ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ

କଟକ/ଭୁବନେଶ୍ୱର/ସମ୍ବଲପୁର,୨୭/୦୯: ରୋଗୀ ଇଞ୍ଜେକ୍ସନ୍‌ ଧରି ନର୍ସଙ୍କ ପଛେ ପଛେ ଧାଉଁଛି ।  ଆଉ କେଉଁଠି ବେଡ୍‌ରେ ରୋଗୀ ସାଲାଇନ୍‌ ନେବାକୁ ଘଣ୍ଟା ଘଣ୍ଟା  ଅପେକ୍ଷା କରିଛନ୍ତି । ୱାର୍ଡରେ ପଡ଼ି  ରୋଗୀ ଛଟପଟ ହେଉଥିବା ବେଳେ  ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ୱାର୍ଡରୁ ଡାକ୍ତର ପାଖକୁ ଦୌଡ଼ିବାର ଦେଖିବାକୁ  ମିଳୁଛି । ହେଲେ ଯନ୍ତ୍ରଣା ଶୁଣିବାକୁ  କେହି ନାହାନ୍ତି । ଇଏ ହେଲା ଦୁଇ ଦିନ ଧରି ରାଜ୍ୟରେ ସମସ୍ତ ମେଡିକାଲ କଲେଜ ଓ ଜିଲ୍ଲା ହସପିଟାଲ୍‌ ୱାର୍ଡ ଓ  ଓପିଡିରେ ରୋଗୀଙ୍କ ଅବସ୍ଥା ।

ରାଜ୍ୟରେ ଆଜି ନର୍ସିଂ ଅଫିସରଙ୍କ  ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ସମସ୍ତ ମେଡିକାଲ କଲେଜ ଓ ଜିଲ୍ଲା  ହସ୍ପିଟାଲ୍‌ରେ କେବଳ ଜରୁରିକାଳୀନ  ସେବାକୁ ବାଦ୍‌ ଦେଇ ଓପିଡି ଓ  ୱାର୍ଡରେ ରୋଗୀସେବା ବନ୍ଦ କରିଛନ୍ତି ।  ୧୦ ଦଫା ଦାବି ନେଇ ବୁଧବାରଠାରୁ  ଆରମ୍ଭ ହୋଇଥିବା ନର୍ସିଂ କର୍ମଚାରୀଙ୍କ  ଆନ୍ଦୋଳନ ଆଜି ଆହୁରି ତେଜିଛି ।  ସରକାର ଓ ନର୍ସିଂ ସଂଘ ମଧ୍ୟରେ  ଆଲୋଚନା ବିଫଳ ହୋଇଥିବାରୁ ଶୁକ୍ରବାର ଠାରୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ  ପାଇଁ ସଂଘ ଘୋଷଣା କରିଛନ୍ତି । ଅର୍ଥାତ୍‌ ଗତ ଦୁଇଦିନ ହେବ ନର୍ସିଂ  କର୍ମଚାରୀମାନେ ଜରୁରୀ ସେବା ଯୋଗାଉଥିବା ବେଳେ ଆସନ୍ତାକାଲି  ତାହା ମଧ୍ୟ ବନ୍ଦ ହୋଇଯିବ । ଶୁକ୍ରବାରଠାରୁ ଆଇସିୟୁ ଓ  ଜରୁରୀକାଳୀନ ଓଟି ଆଦିରେ ଗୁରୁତର ରୋଗୀମାନେ କିପରି ସ୍ୱାସ୍ଥ୍ୟ ସେବା ପାଇବେ ତାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । 

ନର୍ସିଂ ଆନ୍ଦୋଳନ ପ୍ରଭାବରେ  ଗତକାଲି ପରି ଆଜି ଅର୍ଥାତ୍‌ ଗୁରୁବାର ମଧ୍ୟ କଟକ ଏସ୍‌ସିବି, ଆଚାର୍ଯ୍ୟ ହରିହର  କ୍ୟାନସର ହସ୍ପିଟାଲ୍‌, ଶିଶୁଭବନରେ ଜଟିଳ ସ୍ଥିତି ଉପୁଜିଥିଲା । ଲେବର ରୁମ୍‌ରେ ହାତଗଣତି ନର୍ସିଂ କର୍ମଚାରୀ ଥିବାରୁ ପ୍ରସୂତିମାନେ ସମସ୍ୟାରେ ପଡ଼ିଥିଲେ । ଫଳରେ ଗାଇନିକ୍‌ ୱାର୍ଡରୁ ଆଜି ପ୍ରାୟ ୫ରୁ ଅଧିକ ପ୍ରସୂତିଙ୍କୁ  ସେମାନଙ୍କ ସମ୍ପର୍କୀୟମାନେ ଘରୋଇ ହସ୍‌ପିଟାଲ୍‌କୁ ନେଇଯାଇଥିବା କୁହାଯାଉଛି । ସେହିପରି ଡେ’ କେୟାର ସେଣ୍ଟର୍‌ରେ ଅନେକ  ଥାଲାସେମିଆ ରୋଗୀଙ୍କ ସମେତ ଅନ୍ୟାନ୍ୟ ରୋଗୀ ଘଣ୍ଟାଘଣ୍ଟା କାଳ ଅପେକ୍ଷାରେ ରହି ନିରାଶ ଫେରିଥିଲେ । ମେଡିସିନ, ନ୍ୟୁରୋସର୍ଜରୀ  ବିଭାଗରେ ବହୁ ଜଟିଳ ରୋଗୀଙ୍କୁ ନର୍ସିଂ କେୟାର ମିଳିପାରୁନାହିଁ । ନେଫ୍ରୋଲୋଜି ବିଭାଗରେ ଡାଏଲିସିସ୍‌ ଚିକିତ୍ସା ବାଧାପ୍ରାପ୍ତ  ହୋଇଛି । ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ରୋଗୀଙ୍କର କେମୋଥେରାପି ଓ ରେଡିଏସନ୍‌ ଚିକିତ୍ସା ବାଧାପ୍ରାପ୍ତ ହୋଇଛି । 

ନର୍ସିଂ  କର୍ମଚାରୀ ଆନ୍ଦୋଳନ ଯୋଗୁଁ ୱାର୍ଡରେ ଇଞ୍ଜେକସନ୍‌, ସାଇଲଇନ୍‌ ଆଦି ବିଭିନ୍ନ ସ୍ୱାସ୍ଥ୍ୟ ସେବା ପାଇଁ କର୍ମଚାରୀ ନଥିବାରୁ ଡାକ୍ତରମାନେ  ଦୁଇ ଦିନ ହେଲା କାଣ୍ଟଛାଣ୍ଟ କରି ରୋଗୀ ଆଡମିସନ୍‌ କରୁଛନ୍ତି ।  ଶୁକ୍ରବାର ନର୍ସିଂ କର୍ମଚାରୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ  କଲେ କ୍ୟାନସର ରୋଗୀମାନଙ୍କ ଅବସ୍ଥା ଆହୁରି ଜଟିଳ ହୋଇପଡ଼ିବ  ବୋଲି ଡାକ୍ତରମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । 

ସେହିପରି ବୁର୍ଲାସ୍ଥିତ ଭିମସାରରେ ନର୍ସିଂ କର୍ମଚାରୀ ସଂଘ  ବୁଧବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି । ୧୦ ଦଫା ଦାବି  ନେଇ ସଂଘର ସଦସ୍ୟମାନେ ଦୁଇଦିନ ହେଲା ଭିମସାର ବହିର୍ବିଭାଗ  ନିକଟରେ ଧାରଣାରେ ବସିଛନ୍ତି । ଶତାଧିକ ସଂଖ୍ୟାରେ ନର୍ସିଂ ଅଫିସର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ଫଳରେ ଇନ୍‌ଡୋର ସେବା  ସମେତ ବିଭିନ୍ନ ୱାର୍ଡରେ ରୋଗୀସେବା ଉପରେ ଚାପ ପଡୁଛି ।  

ଭିମ୍‌ସାରର ଆନ୍ଦୋଳନରେ ସଂଘର ସଭାପତି ତୁଷାର ତରଙ୍ଗିଣୀ  ଦଣ୍ଡିଆ, ଉପସଭାପତି ଓମ୍‌ପ୍ରକାଶ ପରିଜା, ଯୁଗ୍ମ ସଂପାଦକ ବିଭୁତି ଭୂଷଣ ପଟ୍ଟନାୟକ ଓ ଶୁଭଜ୍ୟୋତି ନାୟକ, କୋଷାଧ୍ୟକ୍ଷ ଜ୍ୟୋତ୍ସ୍ନ।।ରାଣୀ  ମହାନ୍ତି ପ୍ରମୁଖ ନେତୃତ୍ୱ ନେଉଛନ୍ତି । ଭୀମସାରରେ ଏବେ ୮୩୯  ଜଣ ନର୍ସିଂ ଷ୍ଟାଫ୍‌ ଅଛନ୍ତି । ୧୩୯ ଜଣ ବିଭିନ୍ନ କାମରେ ଛୁଟିରେ  ଅଛନ୍ତି । ୭୦୦ ଜଣ କାର୍ଯ୍ୟ ରହିଛନ୍ତି । କାର୍ଯ୍ୟବନ୍ଦରେ ୭୦୦ ଜଣ  ସାମିଲ ଅଛନ୍ତି । ୨୫ଜଣ ସିନିୟର ନର୍ସିଂ ଷ୍ଟାଫ୍‌ ଡ୍ୟୁଟି କରିବେ ।  ସେହିପରି ୩୫୦ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ସେବା କାର୍ଯ୍ୟ  ଜାରିରହିବ। ଜରୁରୀ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି  ଭୀମସାର ନିର୍ଦ୍ଦେଶକ ପ୍ରଫେସର ଡା. ଭାବଗ୍ରାହୀ ରଥ କହିଛନ୍ତି । 

କ୍ୟାପିଟାଲ୍‌ ହସ୍ପିଟାଲ୍‌-ପିଜିଆଇଏମ୍‌ଇଆରେ ମଧ୍ୟ ରୋଗୀଙ୍କୁ  ଠିକ୍‌ ସମୟରେ ସାଲାଇନ୍‌ ଓ ଇଞ୍ଜେକସନ୍‌ ମିଳୁନି । ନର୍ସିଂ  ଅଫିସରଙ୍କ ଆନ୍ଦୋଳନ ଯୋଗୁଁ ଓପିଡି ଓ ୱାର୍ଡରେ ବିକଳ ପରିସ୍ଥିତି  ସୃଷ୍ଟି ହୋଇଥିଲା । ସ୍ତ୍ରୀ ଓ ପ୍ରସୂତି ବିଭାଗଠାରୁ ଶିଶୁ ବିଭାଗ ଏବଂ  ମହିଳା ଭୋଷଜ ୱାର୍ଡଠାରୁ ନର୍ସଙ୍କ ଅସ୍ଥିଶଲ୍ୟ ବିଭାଗ ପର୍ଯ୍ୟନ୍ତ  ସବୁଠି ରୋଗୀ ହେଉଥିଲେ ଛଟପଟ । ଏଠାରେ ୧୧୯ ଜଣ ନର୍ସିଂ  ଅଫିସର ମଧ୍ୟରୁ ୬୨ ଜଣ ଅନୁପସ୍ଥିତ ଥିଲେ । ତେଣୁ ହସ୍ପିଟାଲ୍‌  କର୍ତ୍ତୃପକ୍ଷ କେଉଁମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି, ତାହାର  ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପଠେଇ ଦେଇଛନ୍ତି । 

ବ୍ରହ୍ମପୁର ଏମକେସିଜିରେ ୭୦୦ ନର୍ସିଂ ଅଫିସରଙ୍କ ମଧ୍ୟରୁ  ୬୦୦ ଜଣ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବଲାଙ୍ଗୀର ଭୀମ  ଭୋଇ ମେଡିକାଲ କଲେଜ, ବାରିପଦା ରଘୁନାଥ ମୁର୍ମୁ ମେଡିକାଲ  କଲେଜରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । 

ସଂଘ ରାଜ୍ୟ ସମ୍ପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି,ଏହି  ଆନ୍ଦୋଳନରେ ୧୫ ହଜାର ନର୍ସିଂ ଅଫିସର ସାମିଲ ହୋଇଛନ୍ତି । ସେ କହିଛନ୍ତି, ସରକାର ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତନି । ଆମେ ମଧ୍ୟ ପଛକୁ  ଫେରିବୁ ନାହିଁ । ଯେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ ସଂଘକୁ ଡାକି ଉଚ୍ଚସ୍ତରୀୟ  କମିଟି କଠନ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ।  ସ୍ୱାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଏହି  କମିଟିରେ ରହିବ । ତେଣୁ ଉଭୟ ଜରୁରୀକାଳୀନ, ଓପିଡି ଓ ୱାର୍ଡ ସେବା  ଆଦି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ । ବରିଷ୍ଠ ନର୍ସିଂ ଅଫିସରଙ୍କର ୨୦୧୩  ପୂର୍ବରୁ ଥିବା ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସୀମାକୁ ମୂଳ ଚାକିରିରେ  ମିଶାଇବା, ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ପ୍ରୋମାସନାଲ୍‌  ପୋଷ୍ଟରେ ନିଯୁକ୍ତି, ନର୍ସିଂ ଅଫିସରଙ୍କୁ ସିଏଚ୍‌ଓ ପୋଷ୍ଟରୁ ଫେରାଇ  ହସ୍ପିଟାଲରେ ନିୟୋଜିତ, ଡ୍ରେସକୋଡ୍‌ ପରିବର୍ତ୍ତନ, ଛୁଟି ଅସଙ୍ଗତିକୁ  ଦୂର କରିବା ଆଦି ଦାବି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.