ନୂଆଦିଲ୍ଲୀ,୨୭।୨: ପ୍ରୟାଗରାଜରେ ୪୫ ଦିନ ପର୍ଯ୍ୟନ୍ତ ଚାଲିଥିବା ଭବ୍ୟ ମହାକୁମ୍ଭ ମେଳାର ସମାପନା ହୋଇଛି। ଏଥିରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଆସ୍ଥା ଓ ଭକ୍ତିର ସହ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି। ପିଏମ୍ ମୋଦି ମହାକୁମ୍ଭର ସମାପନରେ ଏକ ବ୍ଲଗ ଲେଖିଛନ୍ତି। ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ବୋଲି କହିଛନ୍ତି। ଏହା ସହ ସେ ମହାକୁମ୍ଭର ବ୍ୟବସ୍ଥାରେ କୌଣସି ଅଭାବ ଥିଲେ ଜନତାଙ୍କୁ କ୍ଷମା ମାଗିଛନ୍ତି।
ପିଏମ୍ ମୋଦି ମହାକୁମ୍ଭରେ ବ୍ୟବସ୍ଥାରେ ଅଭାବକୁ ନେଇ କ୍ଷମା ମାଗି ଲେଖିଛନ୍ତି, ମୁଁ ଜାଣୁଛି, ଏତେ ବିଶାଳ ଆୟୋଜନ ସହଜ ନଥିଲା। ମୁଁ ପ୍ରାର୍ଥନା କରୁଛି ମା’ ଗଙ୍ଗା, ମା ଯମୁନା ଏବଂ ମା ସରସ୍ବତୀଙ୍କୁ। ହେ ମା’ ଆମର ଆରାଧନାରେ କିଛି ଅଭାବ ଥିଲେ କ୍ଷମା କରିବେ। ଜମତା ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଇଶ୍ବର ସ୍ବରୂପ, ଶ୍ରଦ୍ଧାଳୁଙ୍କ ସେବାରେ ଯଦି ଆମର କିଛି ଅଭାବ ରୁହେ ତେବେ ଜନତାଙ୍କୁ କ୍ଷମା ମାଗୁଛି।
महाकुंभ संपन्न हुआ...एकता का महायज्ञ संपन्न हुआ। प्रयागराज में एकता के महाकुंभ में पूरे 45 दिनों तक जिस प्रकार 140 करोड़ देशवासियों की आस्था एक साथ, एक समय में इस एक पर्व से आकर जुड़ी, वो अभिभूत करता है! महाकुंभ के पूर्ण होने पर जो विचार मन में आए, उन्हें मैंने कलमबद्ध करने का… pic.twitter.com/TgzdUuzuGI
— Narendra Modi (@narendramodi) February 27, 2025
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହା କିଛି ଏଭଳି ହୋଇଛି, ଯାହାକି ଗତ କିଛି ବର୍ଷ ପୂର୍ବରୁ ହୋଇନଥିଲା। ଏଭଳି କିଛି ହୋଇଛି, ଯାହାକି ଆଗାମୀ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ମୂଳଦୁଆ ରଖିବ। ପ୍ରୟାଗରାଜରେ ଯେତିକି କଳ୍ପନା କରାଯାଇଥିଲା, ତାଠାରୁ ବହୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ସେଠାରେ ପହଁଞ୍ଚିଥିଲେ। ଏହାର ଗୋଟିଏ କାରଣ ଏହା ମଧ୍ୟ ଥିଲା ଯେ, ପ୍ରଶାସନ ମଧ୍ୟ ପୁରୁଣା କୁମ୍ଭର ଅନୁଭବକୁ ଦେଖି ଅନୁମାନ କରିଥିଲା, କିନ୍ତୁ ଆମେରିକାର ଜନସଂଖ୍ୟାର ପ୍ରାୟ ଦୁଇଗୁଣା ଲୋକ ଏକତାର ମହାକୁମ୍ଭରେ ଭାଗ ନେଇଥିଲେ, ବୁଡ଼ ପକାଇଥିଲେ।’
ମୋଦି କହିଛନ୍ତି, ପ୍ରୟାଗରାଜରେ ମହାକୁମ୍ଭର ଏହା ଆୟୋଜନ, ଆଧୁନିକ ଯୁଗର ମ୍ୟାନେଜମେଣ୍ଟ ପ୍ରଫେସନାଲଙ୍କ ପାଇଁ ପ୍ଲାନିଂ ଓ ପଲିସି ଏକ୍ସପର୍ଟଙ୍କ ପାଇଁ ଷ୍ଟଡିର ବିଷୟ ପାଲଟିଛି। ଆଜି ପୁରା ବିଶ୍ବରେ ଏଭଳି ବିରାଟ ଆୟୋଜନର କୌଣସି ଦ୍ବିତୀୟ ତୁଳନା ନାହିଁ, ଏଭଳି କୌଣସି ଉଦାହରଣ ମଧ୍ୟ ନାହିଁ। ନିଜର ଐତିହ ଉପରେ ଗୌରବ କରୁଥିବା ଭାରତ ଏବେ ନୂଆ ଶକ୍ତି ସହ ଆଗକୁ ବଢୁଛି। ଏହା ଯୁଗର ପରିବର୍ତ୍ତନର ପଦଧ୍ବନୀ। ଯାହାକି ଦେଶର ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି।