ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଆମେରିକାର ନ୍ୟୁୟର୍କ ସିଟିରେ ହେଲିକପ୍ଟର କ୍ରାସ୍, ଚାଲିଗଲା ୬ ଜଣଙ୍କ ଜୀବନ

Published By : prameya | April 11, 2025 8:22 AM

ନୂଆଦିଲ୍ଲୀ,୧୧/୦୪: ଆମେରିକାର ନ୍ୟୁୟର୍କ ସିଟିରେ ହେଲିକପ୍ଟର କ୍ରାସ ।  ଦୁର୍ଘଟଣାଗ୍ରସ୍ତ ହୋଇ  ହଡସନ ନଦୀରେ ଖସିଲା ହେଲିକପ୍ଟର। ଫଳରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ହେଲିକପ୍ଟରଟି ପାଣିରେ ବୁଡି ଯାଇଛି ଏବଂ ଅନେକ ଉଦ୍ଧାରକାରୀ ଡଙ୍ଗା ଉକ୍ତ ସ୍ଥାନକୁ ଯାଞ୍ଚ କରିବା ସହ ହେଲିକପ୍ଟରର ଧ୍ୱଂସାବଶେଷ ହଟାଇବାରେ ନିୟୋଜିତ ଅଛନ୍ତି।  ଏହି ଘଟଣାର ଭିଡି଼ଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

ଏହାମଧ୍ୟ ପଢନ୍ତୁ-  ଦିଲ୍ଲୀ ଏୟାରପୋର୍ଟରେ ବିମାନ ଅବତରଣ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟଙ୍କ ମୃତ୍ୟୁ

ତେବେ ରିପୋର୍ଟ ଅନୁଯାୟୀ, ତିନି ଜଣ ପିଲା ଏବଂ ପାଇଲଟଙ୍କୁ ନେଇ ଏକ ସ୍ପେନୀୟ ପରିବାର ହେଲିକପ୍ଟରରେ ଥିଲେ। ଫ୍ଲାଇଟ୍ ରାଡାର ଗ୍ରାଫଗୁଡିକ ଦର୍ଶାଇଲା ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଥିଲା। ଏହି ସମୟ ମଧ୍ୟରେ ଏହା ଅନେକ ଥର ପତ୍ର ପରି ଥରିଥିବାର ଦେଖାଯାଉଥିଲା ଏବଂ ପରେ ହଡସନ ନଦୀରେ ଖସିପଡିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ।  ମେୟର ଏରିକ ଆଡାମସ୍ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ବର୍ତ୍ତମାନ ସମସ୍ତ ୬ ଜଣଙ୍କୁ ପାଣି ଭିତରୁ ବାହାର କରାଯାଇଛି ଏବଂ ଦୁଃଖର ବିଷୟ ସମସ୍ତଙ୍କ ଜୀବନ ଚାଲିଯାଇଛି ।ଏହା ଅତ୍ୟନ୍ତ ହୃଦୟ ବିଦାରକ ଦୁର୍ଘଟଣା।ଅନ୍ୟପଟେ ଏହି ଦୁର୍ଘଟଣା ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ହଡସନ ନଦୀରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏଥିରୁ ଜଣାପଡୁଛି ଯେ ପାଇଲଟ, ଦୁଇ ବୟସ୍କ ଏବଂ ତିନି ପିଲାଙ୍କ ସମେତ ୬ଜଣ ଲୋକ ଆଉ ନାହାଁନ୍ତି। ଦୁର୍ଘଟଣାର ଭିଡିଓ ଅତ୍ୟନ୍ତ ଭୟାନକ ଅଟେ। ତେବେ ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.