ପ୍ୟାରିସ୍,୦୩/୦୮: ୟୁଗାଣ୍ଡା ପ୍ରତିଯୋଗୀ ଜୋଶୁଆ ଚେପଟେଗି ପୁରୁଷ ବର୍ଗ ୧୦,୦୦୦ମିଟର ଦୌଡ ଇଭେଣ୍ଟରେ ଅଲିମ୍ପିକ୍ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିର୍ଦ୍ଧାରିତ ଦୂରତାକୁ ସେ ୨୬ମିନିଟ୍ ୪୩.୧୪ ସେକେଣ୍ଡରେ ଅତିକ୍ରମ କରିଥିଲେ । ପୂର୍ବରୁ କେନେନିସା ବେକେଲିଙ୍କ ନାମରେ ବିଶ୍ୱ ରେକର୍ଡ ରହିଥିଲା । ସେ ବେଜିଂ ଅଲିମ୍ପିକ୍ସରେ ୨୭ମିନିଟ୍ ୦୧.୧୭ ସେକେଣ୍ଡ ଟାଇମିଂ ସହ ରେକର୍ଡ କରିଥିଲେ । ଏହି ଇଭେଣ୍ଟରେ ବିଶ୍ୱ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ସେ ୨୦୨୦ରେ ୨୬ମିନିଟ୍ ୧୧.୦୦ ସେକେଣ୍ଡ ଟାଇମିଂ ସହ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ଇଥିଓପିଆର ବେରିହୁ ଆରେଗାୱି ୨୬ମିନିଟ୍ ୪୩.୪୪ସେକେଣ୍ଡ ଟାିମିଂ ସହ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ୟୁଏସଏର ଗ୍ରାଣ୍ଡ ଫିସର ୨୬ମିନିଟ୍ ୪୩.୪୬ସେକେଣ୍ଡ ସହ ବ୍ରୋଞ୍ଜ ଜିତିଥିଲେ ।
ବିଜେଡିରେ କମ୍ପନ: ନେତାଏ ଅନିଶ୍ଚିତ; ଦଳ ରହିବ ନା......