ନୂଆଦିଲ୍ଲୀ: ମୁମ୍ବାଇର ମୁଲୁଣ୍ଡରେ ଏକ ହିଟ୍ ଏଣ୍ଡ୍ ରନ୍ ମାମଲା ସାମ୍ନାକୁ ଆସିଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଦୁଇ ଜଣଙ୍କୁ ଧକ୍କା ଦେଇଛି, ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ତେବେ ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ନବଘର ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି ଯେ ରବିବାର ସକାଳେ ଦୁଇଜଣ ବ୍ୟକ୍ତି ଗଣେଶ ପୂଜା ଆୟୋଜନ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇଛି । ଭୋର ୪ ଟା ସମୟରେ ଏହି ଘଟଣା ଘଟିଛି ।
ସ୍ଥାନୀୟ ଲୋକ କହିଛନ୍ତି ଯେ ମୁଲୁଣ୍ଡ ଚା ରାଜା ଗଣପତି ମଣ୍ଡଳର ଦୁଇଜଣ କର୍ମଚାରୀ ସକାଳେ ବ୍ୟାନର ଏବଂ ପୋଷ୍ଟର ଲଗାଇବା ପାଇଁ କାମ କରୁଥିଲେ । ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା କାର ଉଭୟ ଯୁବକଙ୍କୁ ଧକ୍କା ଦେଇଥିଲା । ପୋଲିସ କାର ଡ୍ରାଇଭରକୁ ଖୋଜୁଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଏହା ବ୍ୟତୀତ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।