ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

Operation Sindoor: ରାଫେଲ, ସୁଖୋଇର ଗର୍ଜନରେ ଥରିଲା ପାକିସ୍ତାନ ଛାତି; ସେପଟେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ବିମାନ ସେବା ରଦ୍ଦ କଲା ଏୟାର ଇଣ୍ଡିଆ

Published By : Prameya | May 7, 2025 5:47 AM

Image source: Internet

ନୂଆଦିଲ୍ଲୀ,୦୭/୦୫: ଧର୍ମ ପଚାରି ଜଣେ ସଧବାର ସିନ୍ଦୁର ଛଡ଼ାଇ ନେଇଥିବା ପାକିସ୍ତାନର ପୋଷା ଆତଙ୍କବାଦୀମାନେ ହୁଏତ ଭାବି ନଥିବେ ଏଇ ସିନ୍ଦୁର ତାଙ୍କ ପାଇଁ ସମାଧି ବିଛାଇଦେବ। ପହଲଗାମ୍‌ ଆତଙ୍କୀ ଆକ୍ରମଣର ଦୁଇ ସପ୍ତାହ ନପୂରୁଣୁ 'ଅପରେସନ ସିନ୍ଦୁର' ମାଧ୍ୟମରେ ପାକିସ୍ତାନ ସୀମା ଭିତରକୁ ପଶି ‌୯ଟି ଆତଙ୍କୀ ଶିବିର ଉପରକୁ ଘନ ଘନ ଏୟାରଷ୍ଟ୍ରାଇକ କରିଛି ଭାରତୀୟ ସେନା। ରକ୍ତର ଜବାବ ରକ୍ତରେ, ସିନ୍ଦୁରର ଜବାବ 'ଅପରେସନ ସିନ୍ଦୁର' ମାଧ୍ୟମରେ ଦେଇଛି ତିନି ଭାରତୀୟ ସେନା ବାହିନୀ। ଭାରତୀୟ ସେନା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ,'ସେନା କୌଣସି ପାକ୍‌ ନାଗରିକ ଥିବା ସ୍ଥାନ, ସାମରିକ ଏବଂ ସରକାରୀ କାର୍ଯ୍ୟାଳୟ ନୁହେଁ ବରଂ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଛି। ସେପଟେ ପାକିସ୍ତାନ ମଧ୍ୟ ନିଶ୍ଚିତ କରିଛି ଯେ,'ଭାରତ ପକ୍ଷରୁ ୨୪ଟି ଏୟାରଷ୍ଟ୍ରାଇକ କରାଯାଇଛି।'

ଜାତୀୟ ଜଣମାଧ୍ୟମର ସୂଚନା ଅନୁସାରେ, ସେନାର ଏହି 'ଅପରେସନ୍‌ ସିନ୍ଦୁର'କୁ ରାତି ତମାମ ଅନୁଧ୍ୟାନ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ବରିଷ୍ଠ ନେତା ଓ ପ୍ରତିରକ୍ଷା ବିଶେଷଜ୍ଞମାନେ ଏହି ଅପରେସନ ପାଇଁ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି।

ସେପଟେ ଅପରେସନ୍‌ ସିନ୍ଦୂର ପରେ, ଏୟାର ଇଣ୍ଡିଆ ଏକ ଯାତ୍ରା ପରାମର୍ଶଦାତା ଜାରି କରି କହିଛି, "ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, କର୍ତ୍ତୃପକ୍ଷଙ୍କ ଠାରୁ ପରବର୍ତ୍ତୀ ସୂଚନା ନମିଳିବା ପର୍ଯ୍ୟନ୍ତ, ମେ ୭ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଏହାର ସମସ୍ତ ବିମାନ ବାତିଲ କରାଯାଇଛି। ଅମୃତସର ଯାଉଥିବା ଦୁଇଟି ଅନ୍ତର୍ଜାତୀୟ ବିମାନକୁ ଦିଲ୍ଲୀ ପଠାଯାଉଛି।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.