ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ପ୍ରାକ୍‌ ବଜେଟ ବୈଠକରେ ରଖିବେ ଓଡ଼ିଶାର ଦାବି

Published By : Prameya | December 20, 2024 8:31 AM

ଭୁବନେଶ୍ୱର,୨୦/୧୨: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଓ  ରାଜସ୍ଥାନ ଗସ୍ତରେ ଯାଇଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପ୍ରାକ୍‌ ବଜେଟ୍‌ ବୈଠକରେ ଯୋଗ  ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଦାବି ରଖିବେ ।  ଏହାଛଡ଼ା ମୁଖ୍ୟମନ୍ତ୍ରୀ ୨୧ରେ ରାଜସ୍ଥାନରେ  ହେବାକୁ ଥିବା ଜିଏସ୍‌ଟି ପରିଷଦର ୫୫ତମ ବୈଠକରେ ଯୋଗ ଦେବେ । ଜାନୁଆରୀ  ମାସରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ  ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ । ୫ଦିନିଆ  ଗସ୍ତ ସାରି ମୁଖ୍ୟମନ୍ତ୍ରୀ ୨୩ ତାରିଖ ଅପରାହ୍ଣରେ  ଓଡ଼ିଶା ଫେରିବାର କାର୍ଯ୍ୟସୂଚୀ ରହିଛି ।ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଶୁକ୍ରବାର ଅର୍ଥମନ୍ତ୍ରୀମାନଙ୍କ  ବୈଠକରେ ସେ ସାମିଲ ହୋଇ କେନ୍ଦ୍ର ବଜେଟରେ  ଓଡ଼ିଶାକୁ ଅଧିକ ପାଣ୍ଠି ଦେବାକୁ ଦାବି ରଖିବେ।

ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆହୁରି  ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ସହାୟତା ଯୋଜନାରେ  ପାଣ୍ଠି ବରାଦ ସହ ବାର୍ଷିକ ଆବଣ୍ଟନର ଆଗୁଆ ସୂଚନା ଦେବାକୁ ରାଜ୍ୟ ଦାବି ରଖିବ । ଦ୍ୱିତୀୟ  ଏମ୍‌ସ ପ୍ରତିଷ୍ଠା, ଗ୍ରିନ୍‌ ଏନର୍ଜି କରିଡର ପାଇଁ  କେନ୍ଦ୍ରୀୟ ସହାୟତା, ପାରାଦୀପ ବନ୍ଦରର ସଂପ୍ରସାରଣ ସହ ଉପକୂଳ ରାଜପଥ କାମକୁ ତ୍ୱରିତ  କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିବେ ବୋଲି ସୂଚନା  ମିଳିଛି । ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ  ଲୋକଙ୍କ ପାଇଁ ଅଧିକ ଆବାସ ଘର ଯୋଗାଇବାକୁ  ମଧ୍ୟ ଦାବି ଉପସ୍ଥାପନ କରିବେ ଶ୍ରୀ ମାଝୀ ।  ରାଜସ୍ଥାନରେ ୨୧ରେ ଅନୁଷ୍ଠିତ ଜିଏସଟି ପରିଷଦ  ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ମତ ରଖିବେ । 

ମୁଖ୍ୟମନ୍ତ୍ରୀ ରାଜସ୍ଥାନରୁ ୨୨ରେ ଦିଲ୍ଲୀ  ଫେରିବେ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ, ଜେପି ନଡ୍ଡା  ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟି ଜାନୁଆରୀ  ୮ରୁ ୧୦ ଯାଏ ହେବାକୁ ଥିବା ପ୍ରବାସୀ ଭାରତୀୟ  ଦିବସ ଓ ଜାନୁଆରୀ ୨୮/୨୯ରେ ହେବାକୁ ଥିବା  ‘ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ  ୨୦୨୫’ରେ ଯୋଗ ଦେବାକୁ ନିମନ୍ତ୍ରଣ ଜଣାଇବେ

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.