ପ୍ରମୂଖ ଖବର
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ ଆଣିବ କେନ୍ଦ୍ର: ସାମିଲ ହେବେ ଅଣସଂଗଠିତ କ୍ଷେତ୍ର କର୍ମଚାରୀ, ୨୦୨୫ ଏପ୍ରିଲରୁ ଲାଗୁ ହେବ

Published By : Prameya | February 27, 2025 9:10 AM

ନୂଆଦିଲ୍ଲୀ,୨୭/୦୨: କେନ୍ଦ୍ର ସରକାର ଦେଶର ସମସ୍ତ ନାଗରିକଙ୍କ ପାଇଁ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ ଆଣିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଥିରେ ଅଣ-ସଂଗଠିତ  କ୍ଷେତ୍ରର କର୍ମଚାରୀମାନଙ୍କୁ ସାମିଲ କରାଯିବ । ଏବେ ନିର୍ମାଣ ସାଇଟ୍‌ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ, ଘରୋଇ ଷ୍ଟାଫ ଏବଂ ଗିଗ୍‌ ୱାର୍କରଙ୍କୁ ସରକାରଙ୍କ ପକ୍ଷରୁ ଚାଲୁ ରହିଥିବା ପେନ୍‌ସନ ସ୍କିମ୍‌ଗୁଡ଼ିକର ଫାଇଦା ମିଳୁନାହିଁ । କିନ୍ତୁ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ ଆସିବା ଦ୍ୱାରା ଏମାନେ ବି ସୁବିଧା ପାଇବାକୁ ସକ୍ଷମ ହେବେ । ଏହି ସ୍କିମ୍‌ ଦ୍ୱାରା  ସମସ୍ତ ବେତନଭୋଗୀ କର୍ମଚାରୀ ଏବଂ ସେଲ୍‌ଫ ଏମ୍ପ୍ଲୟଡ୍‌ଙ୍କୁ  ଲାଭ ମିଳିବ । ସରକାର ଏଥିପାଇଁ ଏବେ ଦସ୍ତାବିଜ୍‌ ପ୍ରସ୍ତୁତ  କରୁଛନ୍ତି । ଏହା ପରେ ଅଂଶୀଦାରମାନଙ୍କଠାରୁ ପ୍ରସ୍ତାବ ନିଆଯିବ । 

ଗଣମାଧ୍ୟମ ରିପୋର୍ଟ ଅନୁସାରେ,ଏହା  ବର୍ତ୍ତମାନର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନଠାରୁ ଭିନ୍ନ ହେବ କାରଣ ନୂଆ ସ୍କିମ୍‌ରେ ସରକାର ଭିନ୍ନ ଭିନ୍ନ ସ୍କିମ୍‌ଗୁଡ଼ିକୁ  ଏକତ୍ର କରି ଗୋଟିଏ ୟୁନିଭର୍ସାଲ ସ୍କିମ୍‌ ଆଣିବେ ।  ଏହାକୁ ଏକ ସୁରକ୍ଷିତ ବିକଳ୍ପ ଭାବେ ଦେଖାଯାଇପାରିବ ।  

ସୂତ୍ର ଅନୁସାରେ, ନ୍ୟାସ୍‌ନାଲ ପେନ୍‌ସନ ସ୍କିମ୍‌ ଉପରେ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ର କୌଣସି ପ୍ରଭାବ ପଡ଼ିବ  ନାହିଁ। ଅଣସଙ୍ଗଠିତ କ୍ଷେତ୍ରଲାଗି ଅଟଳ ପେନ୍‌ସନ ଯୋଜନା କାର୍ଯ୍ୟକାରି ହେଉଛି । ଏ ସ୍କିମ୍‌ରେ ବ୍ୟକ୍ତିଙ୍କୁ ୬୦ ବର୍ଷ ପୂରଣ  ହେବା ପରେ ମାସକୁ ୧୦୦୦ରୁ ୫୦୦୦ ଟଙ୍କା ମିଳିଥାଏ ।  ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ଯୋଜନା ବି ଚାଲିଛି ।  

ଏଥିରେ ସଡ଼କପାର୍ଶ୍ୱ ଉଠାଦୋକାନୀ, ଘରୋଇ ସହାୟକ ଏବଂ  ଶ୍ରମିକଙ୍କୁ ସରକାର ଆର୍ଥିକ ସହାୟତା ଦେଇଥାନ୍ତି । ସେହିଭଳି ଚାଷୀମାନଙ୍କ ପାଇଁ ପୃଥକ ଭାବେ ଏକ ସ୍କିମ୍‌ ପ୍ରଧାନମନ୍ତ୍ରୀ  କିଷାନ ମାନଧନ ଯୋଜନା ଚାଲିଛି । ଏଥିରେ ନିବେଶକଙ୍କୁ  ୬୦ ବର୍ଷ ହେବା ପରେ ସରକାର ପ୍ରତିମାସ ୩,୦୦୦ ଟଙ୍କାର  ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ନିକଟରେ କେନ୍ଦ୍ର  ସରକାର ନୂଆ ପେନ୍‌ସନ ଯୋଜନା ୟୁନିଫାଏଡ୍‌ ପେନ୍‌ସନ  ସ୍କିମ୍‌(ୟୁପିଏସ୍‌)କୁ ମଞ୍ଜୁରି ଦେଇଛନ୍ତି ।

 ଏହା ଅଧୀନରେ ଯଦି  ଜଣେ କର୍ମଚାରୀ ୨୫ ବର୍ଷ ଚାକିରି କରିଛନ୍ତି ତେବେ ଅବସର ପୂର୍ବରୁ ଚାକିରିର ଅନ୍ତିମ ୧୨ ମାସର ମୂଳ ଦରମାର ୫୦%  ରାଶିକୁ ପେନ୍‌ସନ ଆକାରରେ ଦିଆଯିବ । ଯଦି କୌଣସି  କର୍ମଚାରୀ ୧୦ ବର୍ଷ ପରେ ଚାକିରି ଛାଡ଼ିଦିଅନ୍ତି ତେବେ ତାଙ୍କୁ  ପ୍ରତିମାସ ୧୦ ହଜାର ଟଙ୍କାର ପେନ୍‌ସନ ମିଳିବ । ଏହାଦ୍ୱାରା  ପ୍ରାୟ ୨୩ ଲକ୍ଷ କର୍ମଚାରୀଙ୍କୁ ଫାଇଦା ମିଳିବ । ଏ ସ୍କିମ୍‌ ୨୦୨୫  ଏପ୍ରିଲ ୧ରୁ ଲାଗୁ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.