କ୍ୱିଜ୍‌-୨୦୨୪’:ବମ୍ପର ପୁରସ୍କାରରେ ଇ-ସ୍କୁଟର୍‌, ସୁନା ମୁଦି, ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ, ମୋଟ ୧୦୦ ବିଜେତାଙ୍କୁ ଆକର୍ଷଣୀୟ ଉପହାର

ଭୁବନେଶ୍ୱର,୨୩/୧୧: ଶିକ୍ଷା ଓ  ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର  ମୂଳମନ୍ତ୍ର ଗିଭିଂ ବ୍ୟାକ୍‌ ଟୁ ସୋସାଇଟି  ଆଧାରରେ ସୁମା ରିୟଲ ମିଡିଆ ସମାଜର  ଉନ୍ନତି ଦିଗରେ ଯୋଗଦାନ ଜାରି ରଖିଛି ।  ପାଠକ ପାଠିକାଙ୍କ ନିକଟରେ ନିରପେକ୍ଷ, ଭିନ୍ନ  ସ୍ୱାଦର ସ୍ୱତନ୍ତ୍ର ଖବର ପହଞ୍ଚାଇବା ଦିଗରେ  ସର୍ବଦା ଏହା ଧ୍ୟାନ କେନ୍ଦ୍ରିତ କରିଛି । ପାଠକ  ପାଠିକାଙ୍କ ରୁଚିକୁ ସର୍ବୋଚ୍ଚ ପ୍ରାଥମିକତା  ମିଳିଛି । ଏହା ‘ପ୍ରମେୟ’କୁ ଅଗ୍ରଣୀଙ୍କଠୁ  ଆଗରେ ପହଞ୍ଚାଇଛି ବୋଲି ଅତିଥିମାନେ  ମତବ୍ୟକ୍ତ କରିଛନ୍ତି ।  

ଶୁକ୍ରବାର ସ୍ଥାନୀୟ ସୋଆ କ୍ୟାମ୍ପସ୍‌-୨  ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି  ‘ପ୍ରମେୟ ପାର୍ବଣ କ୍ୱିଜ୍‌-୨୦୨୪’ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୦୦ ଭାଗ୍ୟଶାଳୀ ବିଜେତାଙ୍କୁ  ପୁରସ୍କୃତ କରାଯାଇଥିଲା । କ୍ୱିଜ୍‌ରେ ଭାଗ ନେଇ  ଭାଗ୍ୟଶାଳୀ ବିଜେତା ଜିତିଛନ୍ତି ଇ-ସ୍କୁଟର୍‌,  ସୁନା ମୁଦି, ଗିଜର୍‌, ଷ୍ଟାବିଲାଇଜର୍‌, ଷ୍ଟିଲ୍‌  ଆଲମିରା ସହ ଅନ୍ୟ ଆକର୍ଷଣୀୟ ପୁରସ୍କାର । 

କାର୍ଯ୍ୟକ୍ରମକୁ ‘ପ୍ରମେୟ’ ଓ ‘ନ୍ୟୁଜ୭’ର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର,  ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ (ଏସ୍‌ଆର୍‌ଏମ୍‌ପିଏଲ୍‌)ର ସିଇଓ ସୁନୀଲ  ଦାସ, ଗ୍ରୁପ୍‌ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌  ମାର୍କେଟିଂ) ହିମାଂଶୁ ହୋତା, ‘ନ୍ୟୁଜ-୭’ର  କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ‘ପ୍ରମେୟ’ ଭୁବନେଶ୍ୱର ବ୍ୟୁରୋ  ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ  ଡିଜିଏମ୍‌ ଗଜେନ୍ଦ୍ର ଦାସ, ଏଜିଏମ୍‌ ରମାକାନ୍ତ  ମଲ୍ଲିକ, ଡିଜଟାଲ ୱିଙ୍ଗ ମୁଖ୍ୟ ଅମରେଶ ଦାସ,  ସୋଆ ଛାତ୍ରମଙ୍ଗଳ ଡିନ୍‌ ଜ୍ୟୋତି ରଞ୍ଜନ ଦାସ  ଅତିଥି ଭାବେ ଯୋଗ ଭାଗ୍ୟଶାଳୀ ବିଜେତାଙ୍କୁ ଉତ୍ସାହିତ କରିଥିଲେ ।  

ଏହି ଅବସରରେ ଗ୍ରୁପ ଏଡିଟର୍‌ ଶ୍ରୀ  ମହାପାତ୍ର କହିଲେ, ପାଠକ ପାଠିକାଙ୍କ ସହ  ସମ୍ପର୍କ ଯୋଡିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।  ଏହି କ୍ୱିଜ୍‌ରେ ଅନେକ ଚିହ୍ନା ଏବଂ ନୂଆ  ପାଠକ ପାଠିକା ପ୍ରତିବର୍ଷ ସାମିଲ ହେଉଛନ୍ତି ।  ଆପଣମାନେ ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌-୭’  ସହ ଯୋଡି ହୋଇ ରହିଥିବାରୁ ଆମ ପାଇଁ  ଏହା ପ୍ରେରଣା । ଆପଣଙ୍କ ଭଲ ପାଇବା  ଆମ ପାଇଁ ସୁଯୋଗ ଓ ସମ୍ଭାବନା । ଏହି  ମୂଳପୁଞ୍ଜିକୁ ନେଇ ଆମେ ଅଗ୍ରସର । ଏହି  ଆଧାରରେ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବର୍ଷର  ବିଭିନ୍ନ ସମୟରେ ଆୟୋଜନ କରାଯାଉଛି ।  ‘ପ୍ରମେୟ’ ଓ ‘ନ୍ୟୁଜ-୭’ ପକ୍ଷରୁ ସମସ୍ତଙ୍କୁ  ଶୁଭେଛା ଓ ଅଭିନନ୍ଦନ । 

ସିଇଓ ଶ୍ରୀ ଦାସ କହିଲେ, ପାଠକୀୟ  ଆଦୃତି ‘ପ୍ରମେୟ’କୁ ଅଗ୍ରଣୀଙ୍କ ଠାରୁ ଆଗରେ  ରଖିପାରିଛି । ପାଠକ ପାଠିକାଙ୍କ ସହ ସମ୍ପର୍କ ଦୃଢ଼ୀକରଣ ସହ ଆଗକୁ ଆହୁରି ଶୃଙ୍ଖଳିତ  ଏବଂ ବ୍ୟବସ୍ଥିତ ଢ଼ଙ୍ଗରେ ସେବା ଜାରି  ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ପାର୍ବଣ କ୍ୱିଜ୍‌  ଦ୍ୱାରା ଯୁବବର୍ଗଙ୍କୁ ଆମ ସଂସ୍କୃତି ଓ ଐତିହ୍ୟ  ସହ ଯୋଡିବାର ଏକ ପ୍ରୟାସ । ଗିଭିଂ ବ୍ୟାକ୍‌ ଟୁ  ସୋସାଇଟି ମୂଳ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟୋଗ ଉର୍ଜା, ଓମେନ୍‌ ଆଚିଭର୍ସ ଓଡ଼ିଶା (ୱାଓ),  କୃଷକ ରତ୍ନ ସମ୍ମାନ ଆଦି କାର୍ଯ୍ୟକ୍ରମ ଦ୍ୱାରା  ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା  ବ୍ୟକ୍ତି ବିଶେଷଙ୍କୁ ପ୍ରୋତ୍ସାହିତ କରାଯାଉଛି । 

ଗ୍ରୁପ ଡାଇରେକ୍ଟର (ସେଲସ୍‌ ଆଣ୍ଡ  ମାର୍କେଟିଂ) ଶ୍ରୀ ହୋତା କହିଲେ,ସୋଆ  ଗ୍ରୁପ ସଂସ୍ଥାପକ ଡ. ମନୋଜ ରଞ୍ଜନ  ନାୟକଙ୍କ ଗିଭିଂ ବ୍ୟାକ୍‌ ଟୁ ସୋସାଇଟି ଲକ୍ଷ୍ୟ  ଆଧାରରେ ‘ପ୍ରମେୟ’ ଏବଂ ‘ନ୍ୟୁଜ-୭’  ସମାଜର ବିକାଶ ଦିଗରେ ଯୋଗଦାନ ଜାରି  ରଖିଛନ୍ତି । ‘ପ୍ରମେୟ’ ଏବଂ ‘ନ୍ୟୁଜ-୭’ ପ୍ରତି  ପାଠକ ପାଠିକାଙ୍କର ଏକ ନିବିଡ ଭଲପାଇବା  ଏବଂ ସମର୍ଥନ ରହିଛି । ଦ୍ରୁତ ଭାବେ ପାଠକ  ପାଠିକା ଯୋଡିହେବା ସହ ଅତି କମ୍‌ ସମୟରେ  ‘ପ୍ରମେୟ’ ଅଗ୍ରଣୀଙ୍କୁ ପଛରେ ପକାଇ ୧ ନମ୍ବର  ହୋଇପାରିଛି । ପାଠକ ପାଠିକାଙ୍କ ଲାଗି ସର୍ବଦା  ସ୍ୱତନ୍ତ୍ର କରିବାର ଉଦ୍ୟମ ଆମେ ଜାରି ରଖିଛୁ ।

‘ପ୍ରମେୟ’ ବ୍ୟୁରୋ ମୁଖ୍ୟ ଶ୍ରୀ ସୁଆର  କହିଲେ, ପାଠକ ପାଠିକା ‘ପ୍ରମେୟ’କୁ ଅକୁଣ୍ଠ ଭଲ ପାଇବା ଓ ସମର୍ଥନ ଦେବା  ସହ ‘ପ୍ରମେୟ’କୁ ୧ ନମ୍ବର ସ୍ଥାନକୁ ଆଣିଛନ୍ତି । ଏଭଳି କାର୍ଯ୍ୟକ୍ରମ ହେଉଛି ପାଠକ ପାଠିକାଙ୍କୁ  ପୁରସ୍କୃତ କରିବାର ‘ପ୍ରମେୟ’ ପରିବାର ପାଇଁ  ବିଶେଷ ଅବସର । ‘ପ୍ରମେୟ’ ପରିବାର ପକ୍ଷରୁ  ବିଜେତାଙ୍କୁ ଢ଼େର ସାରା ଶୁଭେଛା ଓ ଅଭିନନ୍ଦନ । 

ପ୍ରସାର ବିଭାଗ ଡିଜିଏମ୍‌ ଶ୍ରୀ ଦାସ କହିଲେ, ଖୁବ  ସମୟରେ ‘ପ୍ରମେୟ’ ୧ ନମ୍ବର ସ୍ଥାନ ହାସଲ କରିଛି ।  ସମାଜର ସବୁ ବର୍ଗର ପାଠକ ପାଠିକାଙ୍କୁ ସର୍ବଦା ଗୁରୁତ୍ୱ  ଦେଇ ଆସିଛି । ନିରପେକ୍ଷ ଖବର ପ୍ରସାର ଦିଗରେ  ଏହି ଧାରା ଜାରି ରହିବ । ‘ନ୍ୟୁଜ-୭’ର କାର୍ଯ୍ୟକାରୀ  ସମ୍ପାଦକ ଶ୍ରୀ ସେଠୀ କହିଲେ, ଲଗାତାର ୪ର୍ଥ ବର୍ଷ ଲାଗି  ପାର୍ବଣ କ୍ୱିଜ୍‌ ସଫଳତାର ସହ ଆୟୋଜିତ ହୋଇଛି ।  ପାଠକ ପାଠିକାଙ୍କ ସହ ଯୋଡି ହେବା ଏବଂ ସେମାନଙ୍କୁ  ଉତ୍ସାହିତ କରିବା ଦିଗରେ ଏହା ଏକ ନିଆରା ପ୍ରୟାସ ।  

କାର୍ଯ୍ୟକ୍ରମ ଅବସରରେ ଅନ୍ୟମାନଙ୍କ ମଧ୍ୟରେ  ‘ପ୍ରମେୟ’ ସେଲ୍‌ସ ଏବଂ ମାର୍କେଟିଂ ଡିଜିଏମ୍‌ ଏସ୍‌. ଏଫ୍‌. ଅଲ୍ଲୀ, ‘ନ୍ୟୁଜ-୭’ ଡିଜିଏମ୍‌ ସିଦ୍ଧାର୍ଥ ରାୟ,  ଡିଜିଏମ୍‌ ଜ୍ୟୋତିର୍ମୟ ପାଣିଗ୍ରାହୀଙ୍କ ସମେତ ଅନ୍ୟ  କର୍ମକର୍ତ୍ତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ ରିକଭରି ଏଜିଏମ୍‌ ସନ୍ତୋଷ କୁମାର ସାହୁ ।  

କାର୍ଯ୍ୟକ୍ରମର ପ୍ରାୟୋଜକଙ୍କ ମଧ୍ୟରେ ସାଇବର୍ଗ  ଇଭିର ପୂର୍ବାଞ୍ଚଳ ବିକ୍ରି ମୁଖ୍ୟ ଗୋପେଶ ଗୋଏଙ୍କା,  ପଣ୍ଡା ଟ୍ରାଭେଲ ମାର୍ଟର ସିଇଓ କେସି ପ୍ରଧାନ,  ଲିଓଟ୍ରୋନିକ୍ସ ସ୍ୱତ୍ତ୍ୱାଧିକାରୀ ଜୟନ୍ତ କୁମାର ଲେଙ୍କା,  ମ୍ୟାଙ୍ଗୋ ଏୟାରକୁଲରର ରାଜ୍ୟ ମୁଖ୍ୟ ରଞ୍ଜନ କୁମାର  ପଣ୍ଡା, ଆପୋଜି ମ୍ୟାଟ୍ରେସ୍‌ର ଏମ୍‌ଡି ମାଧବନ ସୋମା  ବାଲାନ, ନ୍ୟୁ ପ୍ଲାନେଟ ଆପ୍ଲିଆନ୍ସସେସ୍‌ ରାଜ୍ୟ ମୁଖ୍ୟ  ନଳୀନିକାନ୍ତ ଦାସ, ତନିସା ଇ-ୱାର୍ଲଡର ମ୍ୟାନେଜର  ବିଶ୍ୱଜିତ ପଟ୍ଟନାୟକ, ଜଗତକଲ୍ୟାଣ ଅଗରବତିର  ସ୍ୱତ୍ତ୍ୱାଧିକାରୀ ଦିଲ୍ଲୀପ କୁମାର ଦାସ, ୱିଡିଜିଟାଲର  ନିର୍ଦ୍ଦେଶକ ରିଆଁଶ ଲଲାନି ପ୍ରମୁଖ ଉପସ୍ଥିତ ରହି  ବିଜେତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ପ୍ରାୟୋଜକଙ୍କ  ମଧ୍ୟରେ ସ୍ମାଇଲ୍‌ ଗୋଲ୍ଡ ଜୁଏଲର୍ସ, ସ୍ରିଷ୍ଟି ସର୍ଭିସେସ୍‌ ଏବଂ ଅଟୋଲିଭ୍‌ ୱାଟର୍‌ ଟ୍ୟାଙ୍କ ସେନ୍‌ସର ରହିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.