ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ବାଇକ୍‌କୁ ଧକ୍କ ପରେ ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍. ୩୦ ଆହତ
  • ||
  • ପାୱାର କେନାଲରେ ବୁଡି ଭିସୁଟ ଛାତ୍ର ମୃତ, ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ,
  • ||
  • ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ତାରାବାହିନୀ ପତି ଉପରୁ ନିଲମ୍ବନ ହଟିବା ନେଇ ଆଲୋଚନା
  • ||
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

Champions Trophy: ଉଦ୍‌ଘାଟନୀ ସମାରୋହ ବିନା ହେବ ଚାମ୍ପିଅନ୍ସ ଟ୍ରଫି, ରୋହିତ ଶର୍ମା ଯିବେନି ପାକିସ୍ତାନ

Published By : Tapas Panda | January 30, 2025 10:30 PM

ନୂଆଦିଲ୍ଲୀ: ପେବ୍ରୁଆରୀ ୧୯ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫  ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏହାର ଉଦଘଟାନୀ ସମାରୋହ ତାରିଖକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଏହାରି ଭିତର ଖବର ସାମନାକୁ ଆସୁଛି ଯେ, ଆଇସିସି କୌଣସି ପ୍ରକାର ଫଟୋସୁଟ୍ କିମ୍ୱା ପ୍ରେସ୍ କନଫରେନ୍ସ ପାଇଁ ଅନୁମତି ଦେଇ ନାହିଁ । ବିନା ଉଦଘାଟନୀ ସମାରୋହରେ ହେବ ଚାମ୍ପିଅନ୍ସ ଟ୍ରଫି । ସେପଟେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ଯିବେ ନାହିଁ । 

ଜାତୀୟ ଗଣମାଧ୍ୟମ ଏବଂ ପାକିସ୍ତାନ ଗଣମାଧ୍ୟମ ‘ଡନ୍‌’ର ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ପୂର୍ବରୁ କ୍ୟାପ୍ଟେନଙ୍କ କୌଣସି ଫଟୋସୁଟ୍ କିମ୍ୱା ପ୍ରେସ୍ କନଫରେନ୍ସ ହେବ ନାହିଁ । ଟିମଗୁଡ଼ିକର ବ୍ୟସ୍ତ କାର୍ଯ୍ୟକ୍ରମ ଯୋଗୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ କ୍ୟାପ୍ଟେନଙ୍କ ବୈଠକ ରଦ୍ଦ କରାଯାଇଛି । 

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଯୋଦ୍ଧା ଘୋଷଣା; ସାମି-ଯଶସ୍ୱୀଙ୍କ ଏଣ୍ଟ୍ରୀ, ଶୁଭମନ ଗିଲଙ୍କୁ ଗୁରୁ ଦାୟିତ୍ବ

ଉଲ୍ଲେଖଯୋଗ୍ୟ ଯେ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଟିମ୍‌ ବ୍ୟସ୍ତ ଅଛନ୍ତି । ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ସିରିଜ ଜାରି ରହିଛି ।  ଅନ୍ୟପଟେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳୁଛନ୍ତି  । ଚାମ୍ପିଅନ୍ସ ଟ୍ରଫିରେ ଭାରତ ନିଜର ପ୍ରଥମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଫେବ୍ରୁଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ଏହାପରେ ଫେବ୍ରଆରୀ ୨୩ରେ ପାକିସ୍ତାନ ସହ ମୁକାବିଲା ଖେଳିବ । ଏହାପରେ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ସହ ଭାରତର ମୁକାବିଲା ହେବ । ତେବେ ଏହି ସବୁ ମ୍ୟାଚ୍‌ ଦୁବାଇରେ ଖେଳିବ ଭାରତୀୟ ଦଳ । ଭାରତ ୨୦୧୩ ରେ ଧୋନୀଙ୍କ ନେତ୍ବତ୍ବରେ ପ୍ରଥମ ଥର ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।

ଚାମ୍ପିଅନ୍ସ ଟ୍ରଫି ୨୦୨୫: କାହିଁକି ଟିମ୍‌ରେ ଏହି ୫ ଖେଳାଳିଙ୍କୁ ମିଳିଲାନି ସୁଯୋଗ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.