ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇ ଫଟୋ ଉଠାଇଲେ ମିଚେଲ ମାର୍ଶ, ଫଟୋ ଭାଇରାଲ ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ଅହମ୍ମଦାବାଦ,୨୦।୧୧: ବିଶ୍ବକପ୍ ୨୦୨୩ରେ ଅଷ୍ଟ୍ରେଲିଆଠାରୁ ଭାରତ ହାରିଛି, ହେଲେ ଦେଶବାସୀଙ୍କ ହୃଦୟ ଜିଣିଛି। ଅଷ୍ଟ୍ରେଲିଆ ଟିମ୍ କିନ୍ତୁ ୱାର୍ଲ୍ଡକପ୍ ଟ୍ରଫି ଜିତି ମଧ୍ୟ ଏହାକୁ ଦେଇପାରିନି ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା। ଏଭଳି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବିଶ୍ବକପ୍ ଟ୍ରଫି ଜିତିବା ଯଦିଓ କୌଣସି ଦଳ ପାଇଁ ଉତ୍ସବଠାରୁ କମ୍ ନୁହେଁ, କିନ୍ତୁ ଏହାକୁ ମର୍ଯ୍ୟାଦା ନଦେବା ଖୁବ୍ ଲଜ୍ୟାଜନକ। ଜିତିବାର ଗର୍ବରେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ସବୁ ସୀମାର ପାର କରିଗଲେ। ଟ୍ରଫି ଉପରେ ସେ ଗୋଡ ରଖି ବସିଥିବାର ଫଟୋ ଭାଇରାଲ ପରେ ନିନ୍ଦାର ପାତ୍ର ହୋଇଛନ୍ତି। 

ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫଟୋରେ ମିଚେଲ ହାତରେ ସ୍ୟାମ୍ପେନ୍ ଧରିଥିବା ବେଳେ ନିଜର ଦୁଇଗୋଡକୁ ଓ୍ବାର୍ଲ୍ଡକପ୍‌ ଟ୍ରଫି ଉପରେ ରଖିଛନ୍ତି। ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ଦେଇଛନ୍ତି। କିଛି ୟୁଜର କହିଛନ୍ତି, ଅଷ୍ଟ୍ରେଲିଆର ବହୁ ଖେଳାଳିଙ୍କୁ ଫଟୋ ଦେଖିଛୁ, ସେମାନେ ଟ୍ରଫିକୁ ମୁଣ୍ଡରେ ରଖିଥିବାର କିମ୍ବା ଚୁମି ଥିବାର ଦେଖିଛୁ। ମହାନ ଫୁଟବଲର ଲିଓନେଲ୍‌ ମେସିଙ୍କୁ ଓ୍ବାର୍ଲ୍ଡକପ୍‌ ଟ୍ରଫି ସହିତ ଶୋଇଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ଏଭଳି କରିବା ଭୁଲ। ଆପଣଙ୍କ ସଂସ୍କୃତି ଯଦିଓ ଅଲଗା, କିନ୍ତୁ ଏଭଳି କାର୍ଯ୍ୟକଳାପକୁ କେହି ସହ୍ୟ କରିବେନି।


ଉଲ୍ଲେଖନୀୟ ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ, ଆୟୋଜକ ଭାରତ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିଥିଲା। ୬ ୱିକେଟରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ଷଷ୍ଠ ଥର ପାଇଁ ଟାଇଟଲ୍ ହାତେଇଛି। ବିଜୟ ପରେ ଡ୍ରେସିଂ ରୁମରେ ଏପରି ଫଟୋ ଉଠାଇଥିଲେ ମିଚେଲ ମାର୍ଶ। ଏହି ମ୍ୟାଚରେ ମିଚେଲ ମାର୍ଶ ୧୫ ବଲରେ ୧୫ ରନ୍ କରିଥିଲେ। ଏହାବ୍ୟତୀତ ସେ ୨ ଓଭର ବୋଲିଂ କରି ୫ ରନ୍ ଦେଇଥିଲେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.