ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ବିଧାୟକ, ଅଫିସରଙ୍କ ପାଇଁ ଆଲିସାନ୍‌ କୋଠା: ଠିଆ ହେବ ୬ଟି ନଭଶ୍ଚୁମ୍ବୀ ଟାୱାର, ୫୫୦ କୋଟି ଖର୍ଚ୍ଚରେ ସମ୍ଭ୍ରାନ୍ତ ସୁବିଧା

ଭୁବନେଶ୍ୱର,୨୯/୦୯(ସ୍ମୃତିରଞ୍ଜନ ବିଶ୍ୱାଳ):  ବିଧାୟକ ଓ ଅଫିସରଙ୍କ ପାଇଁ ତିଆରି  ଚାଲିଛି ସମ୍ଭ୍ରାନ୍ତ କୋଠା । ଏଥିରେ  ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ ।  ଏହାର ହାଇଟେକ୍‌ ଡିଜାଇନ୍‌ ଦେଖିଲେ  ଆଖି ଝଲସି ଯିବ । ରାଜଧାନୀର ଯେ  କୌଣସି ବିଳାସପୂର୍ଣ୍ଣ ଫ୍ଲାଟ୍‌ ଏହା  ଆଗରେ ଫିକା ପଡ଼ିଯିବ । ପ୍ରାୟ ୪  ହଜାର ବର୍ଗଫୁଟର ବିଶାଳ ଫ୍ଲାଟ୍‌ରେ ସବୁ  ସୁବିଧା ଖଞ୍ଜି ଦିଆଯିବ । ୭ଟି ବେଡ୍‌ରୁମ,  ସ୍ୱତନ୍ତ୍ର ଅଫିସ, ଭିଜିଟର ରୁମ୍‌, ଲବି ଓ  ସହାୟକଙ୍କ ପାଇଁ ଅଲଗା ରୁମ୍‌ ରହିବ ।  ଏମ୍‌ଏଲ୍‌ଏ କ୍ୱାର୍ଟର୍ସ କମ୍ପେ୍ଲକ୍ସ ପରିସରରେ  କ୍ଲବ ହାଉସ୍‌ଠାରୁ ନେଇ ଟେନିସ୍‌  କୋର୍ଟ, ବ୍ୟାଡମିଣ୍ଟନ କୋର୍ଟ, ଭିଆଇପି  ଗେଷ୍ଟହାଉସ୍‌, କାଫେ, ଡାକ୍ତରଖାନା,  ପୁଲିସ ଆଉଟ୍‌ପୋଷ୍ଟ ଭଳି ସୁବିଧା ରହିବ । 

ୟୁନିଟ୍‌-୪ ଏମ୍‌ଏଲଏ କଲୋନି  ସ୍ଥାନରେ ଏହି ସମ୍ଭ୍ରାନ୍ତ ଅଟ୍ଟାଳିକା ତିଆରି  ଚାଲିଛି । ମୋଟ ୧୭ ଏକର ଜାଗାରେ ୬ଟି  ନଭଶ୍ଚୁମ୍ବୀ ଟାୱାର ଛିଡ଼ା ହେବ । ଏଥିପାଇଁ  ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) କୁ ତଦାରଖ ଦାୟିତ୍ୱ ଦିଆଯାଇଛି । ମୁମ୍ବାଇର  କେଇସି ଇଣ୍ଟରନ୍ୟାସନାଲ ଲିମିଟେଡ୍‌  ଏହି ମେଗା ପ୍ରକଳ୍ପର ନିର୍ମାଣ ଟେଣ୍ଡର  ନେଇଛି । ଏବେସୁଦ୍ଧା ମାତ୍ର ୧୦% କାମ  ଆଗେଇଛି । ରାଜ୍ୟରେ ନୂଆ ସରକାର  ଆସିବା ପରେ ଏହି ପ୍ରକଳ୍ପକୁ ଅଧିକ  ଫୋକସ୍‌ କରୁଛନ୍ତି । ୨୦୨୫ ଡିସେମ୍ବର  ସୁଦ୍ଧା ପ୍ରକଳ୍ପ ସାରି ବିଧାୟକ ଓ ବରିଷ୍ଠ  ଅଫିସରଙ୍କୁ କ୍ୱାର୍ଟର୍ସ ହସ୍ତାନ୍ତର କରିବାକୁ  ଯୋଜନା ହୋଇଛି । ଏବେ ବିଧାୟକ ଓ  ବରିଷ୍ଠ ଅଫିସରମାନେ ଟାଇପ୍‌-୬ ଓ  ଟାଇପ୍‌-୭ କ୍ୱାର୍ଟର୍ସରେ ରହୁଛନ୍ତି । ଏ  ସବୁ ସହରର ଭିନ୍ନ ଭିନ୍ନ ସ୍ଥାନରେ  ଥିବା ବେଳେ ଏଥିପାଇଁ ଏକର ଏକର  ସରକାରୀ ଜାଗା ବ୍ୟବହାର ହେଉଛି ।  ବିକାଶମୂଳକ କାମ ପାଇଁ ରାଜଧାନୀରେ  ସରକାରୀ ଜାଗାର ଅଭାବ ସୃଷ୍ଟି ହେଉଛି ।  

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବିଧାୟକ  ଓ ଅଫିସରଙ୍କ ପାଇଁ ରହିଥିବା କ୍ୱାର୍ଟର୍ସକୁ  ଖାଲି କରି ଅନ୍ୟ କାମରେ ଲଗାଇବାକୁ  ସରକାର ଯୋଜନା କରିଛନ୍ତି । ଏହି ପ୍ରକଳ୍ପର ଡିଜାଇନ୍‌  ଅନୁସାରେ, ୧୭ ଏକର ଜାଗାରେ  ମୋଟ ୬ଟି ଟାୱାର ଛିଡ଼ା ହେବ ।  ୧୦୫ଟି ଟାଇପ୍‌-୭ ଓ ୧୯୫ଟି  ଟାଇପ୍‌-୬ କ୍ୱାର୍ଟର୍ସ ତିଆରି ହେବ ।  ୧୦୫ଟି ଟାଇପ୍‌-୭ କ୍ୱାର୍ଟର୍ସକୁ ଗ୍ରୁପ୍‌-ଏ  ରେସିଡେନ୍ସିଆଲ କୁହାଯିବ । ଏଥିରେ  ବରିଷ୍ଠ ବିଧାୟକ ରହିବେ । ୬ଟି  ଟାୱାରରୁ ଦୁଇଟି ଟାୱାରରେ ସବୁ  ଟାଇପ୍‌-୭ କ୍ୱାର୍ଟର୍ସ ରହିବ । ଏହାକୁ  ୯ ମହଲା ବିଶିଷ୍ଟ କରାଯିବ । ପାର୍କିଂ ପାଇଁ  ଦୁଇଟି ବେସ୍‌ମେଣ୍ଟ ରହିବ । ଟାୱାର୧ରେ ମୋଟ ୫୩ଟି ଟାଇପ୍‌-୭ କ୍ୱାର୍ଟର୍ସ  ରହିବ । ଟାୱାର-୨ରେ ୫୨ଟି ଟାଇପ୍‌-୭  କ୍ୱାର୍ଟର୍ସ ରହିବ । ପ୍ରତି ଟାୱାରରେ ୬ଟି  ଲିଫ୍ଟ ରହିବ ।

ବାକି ୪ଟି ଟାୱାରରେ ଟାଇପ୍‌-୬ କ୍ୱାର୍ଟର୍ସ ରହିବ । ଏହି ବ୍ଲକ୍‌ର  ଟାୱାର-୧ରେ ୫୨ଟି କ୍ୱାର୍ଟର୍ସ ରହିବ । ଟାୱାର-୨ରେ ୫୨ଟି, ଟାୱାର-୩ରେ ୪୬ଟି ଓ ଟାୱାର-୪ରେ ୪୫ଟି କ୍ୱାର୍ଟର୍ସ ତିଆରି  ହେବ । ଏହାର ପ୍ରତି ଟାୱାରରେ ୪ଟି ଲିଫ୍ଟ ରହିବ । ୬ଟି ଟାୱାରର ଡିଜାଇନ୍‌ ସମ୍ପୂର୍ଣ୍ଣ ସମାନ(ୟୁନିଫର୍ମ) ରହିବ ।  ୬ଟି ଯାକ ଟାୱାର ଧଳା ଓ ବ୍ରାଉନ୍‌ ରଙ୍ଗରେ ଚମକିବ । ବିଲ୍ଡିଂର  ବାଲକୋନିରେ ଅର୍ଣ୍ଣାମେଣ୍ଟାଲ ଟ୍ରି ଲଗାଯିବ । ଏଥିରେ ଦୁଇଟି କ୍ଲବ୍‌  ହାଉସ୍‌, ୩ଟି ଡିସ୍‌ପେନସାରୀ, ଭିଆଇପି ଗେଷ୍ଟହାଉସ୍‌, ପୁଲିସ  ଆଉଟପୋଷ୍ଟ ମଧ୍ୟ ରହିବ । ଶିଶୁଙ୍କ ପାଇଁ ପାର୍କ ଓ ଏକ ବଡ଼  ପାର୍କ ରହିବ । ବିସ୍ତୀର୍ଣ୍ଣ ଲ୍ୟାଣ୍ଡସ୍କେପ୍‌ ଓ ଗ୍ରୀନ୍‌ ଏରିଆ ରହିବ ।  ଏମଏଲଏ କମ୍ପେ୍ଲକ୍ସ ପାଚେରିକୁ ଲାଗି ସବୁଜିମା ସୃଷ୍ଟି କରାଯିବ ।   ଏହାର ନିର୍ମାଣ କାମ ଜୋରସୋରରେ ଚାଲିଛି ।  ବାଚସ୍ପତି ସୁରମା ପାଢ଼ୀ ନିୟମିତ ପ୍ରକଳ୍ପର ସମୀକ୍ଷା ବି କରୁଛନ୍ତି । ପ୍ରତି ୧୫ଦିନରେ ନିର୍ମାଣ ଅଗ୍ରଗତିର ସମୀକ୍ଷା  ହେଉଛି । ଏହାକୁ ସର୍ବୋତ୍ତମ କରିବାକୁ ଆମେ ପ୍ରୟାସ  କରୁଛୁ ବୋଲି ଓବିସିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

୧୦୫ଟି ଟାଇପ୍‌-୭ କ୍ୱାର୍ଟର୍ସ

୧୦୫ଟି ଟାଇପ୍‌-୭ କ୍ୱାର୍ଟର୍ସ ରହିବ । ଏଥିରେ ମୋଟ ଦୁଇଟି ବ୍ଲକ୍‌/ ଟାୱାର୍‌ ରହିବ । ଟାୱାର୍‌-୧ରେ ୫୩ଟି କ୍ୱାର୍ଟର୍ସ ତିଆରି ହେବ । ଟାୱାର୍‌-୨ରେ ୫୨ଟି କ୍ୱାର୍ଟର୍ସ ରହିବ ।  ପ୍ରତି ଟାୱାରକୁ ୯ ମହଲା ବିଶିଷ୍ଟ କରାଯିବ । ଦୁଇଟି ବେସ୍‌ମେଣ୍ଟ  ପାର୍କିଂରେ ୨୧୪ଟି ଗାଡ଼ି ପାର୍କିଂ ହୋଇପାରିବ । ଏହାକୁ ଛାଡ଼ି ଆଉ  କିଛି ଗାଡ଼ି ପାର୍କିଂ ହେବା ଭଳି ବ୍ୟବସ୍ଥା ରହିବ । ପ୍ରତି ଟାୱାରରେ ୫ଟି  ପାସେଞ୍ଜର ଲିଫ୍ଟ ରଖାଯିବ । ସେହିଭଳି ବିଭିନ୍ନ ଉପକରଣ ନେବାକୁ  ଗୋଟିଏ ଷ୍ଟ୍ରେଚର୍‌ ଲିଫ୍ଟ ରହିବ । ଲିଫ୍ଟ ଓ ସିଡ଼ିକୁ ବିଡିଏ ଓ ଏନ୍‌ବିସି  ଗାଇଡଲାଇନ୍‌ ହିସାବରେ ତିଆରି କରାଯାଉଛି । ଏଥିରେ ୨୩୦  ବର୍ଗଫୁଟ ବିଶିଷ୍ଟ ଗୋଟିଏ ବିରାଟ ମାଷ୍ଟର ବେଡରୁମ୍‌ ରହିବ । ଏହାକୁ  ଛାଡ଼ି ଆଉ ୬ଟି ବେଡ୍‌ରୁମ ରହିବ । ଅତିଥିଙ୍କ ପାଇଁ ଟଏଲେଟ୍‌,  ସହାୟକଙ୍କ ପାଇଁ ରୁମ୍‌, ଅଫିସ୍‌, ଲବି, ବିଧାୟକଙ୍କୁ ଦେଖା କରିବାକୁ  ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌ ଓ ଡାଇନିଂ ରହିବ ।

୧୯୫ଟି ଟାଇପ୍‌-୬ କ୍ୱାର୍ଟର୍ସ

୧୯୫ଟି ଟାଇପ୍‌-୬ କ୍ୱାର୍ଟର୍ସ ତିଆରି ହେବ । ଏଥିରେ ୪ଟି ବ୍ଲକ୍‌/ଟାୱାର୍‌  ରଖାଯାଉଛି । ଟାୱାର-୧ରେ ୫୨ଟି କ୍ୱାର୍ଟର୍ସ ରହିବ । ଟାୱାର-୨ରେ ୫୨,  ଟାୱାର-୩ରେ ୪୬, ଟାୱାର-୪ରେ ୪୫ଟି କ୍ୱାର୍ଟର୍ସ ତିଆରି ହେବ । ପ୍ରତି  ଟାୱାରରେ ୩ଟି ପାସେଞ୍ଜର ଲିଫ୍ଟ ଓ ଗୋଟିଏ ଷ୍ଟ୍ରେଚର ଲିଫ୍ଟ ରହିବ ।  ପ୍ରତିଟି ଟାୱାରରେ ଦୁଇଟି ବେସ୍‌ମେଣ୍ଟ ରହିବ । ଏଠାରେ ମୋଟ ୩୯୦ଟି  କାର୍‌ ପାର୍କିଂ ହୋଇପାରିବ । ଟାଇପ୍‌-୬ କ୍ୱାର୍ଟର୍ସର ଏରିଆ ୨୭୫୫  ବର୍ଗଫୁଟ ଅଞ୍ଚଳ ରହିଛି । ଏଥିରେ ମୋଟ ୪ଟି ବେଡରୁମ୍‌ ରହିଛି । ୫୩୮  ବର୍ଗଫୁଟ ଅଞ୍ଚଳର ଏକ ବିରାଟ ଲିଭିଂ କମ୍‌ ଡାଇନିଂ ରୁମ୍‌ ରଖାଯାଇଛି ।

ଏସି କ୍ଲବ୍‌ ହାଉସ୍‌

ଏବେ ଯେଉଁ ବିଧାନସଭା ଅତିଥି ଭବନ ଅଛି ତାକୁ ଭଙ୍ଗାଯିବନି ।  ଏହାକୁ ନବୀକରଣ କରାଯିବ । ଏହାବାଦ୍‌ ଆଉ ଏକ ଭିଆଇପି ଗେଷ୍ଟହାଉସ୍‌ କରାଯିବ । ଏହାକୁ ଲାଗି କ୍ଲବ୍‌ ହାଉସ ତିଆରି  କରାଯିବ । ଏହା ଭିତରକୁ ଯିବାକୁ ସ୍ୱତନ୍ତ୍ର ଫାଟକ ରହିବ ।  କ୍ଲବ୍‌ ହାଉସରେ ୫୦୦ ଲୋକଙ୍କ କ୍ଷମତା ବିଶିଷ୍ଟ ଦୁଇଟି ହଲ୍‌  ରହିବ । ଏହାକୁ ସେଣ୍ଟ୍ରାଲ ଏସି କରାଯିବ । ସେହିଭଳି ଏହା  ପରିସରରେ ପୁରୁଷ ଓ ମହିଳାଙ୍କ ପାଇଁ ପାର୍ଲର, କାଫେ,  ରେଷ୍ଟୁରାଣ୍ଟ, ପୁଲିସ ଆଉଟପୋଷ୍ଟ୍‌ ଓ ଅନ୍ୟ ଦୋକାନ ରହିବ ।

ଗ୍ରୁପ୍‌-ଏ ଆବାସିକ ଟାୱାରରେ ବରିଷ୍ଠ ବିଧାୟକ

ଟାଇପ-୭ କ୍ୱାର୍ଟର୍ସ ବରିଷ୍ଠ ବିଧାୟକଙ୍କୁ ଆବଣ୍ଟନ କରାଯିବ ।  ଏହାକୁ ଗ୍ରୁପ୍‌-ଏ ଆବାସିକ ଟାୱାର କୁହାଯାଉଛି । ଏଭଳି  ଦୁଇଟି ଟାୱାର ରହିବ । ଗୋଟିଏ ଟାୱାରରେ କିଛି ମନ୍ତ୍ରୀଙ୍କୁ  ମଧ୍ୟ କ୍ୱାର୍ଟର୍ସ ଦିଆଯାଇପାରେ । ସେହିଭଳି ଟାଇପ୍‌-୬  କ୍ୱାର୍ଟର୍ସକୁ ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କୁ  ଦିଆଯିବ । ନବନିର୍ବାଚିତ ବିଧାୟକ ମଧ୍ୟ ଏଠାରେ ରହିବେ ।

ମୋଟ ୪ଟି ମୁଖ୍ୟ ଫାଟକ ରହିବ

ଏମଏଲଏ କ୍ୱାର୍ଟର୍ସ କମ୍ପେ୍ଲକ୍ସର ୪ଟି ମୁଖ୍ୟ ଫାଟକ ରହିବ ।  କମିଶନରେଟ ପୁଲିସ ବିଲ୍ଡିଂ ଅପରପାଶ୍ୱର୍ରେ ଟାଇପ୍‌-୭  କ୍ୱାର୍ଟର୍ସର ଦୁଇଟି ଟାୱାର ଛିଡ଼ା ହେବ । ଲୋକସମ୍ପର୍କ ଭବନ  ଅପରପାଶ୍ୱର୍ରେ ଟାଇପ୍‌-୬ କ୍ୱାର୍ଟର୍ସର ଦୁଇଟି ଟାୱାର ରହିବ ।  କୃଷି ଭବନ ଓ ରାଜ୍ୟ ଅତିଥି ଭବନ ଅପରପାଶ୍ୱର୍ରେ  ଆଉ ଦୁଇଟି ଟାଇପ୍‌-୬ କ୍ୱାର୍ଟର୍ସର ଟାୱାର ଛିଡ଼ା ହେବ । 

ହୋମିଓପାଥି ଓ ଆର‌୍ୟୁବେଦ ଡିସ୍‌ପେନସାରୀ

କ୍ଲବ୍‌ ହାଉସକୁ ଲାଗି ସ୍ୱତନ୍ତ୍ର  ଡିସପେନସାରୀ(ଏଲୋପାଥିକ୍‌) ରହିବ ।  ଏହାଛଡ଼ା ଆର‌୍ୟୁବେଦିକ୍‌ ଓ ହୋମିଓପାଥି  ଡିସପେନସାରୀ ବି ରହିବ। ଡାକ୍ତରଙ୍କ  ପାଇଁ ସ୍ୱତନ୍ତ୍ର ରୁମ୍‌ ସହିତ ଅନ୍ୟ  ଆନୁସଙ୍ଗିକ ସୁବିଧା ରହିବ ।

ଅତ୍ୟାଧୁନିକ ସ୍ପୋର୍ଟସ୍‌ କମ୍ପେ୍ଲକ୍ସ

କ୍ଲବ୍‌ ହାଉସ୍‌ ଭିତରେ ସ୍ୱତନ୍ତ୍ର ସ୍ପୋର୍ଟସ୍‌  କମ୍ପେ୍ଲକ୍ସ ରହିବ । ଏଥିରେ ଟେନିସ  ଓ ବ୍ୟାଡ୍‌ମିଣ୍ଟନ କୋର୍ଟ ରହିବ ।  ଅନ୍ୟ ଖେଳର ସୁବିଧା ମଧ୍ୟ ରହିବ ।  ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।

ବଳି ପଡ଼ିଥିଲା ୧୦୦୦ ଗଛ

ପ୍ରସ୍ତାବିତ ଏହି ଏମ୍‌ଏଲଏଲ କ୍ୱାର୍ଟର୍ସ  ପ୍ରକଳ୍ପ ପାଇଁ ୧୦୦୦ଟି ବିଶାଳ ଗଛ ବଳି  ପଡ଼ିଥିଲା । ଏମଏଲଏ କଲୋନୀରେ ଥିବା  ଏହି ଗଛକୁ ଓଏଫଡିସି ତରବରିଆ  ଭାବେ କାଟି ଚାଲିଥିଲା । ପ୍ରମେୟରେ  ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପରେ  ତମ୍ବିତୋଫାନ ହୋଇଥିଲା । ହାଇକୋର୍ଟରେ  ମାମଲା ରୁଜୁ ହୋଇଥିଲା । ହାଇକୋର୍ଟଙ୍କ  ତାଗିଦ୍‌ ପରେ ଗଛଗୁଡ଼ିକୁ ଅନ୍ୟତ୍ର  ସ୍ଥାନାନ୍ତର କରି ପୁନଃରୋପଣ ପାଇଁ ବନବିଭାଗ ଯୋଜନା କରିଥିଲା । କଟା  ଯାଇଥିବା ଗଛର କ୍ଷତିପୂରଣ ବାବଦରେ  ପ୍ରାୟ ୬୨ଲକ୍ଷ ଟଙ୍କା ବନବିଭାଗ ପାଖରେ  ଜମା କରିଥିଲା ଓବିସିସି ।


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.