ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ମନ୍ଦିର ହୋର୍ଡିଂରେ ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ଫଟୋ, ସୋସିଆଲ ମିଡିଆରେ ଭାଇରାଲ ପରେ ଅଂଚଳରେ ଉତ୍ତେଜନା…

ନୂଆଦିଲ୍ଲୀ: ତାମିଲନାଡୁର କାଞ୍ଚିପୁରମରେ ଏକ ମନ୍ଦିରର ହୋର୍ଡିଂକୁ ନେଇ ଉତ୍ତେଜନା ଦେଖାଦେଇଛି। ବାସ୍ତବରେ, ଏଠାରେ ଏକ ମନ୍ଦିରର ହୋର୍ଡିଂରେ ପର୍ଣ୍ଣ ଷ୍ଟାର ମିୟା ଖଲିଫାଙ୍କ ଫଟୋ ରହିବା ପରେ ଇଣ୍ଟରନେଟରେ ଏହା ନିଆଁ ପରି ବ୍ୟାପିବାରେ ଲାଗିଛି । ଏହି ହୋଡିଂ ଆଦି ପର୍ବ ଅବସରରେ ଲଗାଯାଇଛି, ଯାହାକି ତାମିଲନାଡୁର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହି ପର୍ବକୁ ବର୍ଷା ଏବଂ ନଦୀ ପୂଜା ପାଇଁ ପାଳନ କରାଯାଏ । 

ସୂଚନାଥାଉକି ଯେ, ଆଦି ପର୍ବକୁ ତାମିଲନାଡୁରେ ଏକ ଭବ୍ୟ ତରିକାରେ ପାଳନ କରାଯାଏ, ବିଶେଷ କରି ମାତା ଅମ୍ମାନ (ପାର୍ବତୀ) ଙ୍କ ମନ୍ଦିରରେ ଏହା ପାଳନ କରାଯାଏ । ଏହା କିଛି ଦିନ ଧରି ଚାଲିଥାଏ, ଯେଉଁଥିରେ ଲୋକମାନେ ମା ଅମ୍ମାନଙ୍କୁ ପୂଜାର୍ଚ୍ଚନା କରନ୍ତି, ଭଜନ କୀର୍ତ୍ତନ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି । ଏହି ପର୍ବ ତାମିଲନାଡୁର ସଂସ୍କୃତି ଏବଂ ପରମ୍ପରାର ଏକ ଅତ୍ୟାବଶ୍ୟକ ଅଂଶ, ଯାହା ଲୋକଙ୍କୁ ଏକତା ଏବଂ ଉତ୍ସାହ ସହିତ ଯୋଡିଥାଏ । 

ଏହି ପର୍ବରେ ଲୋକମାନେ ନଦୀ କୂଳରେ ପୂଜା କରନ୍ତି ଏବଂ ସେମାନଙ୍କର ସୁଖ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରନ୍ତି । ଏହି ସମୟରେ କୁରୁବିମଲାଇର ନାଗାଥାମନ୍ ଏବଂ ସେଲିୟମ୍ମନ ମନ୍ଦିରରେ ଏକ ବଡ଼ ଢଙ୍ଗରେ ଆଦି ପର୍ବ ପାଳନ କରିବାକୁ ବଡ କାର୍ଯ୍ୟକ୍ରମ ଯୋଜନା ହେଉଛି । ଏଥିରେ ରଙ୍ଗୀନ ଲାଇଟ୍ ଲଗାଇବା ସହିତ ହୋର୍ଡିଂ ଏବଂ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମୟରେ, ଏକ ହୋର୍ଡିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯେଉଁଥିରେ ମିଆ ଖଲିଫାଙ୍କ ଫଟୋ ଛପା ଯାଇଛି । ଏହି ହୋର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ଏହି ପର୍ବ ସହିତ ମିଆ ଖଲିଫାଙ୍କ ଛବିର କୌଣସି ସମ୍ପର୍କ ନାହିଁ । ଏଭଳି ପରିସ୍ଥିତିରେ ମନ୍ଦିରର ହୋର୍ଡିଂ ଉପରେ ତାଙ୍କର ଚିତ୍ର ଦେଖି ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ମିୟା ଖଲିଫାଙ୍କ ଫଟୋ ଏପରି ଢଙ୍ଗରେ ଛପା ହୋଇଛି ଯେ, ସେ 'ପାଲ କୁଦାମ' ଧରି ଆସୁଥିବା ଦେଖିବାକୁ ମିଳୁଛି । ଦକ୍ଷୀଣ ଭାରତରେ 'ପାଲ କୁଦାମ' ହେଉଛି କ୍ଷୀରରେ ଭର୍ତ୍ତି ଏକ ପାତ୍ରର ନାମ, ଯାହା ପର୍ବ ସମୟରେ ଦେବତା ମାନଙ୍କୁ ଅର୍ପଣ କରାଯାଏ । ଏହା ପାରମ୍ପାରିକ ପ୍ରସାଦର ଏକ ଅଂଶ । ଫଟୋ ଭାଇରାଲ ହେବା ପରେ ମାପୋଲିସକୁ ସୂଚନା ଦିଆଯାଇଥିଲା, ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋର୍ଡିଂ ହଟାଇ ଦେଇଛି । ସୂଚନାଥାଉକି, ମିଆ ଖଲିଫା ହେଉଛନ୍ତି ଲେବାନନର ମୂଳ ବାସିନ୍ଦା । ସେ ଜଣେ ଜଣାଶୁଣା ଆମେରିକୀୟ ପର୍ଣ୍ଣ ଷ୍ଟାର । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.