ନୂଆଦିଲ୍ଲୀ, ୦୮/୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଦେଶର ସଫଳ ମହିଳାମାନଙ୍କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' ହ୍ୟାଣ୍ଡେଲ କରିବାକୁ ସୁଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କର ଆକାଉଣ୍ଟ ସମ୍ଭାଳିବାକୁ ଦାୟିତ୍ଵ ଦେଇଛନ୍ତି। ଏହି କ୍ରମରେ ଓଡ଼ିଶାର ଏଲିନା ମିଶ୍ର ଏବଂ ଶିଳ୍ପୀ ସୋନିଙ୍କୁ ସୁଯୋଗ ମିଳିଛି। ପିଏମ୍ଙ୍କ ଆକାଉଣ୍ଟରୁ ସେମାନେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।
Space technology, nuclear technology and women empowerment…
— Narendra Modi (@narendramodi) March 8, 2025
We are Elina Mishra, a nuclear scientist and Shilpi Soni, a space scientist and we are thrilled to be helming the PM’s social media properties on #WomensDay.
Our message- India is the most vibrant place for science… pic.twitter.com/G2Qi0j0LKS
ଏଲିନା ମିଶ୍ର ଏବଂ ଶିଳ୍ପୀ ସୋନି ଲେଖିଛନ୍ତି ଯେ, ଭାରତ ହେଉଛି ବିଜ୍ଞାନ ପାଇଁ "ସବୁଠୁ ଜୀବନ୍ତ ସ୍ଥାନ"। ଅଧିକରୁ ଅଧିକ ମହିଳା ଏହାକୁ ଗ୍ରହଣ କରିପାରିବେ। "ଆମେ ଦୁହେଁ, ଏଲିନା ଏବଂ ଶିଳ୍ପୀ, ଆମ ନିଜ ନିଜ କ୍ଷେତ୍ରରେ ବିଭିନ୍ନ ସୁଯୋଗ ଖୋଲିଥିବା ଦେଖୁଛୁ। ଭାରତରେ ପରମାଣୁ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏତେ ସୁଯୋଗ ମିଳିବ ବୋଲି କେବେ କଳ୍ପନା କରିନଥିଲୁ। ସେହିପରି, ମହାକାଶ ଜଗତରେ ମହିଳା ଏବଂ ଘରୋଇ କ୍ଷେତ୍ରର ବୃଦ୍ଧି ପାଉଥିବା ଅଂଶଗ୍ରହଣ ଭାରତକୁ ନବସୃଜନ ଏବଂ ଅଭିବୃଦ୍ଧି ପାଇଁ ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ମଧ୍ୟରୁ ଗୋଟିଏ। ଭାରତୀୟ ମହିଳାମାନଙ୍କ ପାଖରେ ନିଶ୍ଚିତ ଭାବରେ ପ୍ରତିଭା ଅଛି ଏବଂ ଭାରତ ପାଖରେ ନିଶ୍ଚିତ ଭାବରେ ସଠିକ୍ ମଞ୍ଚ ଅଛି।"
ସେହିପରି ଚେସ୍ ଖେଳାଳି ବୈଶାଳୀ ରମେଶବାବୁଙ୍କୁ ମଧ୍ୟ ସୁଯୋଗ ମିଳିଛି। ସେ ଲେଖିଛନ୍ତି ଯେ, "ବଣକ୍କମ୍ ! ମୁଁ ବୈଶାଳୀ। ମହିଳା ଦିବସରେ ଆମ ପ୍ରଧାନମନ୍ତ୍ରୀ ମୋତେ ତାଙ୍କର ଏକ୍ସ ହ୍ୟାଣ୍ଡେଲ କରିବାକୁ ଦେଇଥିବାରୁ ମୁଁ ବହୁତ ଖୁସି। ଆପଣମାନେ ଜାଣିଥିବେ ଯେ, ମୁଁ ଚେସ୍ ଖେଳୁଛି। ମୋ ଦେଶ ପାଇଁ ମୋତେ ଖେଳିବାକୁ ସୁଯୋଗ ମିଳୁଥିବାରୁ ମୁଁ ଗର୍ବିତ।"
Vanakkam!
— Narendra Modi (@narendramodi) March 8, 2025
I am @chessvaishali and I am thrilled to be taking over our PM Thiru @narendramodi Ji’s social media properties and that too on #WomensDay. As many of you would know, I play chess and I feel very proud to be representing our beloved country in many tournaments. pic.twitter.com/LlYTmqE2MQ