ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀରେ ଚଳଚଞ୍ଚଳ ପୁରପଲ୍ଲୀ, ହୋମଯଜ୍ଞ ସାଙ୍ଗକୁ ଜମିବ ପଣା ଆସର

Published By : Prameya | April 14, 2025 7:44 AM

ଭୁବନେଶ୍ୱର,୧୪/୦୪: ସୋମବାର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର  ହୋଇପଡ଼ିଛି ଭୁବନେଶ୍ୱରର ଛୋଟବଡ଼ ସମସ୍ତ ହନୁମାନ ମନ୍ଦିର । ସରିଲାଣି ସମସ୍ତ ପ୍ରସ୍ତୁତି ଓ ମନ୍ଦିର ସାଜସଜ୍ଜା । କେବଳ ମନ୍ଦିର କାହିଁକି ବଜାରରେ ଖୁନ୍ଦି  ହୋଇଯାଇଛି ପୂଜା ସାମଗ୍ରୀ । ଚଉଁରାରେ ବାନ୍ଧିବା ପାଇଁ ଠେକି ଖୋଜନ୍ତୁ କିମ୍ବା ପଣା ପାଇଁ ବେଲ, ସବୁକିଛିର ପସରା ଦେଖିବାକୁ ମିଳୁଛି ।  ଏହି ପୂଣ୍ୟ ତିଥି ଅବସରରେ ମନ୍ଦିରରେ  ହୋମଯଜ୍ଞ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜମିବ  ପଣା ଆସର ।

ସବୁଠି ଶୁଭିବ ହନୁମାନ ଚାଳିଶା 

ମହାବିଷୁବ ସଂକ୍ରାନ୍ତିରେ ମହାବୀରଙ୍କ ଜନ୍ମଦିନ ପଡ଼ୁଥିବାରୁ ରାଜଧାନୀର ସମସ୍ତ ହନୁମାନ  ମନ୍ଦିରରେ ପ୍ରସ୍ତୁତି ହୋଇଛି । କେଉଁ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ ହେବ  ତ କେଉଁଠି ସୁନ୍ଦରାକାଣ୍ଡ । ମନ୍ତ୍ରପାଠ ଓ ହୋମଯଜ୍ଞରେ କମ୍ପିବ ମନ୍ଦିର । ୟୁନିଟି-୧  ରେ ଥିବା ହନୁମାନ ମନ୍ଦିରରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ପୁରୋହିତଙ୍କ କହିବା  କଥା, ଭୋରରୁ ମଙ୍ଗଳ ଆଳତୀ, ବାଳ ଭୋଗ, ପ୍ରଭୁଙ୍କ ସ୍ନାନ ସହିତ ହୋମଯଜ୍ଞ  କରାଯିବ । ଏଥିସହିତ ୧୦୮ ଥର ହନୁମାନ ଚାଳିଶା ପାଠ କରାଯିବ ।  ଭକ୍ତମାନେ କେମିତି ସୁଚାରୁ ରୂପେ ପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ  ବ୍ୟବସ୍ଥା ହୋଇଛି । ସେହିପରି ୮୦୦ ରୁ ୧୦୦୦ ଲୋକଙ୍କ ପାଇଁ ପ୍ରସାଦର  ବ୍ୟବସ୍ଥା ମଧ୍ୟ କରାଯାଇଛି । ସିଆରପିରେ ଥିବା ହନୁମାନ ମନ୍ଦିର, ୟୁନିଟି-୨  ସ୍ଥିତ ଡାକ ମହାବୀର, ପଞ୍ଚମୁଖୀ ହନୁମାନ ମନ୍ଦିର ଭଳି ରାଜଧାନୀରେ ଥିବା  ଛୋଟବଡ଼ ସମସ୍ତ ମନ୍ଦିରରେ ଧୁମ୍‌ଧାମ୍‌ରେ ପାଳିତ ହେବ ହନୁମାନ ଜୟନ୍ତୀ ।  

ଚାଲିବ ନୂଆ ପାଞ୍ଜି

ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷର ଆରମ୍ଭ । ସେଥିପାଇଁ ସୋମବାରଠାରୁ  ଚାଲିବ ନୂଆ ପାଞ୍ଜି । ଏହି ସଂକ୍ରାନ୍ତି ପରଠୁ ସୂର୍ଯ୍ୟଙ୍କ ଉତ୍ତାପ ବଢୁଥିବାରୁ ଲୋକମାନେ  ଚଉଁରାରେ ବାନ୍ଧିବେ ମାଟି ଠେକି । ସେଥିପାଇଁ ବଜାରରେ ବହୁଳମାତ୍ରାରେ ବିକ୍ରି  ହେଉଛି ଭଳିକି ଭଳି ରଙ୍ଗିନ୍‌ ମାଟିର ଠେକି । ଯେଉଁଥିରେ ଖୁବ୍‌ ନିଖୁଣ ଭାବରେ ହାତ  କାମ ହୋଇଛି । ମୁଖ୍ୟତଃ ଏହି ଠେକିଗୁଡ଼ିକର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୮୦ ଟଙ୍କା  ପର୍ଯ୍ୟନ୍ତ ରହୁଛି । ଯାହାକୁ କିଣିବା ପାଇଁ ରବିବାର ବଜାରରେ ବେଶ୍‌ ଗହଳି ଦେଖାଯାଇଥିଲା ।  ଏଥିପାଇଁ ରାସ୍ତାକଡ଼ ଏବଂ ଛକରେ ଛୋଟ ଛୋଟ ଉଠାଦୋକାନ ମଧ୍ୟ ଖୋଲିଛି ।

ବେଲ ୨ଦିନରେ ବଢ଼ିଲା ୪୦ ଟଙ୍କା

ପଣା ସଂକ୍ରାନ୍ତି ପାଇଁ ଲୋକମାନେ ବହୁଳମାତ୍ରାରେ ବେଲ କିଣୁଛନ୍ତି । ତେଣୁ ବେଲର ମୂଲ୍ୟ ମଧ୍ୟ ବଢ଼ିଯାଇଛି ।  ଯେଉଁ ବେଲ ୨ ଦିନ ତଳେ ୬୦ ଟଙ୍କାରେ ବିକ୍ରି ହେଉଥିଲା ଆଜି ତା’ର ମୂଲ୍ୟ ୧୦୦ ଟଙ୍କା । ବଜାରରେ  ଛୋଟ ବେଲ ଗୋଟା ୪୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ବଡ଼ ବେଲ ୧୦୦ ଟଙ୍କା ରହୁଛି ।  ବ୍ୟବସାୟୀଙ୍କ କହିବା କଥା, ଏ ସବୁ ବେଲ ଢେଙ୍କାନାଳ, ମୟୂରଭଞ୍ଜ, ଆଠଗଡ଼ରୁ ଆସୁଛି ।  ସେହିପରି ଫଳର ମୂଲ୍ୟ ମଧ୍ୟ ଉଚ୍ଚା ରହିଛି । ନଡ଼ିଆ ଗୋଟାକୁ ୫୦ ଟଙ୍କା, କଦଳୀ  ଡଜନ ୯୦ ଟଙ୍କା, ସେଓ କିଗ୍ରା ୨୪୦ ଓ ଆମ୍ବ କିଗ୍ରା ୨୩୦ ଟଙ୍କା ରହିଛି ।  ପଣା ପାଇଁ ରବିବାର ବିଭିନ୍ନ ଫଳ ଦୋକାନରେ ଭିଡ଼  ଦେଖିବାକୁ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.