ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

‘ ବାଂଲାଦେଶକୁ ମିଳିଲା ଦ୍ୱିତୀୟ ସ୍ୱାଧିନତା...’ , ହସିନାଙ୍କ ସ୍ଥାନ ନେବାକୁ ଯାଉଥିବା ମହମ୍ମଦ ୟୁନୁସଙ୍କ ପ୍ରତିକ୍ରିୟା

ଢାକା- ବାଂଲାଦେଶରେ ଶେଖ୍‌ ହସିନାଙ୍କ ପଦ ଓ ଦେଶ ଛାଡ଼ିବା ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ଦାୟିତ୍ୱ ନେବେ। ଏଥିପାଇଁ ସେ ଢାକାରେ ପହଞ୍ଚିଛନ୍ତି। ଗୁରୁବାର ଦଙ୍ଗାରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଛନ୍ତି - ସେମାନଙ୍କର ବଳିଦାନ ଦେଶକୁ ଦ୍ୱିତୀୟ ସ୍ୱାଧିନତା ଦେଇଛି। ଦେଶ ଫେରିବା ପରେ ସେ ଢାକାରେ ବିମାନ ବନ୍ଦରରେ ମିଡ଼ିଆ ସହ କଥାବାର୍ତ୍ତା ହୋଇଥିଲେ। କହିଥିଲେ, ଆଜି ଆମ ପାଇଁ ଗୌରବର ଦିନ। ବାଂଲାଦେଶ ଏକ ନୂଆ ଇତିହାସ ରଚିବ। ବାଂଲାଦେଶକୁ ଆଉ ଏକ ସ୍ୱାଧିନତା ମିଳିଛି। ୮୪ ବର୍ଷିୟ ୟୁନିସ ଗୁରୁବାର ସନ୍ଧ୍ୟାରେ ଦେଶର ନୂଆ ନେତା ଭବେ ଶପଥ ନେଇ ପାରନ୍ତି। 

ୟୁନୁସ ଅନେକ ଦିନ ଧରି ଚାଲି ଥିବା ହିଂସା ପରେ ଦେଶରେ ଶାନ୍ତି ସ୍ଥାପନ କରିବାକୁ ଅପିଲ କରିଛନ୍ତି। ଗତ ମାସରୁ ଜାରି ହିଂସାରେ ଅତି କମ୍‌ରେ ୪୫୫ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ସେ ଦେଶର ନାଗରିକଙ୍କୁ ଜଣେ ଜଣଙ୍କୁ ସୁରକ୍ଷା ଦେବା କଥା କହିଛନ୍ତି । ସେ କହିଛନ୍ତି , ଆଇନ୍‌ ଓ ବ୍ୟବସ୍ଥାର ରକ୍ଷା କରିବା ଆମର ପ୍ରଥମ କାମ। ଯେବେ ସୁଦ୍ଧା ଆମେ ଆଇନ୍‌ ଓ ବ୍ୟବସ୍ଥାର ସ୍ଥିତିକୁ ଠିକ୍‌ କରିନାହିଁ , ଆମେ ଗୋଟିଏ ପାଦ ବି ଆଗକୁ  ବଢି ପାରିବୁ ନାହିଁ । 

ମହମ୍ମଦ ୟୁନୁସ୍‌ ଆହୁରି କହିଛନ୍ତି , ପୂରା ବାଂଲାଦେଶ ଏକ ବଡ଼ ପରିବାର। ସେ କହିଛନ୍ତି , ଲୋକଙ୍କୁ ମୋର ଅନୁରୋଧ ଯେ , ଯଦି ଆପଣଙ୍କୁ ମୋ ଉପରେ ଭରସା ଅଛି ,ତ ସୁନିଶ୍ଚିତ କର କି ଦେଶରେ କେଉଁଠି କାହା ଉପରେ କୌଣସି ହମଲା ନହେଉ। ସେ କହିଛନ୍ତି ସବୁ ଲୋକ ଆମର ଭାଇ। ଆମର କାମ ସେମାନଙ୍କର ରକ୍ଷା କରିବା ।  

 

 

 

  • Bangladesh Clashes
  • Sheikh Hasina
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.