ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା! ଅଭିଯୁକ୍ତ ଅଟକ, ଅନ୍ୟତମ ସହଯୋଗୀ ଫେରାର

Published By : Prameya | March 24, 2025 9:24 AM

ବରଗଡ଼/ବୁର୍ଲା,୨୪/୦୩: ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ  ଜଙ୍ଗଲରୁ ରବିବାର ଜଣେ ନାବାଳିକାଙ୍କ  କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି  ପୁଲିସ୍‌ । ନାବାଳିକାକୁ ଘରୁ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା  ଅନୁମାନ କରାଯାଉଛି । ହତ୍ୟାରେ ଏକାଧିକ  ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ଅପହରଣରେ ସମ୍ପୃକ୍ତ ନାବାଳିକାଙ୍କ ପୁରୁଷ ବନ୍ଧୁକୁ ପୁଲିସ୍‌  ଅଟକ ରଖିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ବ୍ୟବଚ୍ଛେଦ ରିପୋର୍ଟରୁ  ଏହା ଦୁଷ୍କର୍ମ କି ଗଣଦୁଷ୍କର୍ମ ପରେ  ହତ୍ୟା ନା କେବଳ ହତ୍ୟା ତାହା ସ୍ପଷ୍ଟ  ହେବ ବୋଲି ପୁଲିସ୍‌ କହିଛି ।  

ପୁଲିସ୍‌ ସୂଚନା ଅନୁଯାୟୀ, ମୃତ  ନାବାଳିକାଙ୍କ ଘର ବରଗଡ଼ ଜିଲ୍ଲା ଟାଉନ୍‌ ଥାନାଞ୍ଚଳରେ । ତାଙ୍କ ବୟସ ୧୭ ବର୍ଷ ।  ସେ ୧୯ ତାରିଖରୁ ନିଖୋଜ ଥିଲେ । ଏ  ନେଇ ପରିବାର ଲୋକେ ବରଗଡ଼ ଟାଉନ୍‌  ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌  ମାମଲା ରୁଜୁ କରି ତଦନ୍ତ କରୁଥିଲା ।  ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ  ସହ ପଳାଇଥିବା ପ୍ରାଥମିକ ତଦନ୍ତରୁ  ଜଣାପଡ଼ିଥିଲା । ଏହାପରେ ପୁରୁଷ  ବନ୍ଧୁଙ୍କୁ କାବୁ କରି ନାବାଳିକାଙ୍କ ସମ୍ପର୍କରେ ପଚରାଉଚରା କରିବା ପରେ ସେ ହତ୍ୟା  କରିଥିବା ସ୍ୱୀକାର କରିଥିଲା । ନାବାଳିକାଙ୍କ ହତ୍ୟାରେ ଅନ୍ୟ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଛି । 

ରବିବାର ସକାଳେ ବରଗଡ଼ ପୁଲିସ୍‌ ଟିମ୍‌ ଅଭିଯୁକ୍ତ ପୁରୁଷବନ୍ଧୁକୁ ଧରି ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚିଥିଲା । ନାବାଳିକାକୁ ଘରୁ ଅପହରଣ କରିବା ଦିନ ପୁରୁଷ ବନ୍ଧୁ ଏବଂ ତା’ର ସାଙ୍ଗ  ହୀରାକୁଦ ଜଳଭଣ୍ଡାର ନିକଟ ଜଙ୍ଗଲକୁ  ନେଇ ସେଠାରେ ଦୁଷ୍କର୍ମ କରିବା ପରେ  ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା  ପୁଲିସ୍‌ ଅନୁମାନ କରୁଛି । ନାବାଳିକା ଜଣକ  ଘରୁ ଏକ ମୋବାଇଲ୍‌ ଏବଂ ୧୫୦୦୦ ଟଙ୍କା  ଆଣିଥିବା ପରିବାର ଲୋକେ କହୁଛନ୍ତି । ହେଲେ  ମୋବାଇଲ୍‌ କିମ୍ବା ଟଙ୍କା ଉଦ୍ଧାର ହୋଇନାହିଁ ।  ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ  ତ୍ରିପାଠୀ, ଟାଉନ୍‌ ଥାନାଧିକାରୀ ସତ୍ୟଜିତ  କାଣ୍ଡେଲକର, ବୁର୍ଲା ଥାନାଧିକାରୀ  ସୌମ୍ୟକାନ୍ତ ବଳିଆର୍‌ ସିଂଙ୍କ ସଦଳବଳ  ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ସାଇଣ୍ଟିଫିକ୍‌  ଟିମ୍‌ ନମୁନା ସଂଗ୍ରହ କରିଛି । ମାଜିଷ୍ଟ୍ରେଟ୍‌ଙ୍କ  ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ  ପରିବାରକୁ ହସ୍ତାନ୍ତର କରାଯାଇଛି । ଖୁବ୍‌ଶୀଘ୍ର  ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି  ଏସ୍‌ଡିପିଓ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.