ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Hug Day 2025: ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରି ଆଲିଙ୍ଗନ ?

Published By : Tapas Panda | February 11, 2025 11:42 PM

ଭୁବନେଶ୍ବର: ପ୍ରେମରେ ପରିପୂର୍ଣ୍ଣ ଏକ ଯାଦୁଗରୀ ଆଲିଙ୍ଗନ ସବୁଠାରୁ ବଡ଼ ସମସ୍ୟାର ସମାଧାନ କରିପାରେ । ଏହା କେବଳ ଚାପ କମ କରେ ନାହିଁ ବରଂ ଅନେକ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହୁଏ । ବିଜ୍ଞାନ ମଧ୍ୟ ବିଶ୍ୱାସ କରେ ଯେ, ଆଲିଙ୍ଗନ ଗୁଣାତ୍ମକ ମନୋଭାବକୁ ବୃଦ୍ଧି କରେ ଏବଂ ଆପଣଙ୍କୁ ଖୁସି ରଖେ । ଏବେ ପ୍ରେମ ସପ୍ତାହ ଚାଲିଥିବା ବେଳେ ଫେବ୍ରୁଆରୀ ୧୨ (ବୁଧବାର) ଆଲିଙ୍ଗନ ଦିବସ ବା ହଗ୍‌ ଡେ’ । ଆସନ୍ତୁ ଏହି ଆଲିଙ୍ଗନ ଦିବସରେ ଜାଣିବା କିପରି ଆଲିଙ୍ଗନ କରି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଖୁସି ରହିପାରିବେ ।

ଆଲିଙ୍ଗନ ଏବଂ ପ୍ରେମ ମଧ୍ୟରେ କଣ ସମ୍ପର୍କ ?

ଆଲିଙ୍ଗନ ‘ଲଭ୍‌ ହରମୋନ’ ଅକ୍ସିଟୋସିନ ରିଲିଜ୍‌ କରେ । ଏହା ସାମାଜିକ ସମ୍ପର୍କ, ବିଶ୍ୱାସ, ପ୍ରେମ ଏବଂ ସହାନୁଭୂତି ବୃଦ୍ଧି କରେ। ମେଡିସିନ୍ ନେଟ୍‌ର ଗବେଷଣା ଅନୁଯାୟୀ, ଆଲିଙ୍ଗନ ନିଃସଙ୍ଗତା ଦୂର କରେ ଏବଂ ଚାପ ହ୍ରାସ କରେ । ଏହା ବିଭିନ୍ନ ପ୍ରକାର ହାପି ବା ଖୁସି ହରମୋନ ରିଲିଜ୍‌ କରେ ।

ଡୋପାମାଇନ୍ - ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ ଅନୁଭବ କରାଏ।

ସେରୋଟୋନିନ୍ - ମନୋଭାବ ଉନ୍ନତ କରେ ଏବଂ ଚିନ୍ତା ହ୍ରାସ କରେ।

ଅକ୍ସିଟୋସିନ୍ - ଚାପ ହ୍ରାସ କରି ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରେ । ଅକ୍ସିଟୋସିନ୍ ଓଜନ ନିୟନ୍ତ୍ରଣ, ରକ୍ତଚାପ ସନ୍ତୁଳନ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ମଧ୍ୟ ସହାୟକ ।

ସ୍ୱାସ୍ଥ୍ୟ ଉପରେ ଆଲିଙ୍ଗନର ପ୍ରଭାବ 

ଆଲିଙ୍ଗନ ଏଣ୍ଡୋର୍ଫିନ୍‌ର କ୍ଷରଣ କରେ, ଯାହାକୁ ‘ନ୍ୟାଚୁରାଲ୍‌ ମୁଡ ଏନହାନ୍ସର’ ବୋଲି କୁହାଯାଏ । ଏହା ଶରୀରକୁ ଶାନ୍ତ ରଖିବାରେ ସାହାଯ୍ୟ କରେ । ଆଲିଙ୍ଗନ ଅକ୍ସିଟୋସିନ୍ ରିଲିଜ୍‌ କରେ, ଯାହା ଚାପ ହରମୋନ କର୍ଟିସୋଲକୁ ହ୍ରାସ କରେ । ଏହା ଦୀର୍ଘକାଳୀନ ଚାପକୁ ମଧ୍ୟ ହ୍ରାସ କରେ । ମେଡିସିନ୍ ନେଟ୍‌ର ଗବେଷଣା ଅନୁଯାୟୀ, ଆଲିଙ୍ଗନ ଏକ ସକାରାତ୍ମକ ଶାରୀରିକ କ୍ରିୟା । ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ। ଆଲିଙ୍ଗନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରେ, ଏହା ଦ୍ବାରା ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତ୍ତି ଆସେ ।

ମାନସିକ ସ୍ୱାସ୍ଥ୍ୟରେ ଆଲିଙ୍ଗନର ପ୍ରଭାବ 

ଆଲିଙ୍ଗନ ଏଣ୍ଡୋରଫିନ୍ ମୁକ୍ତ କରେ । ଏହା ମଧ୍ୟ ନ୍ୟାଚୁରାଲ ମୁଡ୍‌ ଏନହାନ୍ସର ଭାବେ ଜଣାଯାଏ । ଏହା ଖୁସି ବୃଦ୍ଧି କରେ ଏବଂ ଆପଣଙ୍କୁ ଭଲ ଅନୁଭବ କରାଏ । ଆଲିଙ୍ଗନ ଭାବପ୍ରବଣତାକୁ ସନ୍ତୁଳିତ କରିବା ସହ ଚିନ୍ତା ଏବଂ ଅବସାଦକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ମାନସିକ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ । ଆଲିଙ୍ଗନ ପ୍ରେମ, ସହାନୁଭୂତି ଏବଂ ବିଶ୍ୱାସ ପ୍ରକଟ କରିବାର ଏକ ପ୍ରଭାବଶାଳୀ ଉପାୟ । ଏହା ସମ୍ପର୍କକୁ ଗଭୀର କରେ ଏବଂ ଭଲ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ ।"ମଦର ଅଫ୍ ଫ୍ୟାମିଲି ଥେରାପି",ଅନୁସାରେ, ମାନସିକ ଭାବରେ ସୁସ୍ଥ ରହିବା ପାଇଁ ଦିନକୁ ୮ ଥର ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ଦିନକୁ ୧୨ ଥର ଆଲିଙ୍ଗନ ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.