ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବାଂଲାଦେଶର ମଙ୍ଗ ସମ୍ଭାଳିବେ ମହମ୍ମଦ ୟୁନୁସ,ନେବେ ଶପଥ

Published By : Anindita | August 8, 2024 9:49 AM

ନୂଆଦିଲ୍ଲୀ,୦୮/୮: ଶେଖ୍ ହାସିନା ସରକାରର ଶେଷ ହେବା ପରେ, ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ୱ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଆଜି ନେବେ ଶପଥ । ଆଜି ଫ୍ରାନ୍ସରୁ ଢାକା ଫେରିବେ ୮୪ ବର୍ଷୀୟ ୟୁନୁସ୍ । ଏହାପରେ ରାତି ପ୍ରାୟ ୮ଟାରେ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା କାର୍ଯ୍ୟକ୍ରମ ରହିଛି।

ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଶାନ୍ତ ରହିବାକୁ ଆହ୍ୱାନ ଦେବା ସହ ନୂଆ ବାଂଲାଦେଶ ଗଠନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ୟୁନୁସ। ସେ କହିଛନ୍ତି, “ମୁଁ ଘରକୁ ଫେରିବାକୁ ବେଶ ଉତ୍ସାହିତ। କ’ଣ ସବୁ ଘଟୁଛି ଓ ଆମେ କେମିତି ଏକାଠି ସମସ୍ୟାରୁ ମୁକୁଳିବା, ତା’ହିଁ ମୁଖ୍ୟ ପ୍ରସଙ୍ଗ।”ବାଂଲାଦେଶରେ ହିଂସା ଜାରି ରହିଥିବାରୁ ସେ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଯଦି ଆପଣମାନେ ହିଂସାର ରାସ୍ତା ବାଛିବେ, ତା’ହେଲେ ସବୁ କିଛି ଧ୍ୱଂସ ହୋଇଯିବ ବୋଲି କହିଛନ୍ତି ୟୁନୁସ୍ ।

ସେପଟେ ବାଂଲାଦେଶରେ ଏବେ ବି ରାଜନୈତିକ ହିଂସାକାଣ୍ଡ ଜାରି ରହିଛି। ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି। ଏପଟେ ଭାରତରେ ଆଉ କିଛି ଦିନ ରହିପାରନ୍ତି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ବୋଲି ତାଙ୍କ ପୁଅ ସଜୀବ ୱାଜିଦ ଏହି ସୂଚନା ଦେଇଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.