ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଡିଜିଟାଲ ଷ୍ଟ୍ରାଇକ; ପାକ୍ ପିଏମ୍ ଶାହବାଜ ସରିଫ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍, ସୂଚନାମନ୍ତ୍ରୀଙ୍କ 'ଏକ୍ସ' ବ୍ଲକ

Published By : Ankita S | May 3, 2025 10:49 AM

ନୂଆଦିଲ୍ଲୀ,୦୩/୦୫: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ ଭାରତରେ ବ୍ଲକ କରିଦିଆ ଯାଇଛି । ସେହିପରି ପାକ୍ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାରଙ୍କ 'ଏକ୍ସ' ଆକାଉଣ୍ଟ ବି ଭାରତରେ ବ୍ଲକ ହୋଇଛି । ଭାରତ ସରକାର କେବଳ ପାକିସ୍ତାନ ମନ୍ତ୍ରୀ ନୁହେଁ ଅଭିନେତାଙ୍କର ୟୁଟ୍ୟୁବ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ବ୍ୟାନ୍ କରି ଦେଇଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ଙ୍କ ଅଧିକାରୀକ ୟୁଟ୍ୟୁବ ଚ୍ୟାନେଲ ବନ୍ଦ ହୋଇଛି । ବ୍ଲକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲରେ ଏକ ମେସେଜ ଦେଖିବାକୁ ମିଳିଛି । ସେଥିରେ ଲେଖାଅଛି ଏହି କଣ୍ଟେଣ୍ଟ ରାଷ୍ଟ୍ରୀୟ ସୁରକ୍ଷା ଏବଂ ସାର୍ବଜନିନ ବ୍ୟବସ୍ଥା ସମ୍ବନ୍ଧିତ ସରକାରୀ ଆଦେଶ ନେଇ ବର୍ତ୍ତମାନ ଉପଲବ୍ଧ ନାହିଁ । ଅଧିକ ସୂଚନା ପାଇଁ ଗୁରୁଲ ଟ୍ରାନ୍ସପରେନ୍ସିଂ ରିପୋର୍ଟ ଦେଖନ୍ତୁ ।

ଅଧିକ ପଢନ୍ତୁ...Pahalgam Attack: ଲଗାତାର ନବମ ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ, ଜବାବ୍ ଦେଲା ଭାରତ

ସେହିପରି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାରଙ୍କ 'ଏକ୍ସ' ଆକାଉଣ୍ଟ ବି ଭାରତରେ ବ୍ଲକ କରି ଦିଆଯାଇଛି । ସୂଚନା ମନ୍ତ୍ରୀଙ୍କ ପ୍ରୋଫାଇଲ ଫଟୋ ଓ କଭର ପେଜ୍ ବି ଗାୟଏ ହୋଇଛି । ତରାର ଗତ ବୁଧବାର ଭାରତ ଆକ୍ରମଣ ଭୟରେ ରାତି ଅଧିଆ ପ୍ରେସ୍‌ମିଟ କରିଥିରେ । ଭାରତ ୨୪ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ ବୋଲି ଭୟରେ ପାକ୍ ସେନାକୁ ସଜାଗ ହେବାକୁ କହିଥିଲେ ।

ଭାରତ-ପାକିସ୍ତାନ ଡିଜିଟାଲ ଷ୍ଟ୍ରାଇକ୍- କହି ରଖୁଛୁ କି, ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ୱାଟର ପରେ ଡିଜିଟାଲ ଷ୍ଟ୍ରାଇକ କରିଛି । ପୂର୍ବରୁ ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରିଥିଲା । ଯେଉଁଥିରେ ଭାରତ ବିରୋଧରେ ଉତ୍ତେଜନାମୂଳକ ଓ ସମ୍ପ୍ରଦାୟକ ରୂପରେ ସମ୍ବେଦନଶୀଳ କମେଣ୍ଟ ଦିଆଯାଉଥିଲା । ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଥିଲା । ଦାୱନ ନ୍ୟୁଜ, ଇର୍ସାଦ ଭାଟ୍ଟି, ସାମା ଟିଭି, ବୋଲ ନ୍ୟୁଜ ଆଦି ଚ୍ୟାନେଲ ବ୍ଲକ କରାଯାଇଥିଲା । କ୍ରିକେଟର ବାବର, ରିଜୱାନ ଓ ସାଇନି ଆଫ୍ରିଦିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ବ୍ଲକ କରି ଦିଆଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.