ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଯୁଦ୍ଧ ଭୟରେ ପାକ୍‌ ସେନାରେ ଗଣ ଇସ୍ତଫା;୨୫୦ ଅଫିସର, ୪୫୦୦ ସୈନ୍ୟ ଛାଡ଼ି ପଳାଇଲେ

Published By : prameya | April 29, 2025 7:52 AM

ନୂଆଦିଲ୍ଲୀ,୨୯/୦୪: ପାକିସ୍ତାନୀ ସେନା ଅଫିସର ଓ ସୈନ୍ୟମାନଙ୍କୁ ଭାରତ ଆକ୍ରମଣ କରିବାର ଭୟ ଘାରିଛି । ଫଳରେ ସେମାନେ ଭୟଭୀତ ହୋଇ ସେନାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । କିଛି ଅଫିସର ଓ ସୈନ୍ୟ ନିଜର ସୀମାନ୍ତ ପୋଷ୍ଟ ଛାଡି ପଳାଇଛନ୍ତି । ପାକିସ୍ତାନୀ ସେନା ପକ୍ଷରୁ ଅଫିସର ଓ ସୈନ୍ୟଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏକ ଚିଠିରୁ ଏକଥା ସ୍ପଷ୍ଟ ଭାବେ ଜଣାପଡିଛି । ରିପୋର୍ଟ ଅନୁସାରେ ଗତ ଦୁଇଦିନ ଭିତରେ ପାକିସ୍ତାନ ସେନାର ୨୫୦ ଜଣ ଅଫିସର ଓ ୪,୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି । ଏପରିକି କେତେକ ସୀମାନ୍ତ ପୋଷ୍ଟକୁ ଛାଡି ସେନା ଅଫିସର ଓ ସୈନ୍ୟମାନେ ନିଜ ଘରକୁ ପଳାଇଛନ୍ତି । ସେମାନେ ନିଜକୁ ସୁରକ୍ଷିତ ରଖିବା ଲାଗି ଏଭଳି କରିଥିବା କୁହାଯାଉଛି । ପାକିସ୍ତାନର ପଶ୍ଚିମ ସୀମାରେ ମୁତୟନ ୧୨ତମ କର୍ପସର ୨୦୦ ଅଫିସର ଓ ୬୦୦ ସୈନ୍ୟ ନିଜ ପୋଷ୍ଟ ଛାଡି ପଳାଇଛନ୍ତି । ନଦର୍ଣ୍ଣ କମାଣ୍ଡ ଅଧୀନରେ କାର୍ଯ୍ୟରତ ୧୦୦ ଅଫିସର ଓ ୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି । 

ସେହିଭଳି ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ମୁତୟନ ହୋଇଥିବା ମଙ୍ଗଳା କର୍ପସର ୭୫ ଜଣ ଅଫିସର ଓ ୫୦୦ରୁ ଅଧିକ ସୈନ୍ୟ ନିଜ ପଦବି ଛାଡି ପଳାଇଛନ୍ତି । ଏହି ଘଟଣା ପରେ ପାକିସ୍ତାନ ସେନା ପକ୍ଷରୁ ସବୁ ଅଫିସର ଓ ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖାଯାଇଛି । ସେଥିରେ ସେମାନଙ୍କୁ ଭୟଭୀତ ନ ହେବା ଲାଗି ପରାମର୍ଶ ଦିଆଯାଇଛି । କୁହାଯାଇଛି କି ସେମାନେ ଦେଶକୁ ରକ୍ଷା କରିବା ଲାଗି ଯେଉଁ ଶପଥ ନେଇଥିଲେ ତାକୁ ପାଳନ କରିବାର ସମୟ ଆସିଛି । ତେଣୁ ସେମାନେ ନିଜର ମନୋବଳ ସୁଦୃଢ଼ କରିବା ସହ ଶତ୍ରୁର ମୁକାବିଲା କରିବାକୁ ସେମାନଙ୍କୁ କୁହାଯାଇଛି । ଚିଠିରେ ଲେଖାଯାଇଛି କି ଆମର କିଛି ମୁଜାହିଦ୍ଦିନ ପହଲଗାମ ଆକ୍ରମଣକୁ ଅନ୍ତିମ ରୂପରେଖ ଦେଇଥିଲେ । ତେଣୁ ଭାରତ କାର୍ଯ୍ୟାନୁଷ୍ଠାନ କରିବାର ଭୟରେ ସୈନ୍ୟମାନେ ଇସ୍ତଫା ଦେବା ଓ ପୋଷ୍ଟ ଛାଡି ପଳାଇବା ଆଦୌ ଠିକ୍‌ ନୁହେଁ । ସେମାନେ ଏକାଠି ହେବା ଓ ଦେଶର ସୁରକ୍ଷା ଲାଗି ଦୃଢ଼ ଭାବେ ଠିଆ ହେବା ଉଚିତ । 


ତେବେ ଭାରତକୁ ନେଇ ସେନାରେ ଲାଗି ରହିଥିବା ଭୟ ଓ ସୈନ୍ୟମାନଙ୍କ ଗଣଇସ୍ତଫା ଘଟଣାକୁ ନେଇ ପାକିସ୍ତାନର କିଛି ପ୍ରତିରକ୍ଷା ବିଶେଷଜ୍ଞ ଏବଂ ପୂର୍ବତନ ସେନା ଅଫିସର ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ଅସିମ ମୁନିରଙ୍କୁ ଦାୟୀ କରିଛନ୍ତି । ସେମାନେ କହିଛନ୍ତି ସେନାରେ ମନୋବଳ ଭାଙ୍ଗିବା ପଛରେ ମୁନିରଙ୍କ ଦୁର୍ବଳ ନେତୃତ୍ୱ ଦାୟୀ । ସେନା ଅଫିସର ଓ ସୈନ୍ୟମାନଙ୍କ ମନୋବଳ ବୃଦ୍ଧି ଦିଗରେ କିଛି କରାଯାଉନାହିଁ । ଘଡିସନ୍ଧି ମୁହୂର୍ତ୍ତରେ ସେମାନେ ଇସ୍ତଫା ଦେବା କିମ୍ବା ଛାଡି ପଳାଇବା ଦୁର୍ବଳ ନେତୃତ୍ୱକୁ ଦର୍ଶାଉଛି । ସେନାରେ ଯଦି ଏଭଳି ଦୁର୍ବଳ ନେତୃତ୍ୱ ରହିବ ତେବେ ସେନା ଦୁର୍ବଳ ହେବ । ଯାହାଫଳରେ ସମଗ୍ର ଅଞ୍ଚଳରେ ଅସ୍ଥିରତା ବଢ଼ିବ । ତେଣୁ ବର୍ତ୍ତମାନ ସମୟରେ ସମସ୍ତେ ଏକାଠି ହୋଇ କାମ କରିବାକୁ ହେବ ।

ଅନ୍ୟପଟେ ପହଲଗାମ୍‌ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନ ନିରପେକ୍ଷ ତଦନ୍ତ ଦାବି କରିଛି । ରୁଷ୍‌ ଓ ଚୀନ୍‌କୁ ସାମିଲ କରାଯାଇ ଯାଞ୍ଚ ହେବା ଆବଶ୍ୟକ ବୋଲି ଏହା କହିଛି । ପାକ୍‌ ପରେ ଏବେ ଚୀନ୍‌ ମଧ୍ୟ ସମାନ ବୟାନ ଦେଇଛି । ଚୀନ୍‌ର ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୟୀ ରବିବାର ପାକିସ୍ତାନୀ ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ୍‌ ଡାର୍‌ଙ୍କ ସହ ଟେଲିଫୋନ୍‌ରେ କଥା ହୋଇଥିଲେ । ଭାରତ ସହ ଚାଲିଥିବା ସଦ୍ୟ ବିବାଦକୁ ନେଇ ଡାର୍‌ ତାଙ୍କୁ ସୂଚନା ଦେଇଥିଲେ । ଏହାପରେ ୱାଙ୍ଗ୍‌ କହିଛନ୍ତି, ଦୁଇଦେଶ ମଧ୍ୟରେ ଲାଗିରହିଥିବା ବିବାଦ ଉପରେ ଆମେ ନଜର ରଖିଛୁ । ଆତଙ୍କବାଦର ମୁକାବିଲା କରିବା ଦୁଇଦେଶର ଦାୟିତ୍ୱ । ତେଣୁ ଉଭୟ ଦେଶ ଆପୋସ ଭାବେ ସମାଧାନ ବାହାର କରିବା ଉଚିତ । 

ଆତଙ୍କବାଦ ନିରୋଧ କାର‌୍ୟ୍ୟକ୍ରମରେ ଚୀନ୍‌ ସର୍ବଦା ପାକିସ୍ତାନର ସାଥ୍‌ ଦେବା ନେଇ ସେ କହିଥିଲେ । ୱାଙ୍ଗ୍‌ ଆହୁରି କହିଛନ୍ତି, ପାକିସ୍ତାନର ଜଣେ ସ୍ଥାୟୀ ତଥା ସର୍ବାନୁକୂଳ ରଣନୀତିକ ସହଯୋଗୀ ହିସାବରେ ଚୀନ୍‌ ଏହାର ସୁରକ୍ଷା ଜନିତ ସମସ୍ୟାଗୁଡ଼ିକୁ ଭଲ ଭାବେ ବୁଝୁଛି । ପାକ୍‌ର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାରେ ଦେଶକୁ ଆମେ ସମର୍ଥନ ଜଣାଇବୁ । ସଦ୍ୟ ପହଲଗାମ୍‌ ଘଟଣାର ନିରପେକ୍ଷ ତଦନ୍ତରେ ବିଶ୍ୱାସ କରୁ । ଆତଙ୍କବାଦ ଭାରତ କିମ୍ବା ପାକିସ୍ତାନ ପାଇଁ ଶୁଭଙ୍କର ନୁହେଁ । ଏହାଯୋଗୁ ସୃଷ୍ଟି ହୋଇଥିବା ବିବାଦ ଦ୍ୱାରା ଆଞ୍ଚଳିକ ଶାନ୍ତି ଓ ସ୍ଥିରତା କ୍ଷୁଣ୍ଣ ହେବ । ଉଭୟ ଦେଶ ବିବାଦରୁ ବିରତ ରହି ପରିସ୍ଥିତିର ମୁକାବିଲା ଲାଗି ଆପୋସ ସମାଧାନ କରନ୍ତୁ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.