ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

ମହାରାଷ୍ଟ୍ରରେ ମହାୟୁତି ସରକାର: ଏକାଠି ବସି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ଫଡ଼ନାଭିସ୍‌, ସିନ୍ଦେ ଓ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ବିଜେପି ନେତୃତ୍ବାଧୀନ ମହାୟୁତି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଏବଂ ଅଜିତ ପାଓ୍ବାର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିବା ସହ ପରଷ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅଜିତ ପାଓ୍ବାର କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ରାଜ୍ୟର ବିକାଶ ପାଇଁ ମହାୟୁତିକୁ ସମର୍ଥନ ଦେଇଛନ୍ତି । 

ସେହିଭଳି ଏକନାଥ ସିନ୍ଦେ କହିଛନ୍ତି ଯେ, ‘ଆମ ସରକାର କମନମ୍ୟାନ୍‌ (ସାଧାରଣ ଲୋକ)ଙ୍କ ସରକାର । ଆମେ କମନମ୍ୟାନ୍‌ଙ୍କୁ ସୁପରମ୍ୟାନ୍‌ରେ ପରିଣତ କରିବାକୁ ଚାହୁଁଛୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅକୁଣ୍ଠ ସହାୟତା ଲାଗି ଧନ୍ୟବାଦ । ଆମ ପାଇଁ ମହିଳା, ଶିଶୁ ଏବଂ କୃଷକଙ୍କ କଲ୍ୟାଣ ଗୁରୁତ୍ବପୂର୍ଣ୍ଣ । ମୋ ପାଇଁ ସିଏମର ଅର୍ଥ ଚିଫ୍‌ ମିନିଷ୍ଟର (ମୁଖ୍ୟମନ୍ତ୍ରୀ) ନୁହେଁ କମନମ୍ୟାନ୍‌ ।’

ସେପଟେ ବିଜେପି ଡ୍ରାଇଭର ସିଟ୍‌ରେ ଥିବାରୁ ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ର ହୋଇପାରନ୍ତି ବୋଲି କୁହାଯାଉଛି । ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବିବାଦ ନାହିଁ ।  ନିର୍ବାଚନୀ ଫଳାଫଳ ଦର୍ଶାଉଛି, ମହାରାଷ୍ଟ୍ରର ଲୋକେ ମୋଦୀଙ୍କୁ ସମର୍ଥନ କରୁଛନ୍ତି । ବିଶେଷ କରି ମହିଳା ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ମିଥ୍ୟା ପ୍ରଚାରର ଚକ୍ରବ୍ୟୁହ ଭାଙ୍ଗିବେ ବୋଲି ଫଡ଼ନାଭିସ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି । ଏହା ସହ ଏକନାଥ ସିନ୍ଦେଙ୍କ ପ୍ରତି ଭୋଟର ଯେଉଁ ସମର୍ଥନ ଜଣାଇଛନ୍ତି ଏଥିରୁ ସ୍ପଷ୍ଟ ହେଉଛି ଯେ, ତାଙ୍କ ଦଳ ପ୍ରକୃତରେ ବାଲାସାହେବ ଠାକରେଙ୍କ ଶିବସେନା ବୋଲି ଦେବେନ୍ଦ୍ର ପଡ଼ନାଭିସ କହିଛନ୍ତି ।    

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.