ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଠକି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା, ଅଭିଯୁକ୍ତ ସାଂସାରିକୁ ବାନ୍ଧିଲା ପୋଲିସ

Published By : Harapriya Sethi | October 7, 2024 2:48 PM

ଭୁବନେଶ୍ୱର,୦୭/୧୦: ଦେଶ ବିଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଇଥିବା ଜଣେ ଧୂର୍ତ୍ତ ଠକକୁ ଗିରଫ କରିଛି ଶ୍ରୀଲିଙ୍ଗରାଜ ଥାନା ପୁଲିସ । ତାଙ୍କ ନାମ ସଂସାରୀ ବେହେରା । ଘର କଟକ ବୈଦେଶ୍ୱର ଥାନା ଅଞ୍ଚଳରେ । ସେ ଟଙ୍କପାଣି ରୋଡ୍‌ ଅଞ୍ଚଳରେ ରହୁଥିଲେ ।  

ସୂଚନା ଅନୁଯାୟୀ, ସଂସାରୀ ଦେଶ ବିଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଇବା ପାଇଁ ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ ସଂସ୍ଥା ସାଇ ୱାର୍ଲ୍ଡ ପାରାଡ଼ାଇଜ୍‌ ନାମରେ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଇଥିଲେ । ସେଥିରେ ଯୋଗାଯୋଗ ନମ୍ବର ଦେବା ସହ ବିଭିନ୍ନ ପ୍ୟାକେଜ ରଖିଥିଲେ । ଅଗ୍ରୀମ ଆକାରରେ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ । ପରେ ଟଙ୍କା ଦେଇଥିବା ଲୋକଙ୍କୁ ଆଉ ଧରାଛୁଆଁ ଦେଉ ନଥିଲେ କି ସେମାନଙ୍କ ଫୋନ୍‌ ଉଠାଉ ନଥିଲେ । 

ରଣଜିତ ସିଂହ ନାମକ ଜଣେ ବ୍ୟକ୍ତି ସଂସାରୀଙ୍କୁ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯିବା ପାଇଁ ଅଗ୍ରୀମ ଆକାରରେ ୩୦ ହଜାର ଟଙ୍କା ଦେଇଥିଲେ । ୨ ମାସ ବିତି ଯାଇଥିଲେ ମଧ୍ୟ ସଂସାରୀ ଆଉ ରଣଜିତଙ୍କୁ ଧରାଛୁଆଁ ଦେଇ ନଥିଲେ । ଠକାମୀର ଶିକାର ହୋଇଥିବା ଜାଣି ରଣଜିତ ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ଠକେଇ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଆଜି ପୋଲିସ ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ସଂସାରୀଙ୍କୁ ଉଠାଇ ଆଣିଛି । ପୋଲିସ ତଦନ୍ତରୁ  ସଂସାରୀଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଏପରି ଠକେଇ ଅଭିଯୋଗ ଥିବା ଜଣାପଡ଼ିଛି । ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଆସନ୍ତାକାଲି ସଂସାରୀଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.