ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର: ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ

Published By : Prameya | March 27, 2025 7:56 AM

ଭୁବନେଶ୍ୱର,୨୭/୦୩: ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ। ଘେରାଉରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ। ନାରୀ ନିର୍ଯାତନା, ବିଧାୟକ ନିଲମ୍ବନ ପ୍ରସଙ୍ଗରେ ପ୍ରତିବାଦ ମୁହଁତୋଡ ଜବାବ ଦେବ ଦଳ। କଂଗ୍ରେର ବିଧାନସଭା ଘେରାଉ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ଗଣତନ୍ତ୍ର ଏବେ ବିପଦରେ ରହିଛି । ଶାସକ ଦଳ ମନମାନୀ କରିବା ଆରମ୍ଭ କଲାଣି । ଗତ  ଦୁଇଦିନ ହେବ ବିଧାନସଭାରେ କଂଗ୍ରେସ ସହ  ଯାହା ଘଟୁଛି ତାହା ସମସ୍ତେ ଜାଣିଛନ୍ତି । ପ୍ରଥମେ  କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ, ପରେ ବିଧାୟକ  ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଆକ୍ରମଣ ଓ  କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ଭଳି ଘଟଣା  ଘଟିଛି । ପୁଲିସ ମଧ୍ୟ ଏକପାଖିଆ ନିଷ୍ପତ୍ତି ନେଇ  ବିଧାନସଭାକୁ କବ୍‌ଜା କରିନେଇଛି । ଏଥିରୁ ସ୍ପଷ୍ଟ  ଯେ, ଆଇନଶୃଙ୍ଖଳା ବ୍ୟବସ୍ଥା କେଉଁ ଅବସ୍ଥାରେ  ରହିଛି । ହେଲେ କଂଗ୍ରେସ ଏହାକୁ କେବେବି  ବରଦାସ୍ତ କରିବନି । ଏବେ ଦଳର ଗୋଟିଏ  ମନ୍ତ୍ର ‘କର ବା ମର’ । ଆଜି ବିଧାନସଭା ଘେରାଉ କରି ଏହାର ମୁହଁତୋଡ ଜବାବ ଦେବ ଦଳ। 

ବୁଧବାର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ  ନେତୃତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ବରିଷ୍ଠ ନେତା ପୂର୍ବତନ ବିଧାୟକ ନରସିଂହ ମିଶ୍ର କହିଲେ, ଆଇନ ଅନୁସାରେ ଜଣେ ସଭା  ଭିତରକୁ ଯାଇ ନ ପାରେ କିନ୍ତୁ ବିଧାନସଭା  ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇ ପାରିବ । ପୁଲିସ ବାଚସ୍ପତିଙ୍କ ବିନା ଅନୁମତିରେ  ବିଧାନସଭା ଭିତରକୁ ଯାଇପାରିବ ନାହିଁ ।  ହେଲେ ସେ ଏବେ ବିଧାନସଭାକୁ କବଜା କଲେଣି । 

ମଙ୍ଗଳବାର ରାତିରେ ଆମର  ଜଣେ ବିଧାୟକ ଆହତ ହୋଇଥିଲେ । ଦଳୀୟ  ବିଧାୟକମାନେ ଭିତରେ ଥିଲେ । ତାଙ୍କୁ ଦେଖିବା  ପାଇଁ ଆମର ବିଧାନସଭା ଭିତରକୁ ଯିବାର  ଅଧିକାର ଥିଲା ହେଲେ ଆମକୁ ଭିତରକୁ  ଛଡ଼ା ଗଲା ନାହିଁ । ଆମେ ବାରମ୍ବାର କହିଲୁ,  ବାଚସ୍ପତିଙ୍କ ସହ ଫୋନ୍‌ ଯୋଗେ କଥା ହେବା  ପାଇଁ ଚେଷ୍ଟା କରିଥିଲି । ହେଲେ ସେ ମଧ୍ୟ  ଫୋନ ଉଠାଇଲେ ନାହିଁ । ଏଥିରୁ ଜଣାପଡ଼ିଲା,  ରାଜ୍ୟରେ ଏକ ଛତ୍ରବାଦ ଶାସନ ଚାଲିଛି ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା  କହିଲେ, ମୁଖ୍ୟମନ୍ତ୍ରୀ ଗୃହରେ ନାରୀ ନିର୍ଯାତନା  ପ୍ରସଙ୍ଗରେ ବିବୃତି ଦେଲେ ନାହିଁ । ଗଲା ନଭେମ୍ୱର  ଠାରୁ ରାଜ୍ୟରେ ମହିଳା କମିଶନ ଗଠନ ହୋଇ  ନାହିଁ । ଏହାର ପ୍ରତିବାଦ କଲାରୁ ଆମର ୧୪ଜଣ ବିଧାୟକଙ୍କୁ ନିଲମ୍ୱନ କରାଗଲା । ବରିଷ୍ଠ  ନେତାମାନଙ୍କୁ ଗୃହ ବାହାରେ ଅଟକାଇଦିଆଗଲା । ବୁଧବାର ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ବିଧାନସଭାକୁ ଛଡ଼ା ଗଲାନାହିଁ । ସାଂସଦଙ୍କ  ବିଧାନସଭା ଲବିକୁ ଯିବାର ଅଧିକାର ଅଛି । 

ପୂର୍ବତନ ପିସିସି ସଭାପତି ଜୟଦେବ  ଜେନା କହିଥିଲେ, ଯେମିତି କଂଗ୍ରେସ ବିଧାୟକଙ୍କୁ ନିଲମ୍ୱିତ କରାଗଲା, ତାହା ନିନ୍ଦନୀୟ । ନିଲମ୍ୱିତ ହେବା ପରେ ରାତି ୨ଟାରେ ସେମାନଙ୍କୁ ଆଣି ମାଷ୍ଟରକ୍ୟାଣ୍ଟିନରେ ଫୋପାଡ଼ି ଦିଆଗଲା । ହେଲେ କଂଗ୍ରେସ ନିରବ ରହିବ ନାହିଁ । ଗୁରୁବାର ତାର ଜବାବ  ଦେବ ।  

ପ୍ରସାଦ ହରିଚନ୍ଦନ କହିଲେ, କଂଗ୍ରେସ  ବିଧାୟକ ଦଳକୁ ନିଲମ୍ୱିତ କରାଗଲା ।  କୁହାଯାଉଛି କର୍ଣ୍ଣାଟକ ଘଟଣାର ଏହା ଜବାବ । ହେଲେ ଉଦାହରଣ ଅଛି, ୧୯୯୫ରେ ସ୍ୱତନ୍ତ୍ର  ବିଚାରାଳୟ ବିଧେୟକ ନେଇ ରାତି ତମାମ  ବିରୋଧୀ ଦଳ ବିଧାନସଭାରେ ରହିଥିଲେ ।  ହେଲେ ତତ୍କାଳୀନ କଂଗ୍ରେସ ସରକାର କାହାକୁ  ନିଲମ୍ୱନ କରିନଥିଲା । ପରେ ବିଜେଡି ସରକାର  ଥିବା ବେଳେ ୨୦୧୨ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା  ବେଳେ ବିଧାନସଭାକୁ ବନ୍ଦ କରିଥିଲେ । ଆମର  ପ୍ରତୀକ ବିଧାନସଭା ଚାଲିଥିଲା । ହେଲେ ବିଜେପି  ସରକାର ଯାହା କରୁଛି ତାହା ଠିକ୍‌ ନୁହେଁ ।  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ  ଶରତ ରାଉତ, ସନ୍ତୋଷ ସିଂ ସାଲୁଜାଙ୍କ  ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.