ନୂଆଦିଲ୍ଲୀ : ଆଜିକା ସମୟରେ ମାର୍କେଟ୍ରେ ଆସୁଥିବା ସ୍ମାର୍ଟଫୋନ ଲାଟେଷ୍ଟ ଫିଚର୍ସ ସହ ଆସୁଛି। ଏହି ଫିଚର୍ସ ୟୁଜରଙ୍କ ସୁବିଧା ପାଇଁ ହୋଇଥାଏ ଏବଂ ୟୁଜରଙ୍କର କାମକୁ ସହଜ କରି ଦେଇ ଥାଏ। ଏହି ମଧ୍ୟରୁ ଗୋଟିଏ ଫିଚର ଆଇଆର ବ୍ଲାଷ୍ଟର( IR Blaster)। ଆଇଆର୍ ବ୍ଲାଷ୍ଟର ଅର୍ଥ ହୋଇଥାଏ ଇନଫ୍ରାରେଡ୍ ବ୍ଲାଷ୍ଟର। ଏହା ଏକ ଏମିତି ଫିଟର ହୋଇଥାଏ , ଯାହା ଦେଖା ଯାଉ ନଥିବା ଆଲୋକ ରଶ୍ମୀର (ଲାଇଟ୍ ରେ) ବ୍ୟବହାର କରି , ଅନ୍ୟ ଡିଭାଇସକୁ କଣ୍ଟ୍ରୋଲ କରି ଥାଏ। ଏହି କିରଣ ଆମକୁ ଦେଖାଯାଇ ନଥାଏ , କିନ୍ତୁ ଇଲେକ୍ଟ୍ରୋନିକ୍ ଉପକରଣ ତାକୁ ବୁଝି ପାରିଥାଏ । ଏହା ପୂରା ସେହି ପରି କାମ କରିଥାଏ , ଯେମିତି ଆପଣଙ୍କ ଟିଭି ରିମୋଟ କଣ୍ଟ୍ରୋଲ । ଆସନ୍ତୁ ବିସ୍ତୁତରେ ଏହି ବିଷୟରେ ଜାଣିବା -
୧ – ଆଇଆର ବ୍ଲାଷ୍ଟରରେ ଏକ ଆଇଆର ଏମିଟର ଥାଏ , ଯାହା ଇନଫ୍ରାରେଡ୍ ସିଗନାଲ ପଠାଇ ଥାଏ।
୨- ଏହି ସିଗନାଲ ବିଶେଷ କୋଡ୍ରେ ଏନକୋଡ୍ ହୋଇଥାଏ , ଯାହାକୁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଦ୍ୱାରା ଡିଟେକ୍ଟ କରାଯାଏ।
୩- ଯେବେ ଆପଣ ନିଜର ସ୍ମାର୍ଟଫୋନରେ ଆପ୍ର ବ୍ୟବହାର କରି କୌଣସି ବଟନ ଚିପି ଥାନ୍ତି ତ, ଆଇଆର ବ୍ଲାଷ୍ଟ ଦ୍ୱାରା ଏକ କୋଡ ପଠାଯାଏ।
୪-ଟିଭି, ଏସି ବା ଅନ୍ୟ ଉପକରଣ ରେ ଏକ ଇନଫ୍ରାରେଡ୍ ରିସିଭର ହୋଇଥାଏ , ଯାହା ଏହି କୋଡ୍ସକୁ ବୁଝିଥାଏ।
୫- ରିସିଭର କୋଡ୍ସକୁ ପଢି ଉପକରଣକୁ ନିର୍ଦ୍ଦେଶ ଦେଇଥାଏ, ଯେମିତି ଚ୍ୟାନେଲ ବଦଳାଇନା , ଭଲ୍ୟୁମ ବଢାଇବା ବା ପାୱାର ଅନ/ ଅଫ୍ କରିବା ।
ଆଇଆର ବ୍ଲାଷ୍ଟରର ଫାଇଦା -
ରିମୋଟ କଣ୍ଟ୍ରୋଲ – ଆଇଆର ବ୍ଲାଷ୍ଟରର ସବୁଠୁ ଅଧିକ ବ୍ୟବହାର ରିମୋଟ କଣ୍ଟ୍ରୋଲ ଭାବେ କରାଯାଏ। ଏହାର ସାହାଯ୍ୟରେ ଫୋନର ୟୁନଭର୍ସାଲ ରିମୋଟ ପରି ବ୍ୟବହାର କରାଯାଇ ପାରେ। ଏଥିରେ ଆପଣ ଟିଭି , ଏସି , ଡିଟିଏଚ୍ ସେଟ୍-ଟପ୍ ବକ୍ସ ଆଦିକୁ କଣ୍ଟ୍ରୋଲ କରି ପାରେ।
ଗୋଟିଏ ରିମୋଟ – ଆଇଆର ବ୍ଲାଷ୍ଟରର ସାହାଯ୍ୟରେ ଆପଣଙ୍କୁ ଅଲଗା ଅଲଗା ଡିଭାଇସକୁ କଣ୍ଟ୍ରୋଲ କରିବା ପାଇଁ ଅଲଗା ଅଲଗା ଡିଭାଇସର ଆବଶ୍ୟକ ହେବ ନାହିଁ । ଆପଣ ଫୋନରେ ହି ସବୁ ଡିଭାଇସକୁ କଣ୍ଟ୍ରୋଲ କରିପାରିବେ।
ସହଜ – ଏହାକୁ ବ୍ୟବହାର କରିବା ଖୁବ୍ ସହଜ। ଆପଣ ବସି ବସି ନିଜର ଅଲଗା ଅଲଗା ଡିଭାଇସକୁ କଣ୍ଟ୍ରୋଲ କରି ପାରିବେ।