ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୁରୁବାର ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ୪ ହଜାର କୋଟିର ପ୍ରକଳ୍ପ ଦେବେ ଭେଟି

Published By : Ankita S | April 16, 2025 1:54 PM

ଭୁବନେଶ୍ୱର,୧୬ /୦୪: ରୋଡ଼ ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା । ଆସନ୍ତାକାଲି (ଗୁରୁବାର) କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୪ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଜନସଭାକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ । କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବା ସହ ବିଭିନ୍ନ ଏନଏଚଏଆଇ ପ୍ରକଳ୍ପର ସମୀକ୍ଷା କରିବେ ।

ସେଥିମଧ୍ୟରେ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ୨୯୦୫ କୋଟି ଟଙ୍କାର ଶିଳାନ୍ୟାସ କରିବେ ନୀତିନ ଗଡ଼କରୀ । ୪୨୭ କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜର ଶିଳାନ୍ୟାସ ହେବ । ଏହା ସହ  ୮୪୧ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ  ।

ଚଳିତ ବର୍ଷ ଓଡିଶା ସରକାର ୨୮ ହଜାର କୋଟିର ଅନୁଦାନ ଦାବି କରିଥିଲେ । ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି କେନ୍ଦ୍ରମନ୍ତ୍ରୀ । ରୋଡ଼ ସଂଯୋଗୀକରଣରେ ଓଡିଶାକୁ ୮ ନମ୍ବରରୁ ୧ ନମ୍ବର କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବେନେଶ୍ୱରରୁ ପୁରୀ, ମେରାଇନ ଡ୍ରାଇଭ ରୋଡ଼, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶାସ୍ତିକରଣ ସହ କିଛି ୪ ଲେନକୁ ୬ ଲେନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଚିଠି ମାଧ୍ୟମରେ ଏସବୁ ପ୍ରକଳ୍ପ ନେଇ ଜଣାଇଛନ୍ତି । ଉପକୂଳ ରାଜପଥ ନେଇ ଆର୍ଥିକ ଅନୁମତି ମିଳିଛି କିନ୍ତୁ ପ୍ରଶାସନିକ ଅନୁମତି ମିଳି ନଥିବାରୁ ଟେଣ୍ଡର ବିଳମ୍ବ ହେଉଛି । ଉପକୂକ ରାଜପଥ ଏବଂ କ୍ୟାପିଟାଲ ରିଜନ ରିଙ୍ଗ ରୋଡ଼ ଏହି ଦୁଇଟି ରାସ୍ତା ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.