ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଡିପଥେରିଆରେ ଛାତ୍ର ମୃତ , ପରିସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍

ମାଲକାନଗିରି/କାଲିମେଳା, ୨୯/୯(ଆପ୍ର ) :  କୋରାପୁଟ,  ରାୟଗଡା ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲା ରେ ପହଞ୍ଚିଛି ଡିପଥେରିଆ ରୋଗ।  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ଚିତ୍ରାଙ୍ଗପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଏହି ରୋଗ ରେ ଜଣେ ଛାତ୍ର ଙ୍କର ମୃତ୍ୟୁ  ଘଟିଛି। ସେହିପରି  ଶନିବାର ଅନ୍ୟଜଣେ ଛାତ୍ରଙ୍କ ପଜେଟିଭ ରିପୋର୍ଟ ଜଣା ପଡିବା ପରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ  ଚିକିତ୍ସା ନିମନ୍ତେ ପଠା ଯାଇଛି। 

ଚିତ୍ରାଙ୍ଗପଲ୍ଲୀ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡକାମୀକୁ ଥଣ୍ଡା ଜ୍ଵର କାଶ, ଗଳା ବଥା ହେବାରୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ସହିଦ ଲକ୍ଷଣ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ସେଠାରେ ଗତ ୧୯ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଚଳିତ ମାସ ୨୦ ତାରିଖରେ ସେହି ବିଦ୍ୟାଳୟର ପୁଣି ୩ ଜଣଙ୍କୁ ଜ୍ବର ହେବାରୁ ସେମାନଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ସେମାନଙ୍କ ନମୂନା ସଂଗ୍ରହ କରି ଡିପଥେରିଆ ପରୀକ୍ଷା ପାଇଁ ପଠା ଯାଇଥିଲା। ତେବେ ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପିଙ୍କୁ ମାଢି ନାମକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା। ଯାହାପରେ ପିଙ୍କୁଙ୍କୁ ମଧ୍ୟ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସା ଜାରି ରହିଛି। ଏହାପରେ ସେହି ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଜ୍ଵର କାସ ସହ ଶରୀର ଅସୁସ୍ଥ ହେବାରୁ ମୋଟ ୧୦ଜଣଙ୍କ ନମୁନା ସଂଗ୍ରହ କରି କୋରାପୁଟ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସେମାନେ ବର୍ତ୍ତମାନ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ଓ ପରୀକ୍ଷା ରିପୋର୍ଟ ଆସି ନଥିବା ଜଣା ପଡିଛି। ସେହିପରି ଆଜି ୪ ଜଣ ଝିଅ ଓ ୪ଜଣ ପୁଅ ମୋଟ ୮ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ଗ୍ରାମ ବାସୀ ମାନେ ଭୟଭୀତ ହୋଇ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ନିଜ ପିଲା ମାନଙ୍କୁ ଛାଡ଼ୁନାହାନ୍ତି, ଉକ୍ତ ବିଦ୍ୟାଳୟରେ ଵର୍ତ୍ତମାନ ପାଠ ପଢା ବନ୍ଦ ରହିଛି।

  ତେବେ ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ପରିବାର କଲ୍ୟାଣ ନିର୍ଦେଶାଳୟ ଏକ ଇମ୍ୟୁନାଇଜେସନ ବିଶେଷଜ୍ଞ ଟିମ୍ ଙ୍କ ସହିତ ଡାକ୍ତର ଦୁର୍ଗା ପ୍ରସାଦ ରାଜ,କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାଃ. ଦିନବନ୍ଧୁ ମହାନନ୍ଦ ଓ ଅନ୍ୟାନ ଡାକ୍ତରୀ ଦଳ ଚିତ୍ରାଙ୍ଗପାଲୀ ଆବାସିକ ବିଦ୍ୟାଳୟରେ ପହଞ୍ଚି  ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର  କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଭେକସିନ ଦେବା କାର୍ଯ୍ୟକ୍ରମ  ଆରମ୍ଭ କରିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଟିମ୍।

ଏହି ଡିପଥେରିଆ ଯୋଗୁଁ ଜଣଙ୍କ ମୃତ୍ୟୁ ପରେ ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରରହିଛି  । ଯୁଦ୍ଧ କାଳୀନ ଭିତିରେ ପଦକ୍ଷେପ ନିଆଯାଉଛି । ଆଜି ରାଜ୍ୟସରକାର ଙ୍କ ପକ୍ଷରୁ ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ବିଶେଜ୍ଞ ଦଳ ସେ ଗାଁ କୁ ଯାଇ ପରିସ୍ଥିତ ଅନୁଧ୍ୟାନ କରିଛନ୍ତି। 

ଲଗାତର ବର୍ଷା ହେବାରୁ ଛୋଟ ଛୋଟ ପିଲା ମାନଙ୍କୁ ଜ୍ଵର ଥଣ୍ଡା, କାଶ ଆରମ୍ଭ ହୋଇଛି, ଏହା ଚିକିତ୍ସା ହେଲେ କମିଯିବ,ଗ୍ରାମ ବାସୀ ମାନେ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ, ଚିକିତ୍ସା ଓ ଔଷଧ ଏବଂ ଟୀକା ଦ୍ୱାରା ଏହାକୁ ମୂଳପୋଛ କରାଯାଇପାରିବ। ରୋଗୀ ଚିହ୍ନଟ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ କରୁଥିବା ବେଳେ ବର୍ତ୍ତମାନ ସ୍ଥିତି ଆୟତ ହୋଇଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ଵର ମହାପାତ୍ର  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.