ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ

Published By : Harapriya Sethi | March 15, 2025 8:43 AM

ଭୁବନେଶ୍ୱର,୧୫/୦୩: ସାଇକେଲ୍‌ରେ ହାଟକୁ ଯାଉଥିବା ବେଳେ ଅଘଟଣ । ପଛପଟୁ ଧକ୍କା ଦେଲା ଟ୍ରକ୍‌ । ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ମୃତକ ଗୋପପୁର ଅଞ୍ଚଳର ୫୧ ବର୍ଷୀୟ ମୋହନ ଚରଣ ଦାସ ବୋଲି ଜଣା ପଡ଼ିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାର ନିକଟସ୍ଥ ୮ ନମ୍ବର କେନାଲ ପୋଲ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଗୋପପୁର ଅଞ୍ଚଳର ମୋହନ ଚରଣ ଦାସ ନିଶ୍ଚିନ୍ତକୋଇଲି ହାଟକୁ ସଉଦା କରିବାକୁ ଆସୁଥିଲେ । ସାଇକେଲ୍‌ରେ ଯାଇଥିବା ବେଳେ ବଜାର ନିକଟ ୮ ନମ୍ବର କେନାଲ ପୋଲ ନିକଟରେ ପଛ ପଟୁ ଏକ ଟ୍ରକ୍‌ ଆସି ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜନଗହଳିପୂର୍ଣ୍ଣ କେନାଲ ବନ୍ଧ, ରାସ୍ତା ଖରାପ, ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଅଘଟଣ ହୋଇଥିବା ଯୋଗୁଁ ଅକାରଣରେ ଏକ ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି। ଦୁର୍ଘଟଣା ସ୍ଥଳରେ କିଛି ସମୟ ଉତ୍ତେଜନା ସହ ଗାଡି ଚଳାଚଳ ବନ୍ଦ ଓ ରାସ୍ତା ଜାମ୍‌ ରହିଥିଲା । ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ଏହି ଦୁଃଖଦ ଖବର ପାଇ ମେଡିକାଲରେ ପୂର୍ବତନ ବିଧାୟକ ପ୍ରତାପ ଜେନା ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.