ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

'ବାପା ମୋତେ କ୍ଷମା କରିଦେବ'; ସହି ପାରିଲେନି ସ୍ତ୍ରୀ ନିର୍ଯାତନା, ଚିଠି ଲେଖି ଜୀବନ ହାରିଲେ ଆଉ ଜଣେ ସ୍ବାମୀ

Published By : Ankita S | January 28, 2025 10:42 AM

ବେଙ୍ଗାଲୁରୁ,୨୮/୦୧: ଅତୁଲଙ୍କ ପରେ ଆଉ ଜଣେ ନିର୍ଯ୍ୟାତିତ ସ୍ବାମୀ । ସହି ପରିଲେନି ସ୍ତ୍ରୀର ନିର୍ଯ୍ୟାତନା । ବାପାଙ୍କୁ ଚିଠି ଲେଖି ଭୁଲ ମାଗିବା ସହ ଜୀବନ ହାରିଛନ୍ତି କର୍ଣ୍ଣାଟକର ଜଣେ ୪୦ବର୍ଷୀୟ ବ୍ୟକ୍ତି । ସ୍ତ୍ରୀର ନିର୍ଯାତନା ସହି ନପାରି ଦୁନିଆକୁ ଛାଡି ଚାଲି ଯାଇଛନ୍ତି କର୍ଣ୍ଣାଟକ ଚାମୁଣ୍ଡେଶ୍ବରୀ ନଗରରର ପେଟାରୁ ଗୋଲାପାଲି । ଗତବର୍ଷ ଡିସେମ୍ବରରେ ବେଙ୍ଗାଲୁରୁର ଜଣେ ଆଇଟି ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ଚହଳ ପକାଇଥିବା ବେଳେ ଆଉ ଜଣେ ନିର୍ଯ୍ୟାତିତ ସ୍ବାମୀ ଜୀବନ ହାରିଥିବା ସାମ୍ନାକୁ ଆସିଛି ।

ବାପା ମୋତେ କ୍ଷମା କରିଦେବ...ଆଉ ସହି ପାରୁନାହିଁ..  ମୋ ସ୍ତ୍ରୀ ପାଇଁ  ଆତ୍ମହତ୍ୟା କରୁଛି….ସେ ମୋ ମୃତ୍ୟୁ ଚାହୁଁଥିଲା… ମୁଁ ଜୀବନ ହାରିବାକୁ ବାଧ୍ୟ ହେଉଛି । ଏମିତି କିଛି ଯନ୍ତ୍ରଣାଭରା ଚିଠି ଲେଖି ଦୁନିଆକୁ ଛାଡି ଚାଲି ଯାଇଛନ୍ତି କର୍ଣ୍ଣାଟକ ଚାମୁଣ୍ଡେଶ୍ବରୀ ନଗରରର ୪୦ ବର୍ଷୀୟ ପେଟାରୁ ଗୋଲାପାଲି । ଘଟଣା ପରେ ଏବେ ପେଟାରୁଙ୍କ ପରିବାର ନ୍ୟାୟ ଅପେକ୍ଷାରେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

ପ୍ରାଥମିକ ତଦନ୍ତକୁ ଜଣାପଡିଛି କି, ମୃତ ପେଟାରୁ ଗୋଲାପାଲି ଦୁଇବର୍ଷ ତଳେ ବିବାହ କରିଥିଲେ । ବିବାହର ୩ମାସ ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ଆଉ ଏହି ଝଗଡା ଛାଡପତ୍ର ଯାଏ ପହଞ୍ଚିଥିଲା । ମୃତ ବ୍ୟକ୍ତିଙ୍କ ପତ୍ନୀ ପିଙ୍କି ଛାଡପତ୍ର ପାଇଁ ଆବେଦନ କରିଥିଲେ । ଭରଣପୋଷଣ ପାଇଁ ୨୦ ଲକ୍ଷ ମାଗିଥିଲେ । ପେଟାରୁ ଗୋଲାପାଲି ଏକ ପ୍ରାଇଭେଟ କର୍ମାନୀରେ କାମ କରୁଥିଲେ । ସମ୍ପର୍କରେ ତିକ୍ତତା, ଛାଡପତ୍ର ଘଟଣାକୁ ସେ ସହି ପାରିନଥିଲେ । 

ଗତ କିଛି ମାସ ହେବ ତାଙ୍କର ଚାକିରି ଚାଲି ଯାଇଥିଲା । ସେ ବେରୋଜଗାର ହୋଇଯାଇଥିଲେ । ତଥାପି ତାଙ୍କ ସ୍ତ୍ରୀ ଟଙ୍କା ମାଗିବା ସହ ଧମକାଉଥିଲେ । ଅତ୍ୟାଚାର କରୁଥିଲେ । ଫଳରେ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ସେ । ପୁରା ପରିବାର ଘରେ ନଥିବା ବେଳେ ପେଟାରୁ ଗୋଲାପାଲି ଆତ୍ମହତ୍ୟା କରିଥିଲେ । ଘରକୁ ଫେରିବା ପରେ ପୁଅର ଝୁଲନ୍ତା ମୃତଦେହ ଦେଖିଥିଲେ ପରିବାର । ଏହା ସହିତ ତାଙ୍କ ହାତ ଲେଖା ସୁଇସାଇଟ ନୋଟ୍ ବି ମିଳିଥିଲା । ପୋଲିସ ଆତ୍ମହତ୍ୟା ପାଇଁ ଉସକାଇବା ଭଳି ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି ।


ଏହା ବି ପଢନ୍ତୁ...ସ୍ତ୍ରୀ ଦେଉଥିଲେ ନିର୍ଯାତନା; ଜୀବନ ହାରିଲେ ଏଆଇ ଇଞ୍ଜିନିୟର, ଲେଖିଲେ ୨୪ ପୃଷ୍ଠାର ଯନ୍ତ୍ରଣାଭରା ଚିଠି

କହି ରଖୁଛି କି, ଗତବର୍ଷ ଡିସେମ୍ବରରେ ପତ୍ନୀ ଓ ଶାଶୂଙ୍କ ଅକଥନୀୟ ନିର୍ଯାତନା ସହି ନ ପାରି ଝୁଲିପଡ଼ିଥିଲେ ଯୁବ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ । ଆତ୍ମହତ୍ୟା ପୂର୍ବରୁ ୨୪ ପୃଷ୍ଠାର ଚିଠି ଏବଂ ୧.୨୦ ଘଣ୍ଟାର ଭିଡିଓ ମେସେଜରେ ନିଜ ଦୁଃଖ କାହାଣୀ ବଖାଣିଥିଲେ । ଏହି ଘଟଣା କର୍ଣ୍ଣାଟକ ସମେତ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଚିଠିର ପ୍ରତି ପୃଷ୍ଠାରେ ନ୍ୟାୟ ମାଗିଥିଲେ ଅତୁଲ । ନ୍ୟାୟ ନମିଳିରେ ମୋ ମୃତଦେହକୁ କୋର୍ଟ ପାଖ ଡ୍ରେନକୁ ଫିଙ୍କି ଦେବ ବୋଲି କହିବା ସହ ମୃତ୍ୟୁ ପରେ ତାଙ୍କ ଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ନ ଦେବାକୁ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.