ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଲିଜେଣ୍ଡସ ଲିଗ୍‌ କ୍ରିକେଟ: ସଦର୍ଣ୍ଣ ସୁପରଷ୍ଟାର୍ସର ଦ୍ୱିତୀୟ ବିଜୟ, ୪ ୱିକେଟ୍‌ରେ ଇଣ୍ଡିଆ କ୍ୟାପିଟାଲ୍ସ ପରାସ୍ତ

ଯୋଧପୁର,୨୬/୦୯: ଦିନେଶ  କାର୍ତ୍ତିକଙ୍କ ନେତୃତ୍ୱାଧୀନ ସଦର୍ଣ୍ଣ ସୁପରଷ୍ଟାର୍ସ   ୱିକେଟ୍‌ରେ ଇଣ୍ଡିଆ କ୍ୟାପିଟାଲ୍ସକୁ  ପରାଜିତ କରି ଲିଜେଣ୍ଡସ ଲିଗ୍‌ କ୍ରିକେଟରେ  କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ହାସଲ କରିଛି ।  ବେନ ଡଙ୍କ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ  କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍‌  ହରାଇ ୧୭୧ ରନ୍‌ କରିଥିଲା । ଜବାବରେ  ସଦର୍ଣ୍ଣ ସୁପରଷ୍ଟାର୍ସ ୧୯.୧ ଓଭରରେ ୬  ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ୨୧  ବଲରୁ ଅପରାଜିତ ୩୮ ରନ୍‌ କରିଥିବା ଚିରାଗ  ଗାନ୍ଧୀ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ  ହୋଇଥିଲେ । ସର୍ବାଧିକ ୪ ପଏଣ୍ଟ ସହ  ସୁପରଷ୍ଟାର୍ସ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ।  

ବେନଙ୍କ ଅର୍ଦ୍ଧଶତକ ବୃଥା  

କ୍ୟାପିଟାଲ୍ସ ଅଧିନାୟକ ଇଆନ  ବେଲ ଟସ୍‌ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି  ନେଇଥିଲେ । ଡ୍ୱେନ ସ୍ମିଥ୍‌ ଏବଂ ଫଇଜ  ଫଜଲ ଇନିଂସ ଓପନ କରିଥିଲେ । ଫଜଲ  ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ ।  ସ୍ମିଥ୍‌ କିଛି ସମୟ ତିଷ୍ଠି ରହିଥିଲେ । ସେ  ୩୩ ବଲରୁ ୩୭ ରନ୍‌ କରିଥିଲେ।

ୱିକେଟ୍‌ କିପର ନମନ ଓଝା  (୧୬) ସେମିତି ବଡ଼ ଇନିଂସ ଖେଳି  ପାରିନଥିଲେ । କିନ୍ତୁ ମଧ୍ୟଭାଗରେ ବେନ  ଡଙ୍କ୍‌ ଖେଳିଥିଲେ ଦ୍ରୁତ ଇନିଂସ। ୨୯ ବଲରୁ  ସେ ୬୧ ରନ୍‌ କରିଥିଲେ । ଯେଉଁଥିରେ ୪  ଚୌକା ଓ ୫ଟି ଛକା ମାସିଲ ରହିଥିଲା ।  ତାଙ୍କୁ ସହାୟତା କରିଥିଲେ ଆଶଲେ ନର୍ସ ।  ସେ ୨୪ ବଲ ଖେଳି ଅପରାଜିତ ୪୦ ରନ୍‌  କରିଥିଲେ । ଫଳରେ ଦଳୀୟ ସ୍କୋର ୧୭୧ ରନ୍‌ରେ ପହଞ୍ଚିଥିଲା । ସୁପରଷ୍ଟାରସ ଦଳର  ଜେସଲ କାରିଆ ୨ଟି ୱିକେଟ୍‌ ନେଇଥିଲେ ।

 ଜିତାଇଲେ ଚିରାଗ-କାରିଆ  

ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି  ସଦର୍ଣ୍ଣ ସୁପରଷ୍ଟାରସ ଭଲ ଆରମ୍ଭ  କରିଥିଲା । ଓପନର ମାର୍ଟିନ ଗୁପ୍ତିଲ ଓ  ଶ୍ରୀବତ୍ସ ଗୋସ୍ୱାମୀ ପ୍ରଥମ ୱିକେଟ୍‌ ୪୧ ରନ୍‌  ସଂଗ୍ରହ କରିବାରେ ସଫଳ ହୋଇଥିଲେ ।  ପରେ ଗୋସ୍ୱାମୀ ୧୭ ରନ୍‌ କରି  ଫେରିଥିଲେ । ପାର୍ଥିବ ପଟେଲ (୦) ଏବଂ ଅଧିନାୟକ ଦିନେଶ କାର୍ତ୍ତିକ (୫) ଦଳକୁ  ନିରାଶ କରିଥିଲେ । କିନ୍ତୁ ପୱନ ନେଗି  (୩୮) ମଧ୍ୟଭାଗରେ ଦାୟିତ୍ୱପୂର୍ଣ୍ଣ ଭୂମିକା  ନେଇଥିଲେ । ୬ ୱିକେଟ୍‌ ହରାଇ ଦଳ ଏକ  ପ୍ରକାର ସଙ୍କଟରେ ରହିଥିଲା । କିନ୍ତୁ ଚିରାଗ  ଏବଂ ଜେସାଲ କାରିଆ ଯୋଡ଼ି ଅତି ଚମତ୍କାର  ପ୍ରଦର୍ଶନ କରି ୫ ବଲ୍‌ ବାକି ଥାଇ ଦଳକୁ  ଜିତାଇଥିଲେ । ଚିରାଗ ୩୮ରନ୍‌ କରିଥିଲେ,  ଯେଉଁଥିରେ ୩ଟି ଚୌକା ଓ ୨ଟି ଛକା  ସାମିଲ ରହିଥିଲା । ସେମିତି କାରିଆ ଗୋଟିଏ  ଚୌକା ଓ ଗୋଟିଏ ଛକା ସହାୟତାରେ  ଅପରାଜିତ ୨୩ ରନ୍‌ କରିଥିଲେ । ରାହୁଲ ଶର୍ମା ୩ଟି ୱିକେଟ୍‌ ନେଇଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.