ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁରରେ ଏକ ସମ୍ବେଦନଶୀଳ ଘଟଣା ଏବେ ସାମ୍ନାକୁ ଆସିଛି । ମୁସଲିମ ଯୁବକ ମାନେ ମଦ୍ରାସା ବାହାରେ ଠିଆ ହୋଇଥିବା କାଉଡିଆଙ୍କ ଉପରେ ଛେପ ପକାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ କାଉଡିଆ ମାନେ ବିଶୃଖଳା ସୃଷ୍ଟି କରିଥିଲେ। ଏହି ବିଷୟରେ ସୂଚନା ପାଇବା ପରେ ହିନ୍ଦୁ ସଂଗଠନର ଲୋକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହି ଘଟଣା ନଗର କୋଟୱାଲୀ ଅଞ୍ଚଳର ବୁଲନ୍ଦଶହର ରୋଡରେ ଘଟିଛି । ଏନେଇ କାଉଡିଆ ମାନେ କହିଛନ୍ତି ଯେ, ଯେତେବେଳେ ସେମାନେ ଛେପ ପକାଇବାକୁ ବିରୋଧ କରିଥିଲେ, ସେତେବେଳେ ଏହି ମୁସଲମାନ ଯୁବକମାନେ ସେମାନକୁ ଅଶାଳୀନ ବ୍ୟବହାର କରିଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି କରିଛି।
ସୂଚନାନୁସାରେ, କିଛି ଯୁବକ ମଦ୍ରାସା ବାହାରେ ଠିଆ ହୋଇଥିଲେ,ଯେଉଁ ମାନେ କି ସେହି ବାଟ ଦେଇ ଯାଉଥିବା କାଉଡିଆ ଦଳ ଉପରେ ଛେପ ପକାଉଥିଲେ । ଏଥିସହ କାଉଡିଆଙ୍କ ଉପରକୁ ମଇଳା ପାଣି ଫିଙ୍ଗୁଥିଲେ । ଏହା ପରେ ଏହି ଯୁବକ ମାନେ ମଦ୍ରାସା ଭିତରକୁ ଦୌଡ଼ିଯାଇ କବାଟ ବନ୍ଦ କରି ଦେଇଥିଲେ।
ଏହି ମାମଲା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହି କାଉଡିଆ ମାନଙ୍କୁ ପ୍ରତିଶ୍ରୁତି ଦେଇଛି । ଏହାପରେ ବିଶୃଙ୍ଖଳା ଥମିଥିଲା । ପୋଲିସ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ହିନ୍ଦୁ ସଂଗଠନ ସହ ଜଡିତ ଲୋକମାନେ କାଉଡିଆଙ୍କ ଉପରେ ଛେପ ପକାଇବା ଘଟଣାକୁ ନିନ୍ଦା କରିଛନ୍ତି ।