ପ୍ରମୂଖ ଖବର
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପ୍ରାର୍ଥୀବ ଶରୀରର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Operation Sindoor: ପାକିସ୍ତାନରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ; ଭାରତରେ ବିମାନବନ୍ଦର ବନ୍ଦ, ବିମାନ ସେବା ରଦ୍ଦ କଲା ଏୟାରଲାଇନ୍ସ

Published By : Anindita Ratha | May 7, 2025 7:53 AM

ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ।ଭାରତୀୟ ସେନା ଗତକାଲି ମଧ୍ୟରାତ୍ରୀରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ  'ଅପରେସନ୍ ସିନ୍ଦୂର' ଅଧୀନରେ ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ କରିଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାକିସ୍ତାନ ଏବଂ POK ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା।  

ଅପରେସନ ସିନ୍ଦୁର ଅଧୀନରେ, ଭାରତ ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ମୁଖ୍ୟ କାର୍ଯ୍ୟାଳୟକୁ ଟାର୍ଗେଟ କରିଛି। ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ ମଧ୍ୟରେ, ଏୟାର ଇଣ୍ଡିଆ ତାର ଯାତ୍ରୀମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି। ଯାହା ଅନୁଯାୟୀ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ସାରା ଦେଶରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ବାତିଲ ରହିବ। ଇଣ୍ଡିଗୋ ଏବଂ ସ୍ପାଇସ୍ ଜେଟ୍ ଏୟାରଲାଇନ୍ସ ମଧ୍ୟ ସେମାନଙ୍କର ଉଡ଼ାଣ ବାତିଲ କରିଛନ୍ତି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଉତ୍ତର ଭାରତର ବିମାନବନ୍ଦରଗୁଡ଼ିକ ବନ୍ଦ ରହିବ।

ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନାର ଆକ୍ରମଣ ପରେ, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ସ୍ପାଇସ ଜେଟ୍ ଯାତ୍ରୀମାନଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି।  ଏୟାରଲାଇନ୍ସ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି, ବିମାନ କମ୍ପାନୀ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ପରାମର୍ଶ ପଢ଼ିବାକୁ ଅନୁରୋଧ କରିଛି। ବିକାନେର, ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା ସମେତ ଅନେକ ସହରକୁ ବିମାନ ଚଳାଚଳ ବାତିଲ ରହିବ। ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିବା ପରେ ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖାରେ ପ୍ରବଳ ଗୁଳିବର୍ଷା ହୋଇଛି। ଅନ୍ୟପଟେ ଏନେଇ, ବିମାନ କମ୍ପାନୀଗୁଡ଼ିକ ଯାତ୍ରୀମାନଙ୍କୁ କହିଛନ୍ତି ଯେ, ଧର୍ମଶାଳା , ଲେହ , ଜମ୍ମୁ , ଶ୍ରୀନଗର ଏବଂ ଅମୃତସର ସମେତ ଉତ୍ତର ଭାରତର କିଛି ସ୍ଥାନରେ ବିମାନବନ୍ଦରଗୁଡ଼ିକ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ। ଉଡ଼ାଣଗୁଡ଼ିକୁ ସମ୍ପୂର୍ଣ୍ଣ ବାତିଲ କରାଯିବ। ବିମାନ କମ୍ପାନୀ ଯାତ୍ରୀମାନଙ୍କୁ ଘରେ ରହିବାକୁ ଏବଂ ବିମାନବନ୍ଦରକୁ ଯିବା ପୂର୍ବରୁ ପରାମର୍ଶପତ୍ର ପଢ଼ିବାକୁ ଏବଂ ଅନ୍ୟମାନଙ୍କୁ ଏହା ବିଷୟରେ କହିବାକୁ ନିବେଦନ କରିଛି।


 




 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.