ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ମଞ୍ଚରେ ଭାଷଣ ଦେବା ବେଳେ ହଠାତ ଅସୁସ୍ଥ ହୋଇପଡିଲେ ଖଡଗେ, ଜମ୍ମୁ-କଶ୍ମୀରରେ କରୁଥିଲେ ନିର୍ବାଚନୀ ପ୍ରଚାର

ଶ୍ରୀନଗର,୨୯।୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କଠୁଆରେ ପହଁଞ୍ଚିଥିବା କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ମଞ୍ଚରେ ଭାଷଣ ଦେବାବେଳେ ହଠାତ ଅସୁସ୍ଥ ହୋଇ ପଡିଛନ୍ତି। ଏହାପରେ ଭାଷଣକୁ ଅଧାରେ ରୋକି ପାର୍ଟି ନେତା ତାଙ୍କ ହାତ ଧରି ଚୌକି ଉପରେ ବସାଇଥିଲେ। ଦଳର ନେତା କହିଛନ୍ତି, ଏବେ ତାଙ୍କର ସ୍ଥିତି ସ୍ଥିର ରହିଛି ଓ ଡାକ୍ତରଙ୍କୁ ତାଙ୍କ ଚେକଅପ୍‌ କରିବା ପାଇଁ ଡକାଯାଇଛି। ଖଡଗେ କଠୁଆରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଅପରେସନ୍‌ରେ ଶହୀଦ ହୋଇଥିବା ଏକ ହେଡ୍ କନଷ୍ଟେବଳଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ। ଏହି ଘଟଣାରେ ଅନ୍ୟ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ଓ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

କଂଗ୍ରେସ ମହାସଚିବ ଗୁଲାମ ଅହମ୍ମଦ ମୀର ପିଟିଆଇକୁ କହିଛନ୍ତି, ସେ ଜସରୋଟାରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ, ସେତେବେଳେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କର ସହଯୋଗୀ ତାଙ୍କୁ ଚୌକିରେ ବସାଇବାରେ ସାହାଯ୍ୟ କରିଥିଲେ।’ ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ଥିତି ସ୍ଥିର ରହିଛି। ଖଡଗେ ବିଧାନସଭା ନିର୍ବାଚନରେ ଦଳୀୟ ପାର୍ଥୀଙ୍କ ପାଇଁ ସମର୍ଥନ ଏକାଠି କରିବା ପାଇଁ ଏକ ରାଲିକୁ ସମ୍ବୋଧିତ କରିବା ପାଇଁ ଜରସୋଟ୍‌ ଯାଇଥିଲେ। ତାଙ୍କର ଉଧମପୁର ଜିଲ୍ଲାର ରାମନଗର ଜନସଭାକୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା।

ଦେହ ଖରାପ ହେବା ପୂର୍ବରୁ ରାଲିକୁ ସମ୍ବୋଧିତ କରି ଖଡଗେ କହିଛନ୍ତି, ଜମ୍ମୁ-କଶ୍ମୀର ଲୋକ ନିଷ୍ପତ୍ତି ନେଇ ସାରିଛନ୍ତି, ଏଥର କଂଗ୍ରେସ ଓ ଏନ୍‌ସିର ମେଣ୍ଟ ସରକାର ହିଁ ଆସିବ। ବିଜେପିର ଲୋକ ଏଠାକୁ ଆସି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି। କିନ୍ତୁ ତାଙ୍କୁ ଜଣା ରହିବା ଦରକାର ଏହାଦ୍ବାରା ଦେଶର ଲୋକଙ୍କୁ ବିଶେଷ କରି ଗରିବ ଏବଂ ଆମର ମା-ଭଉଣୀଙ୍କର ହିଁ କ୍ଷତି ହେଉଛି। ବିଜେପି ଜମ୍ମୁ-କଶ୍ମୀରର ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି, କିନ୍ତୁ କିଛି କରିନି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.