ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ପଛରେ ଦାୟୀ କିଏ ?

Published By : Prameya | February 16, 2025 11:47 AM

ନୂଆଦିଲ୍ଲୀ, ୧୬।୨: ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା ଘଟଣା । ଦୁର୍ଘଟଣାରେ ୧୮ ଜଣ ମୃତ୍ୟୁ ହୋଇଥିବା ବେଳେ ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି । ଏମାନଙ୍କ ମଧ୍ୟରୁ ୧୧ ଜଣ ମହିଳା ଥିବା ବେଳେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ପ୍ଲାଟଫର୍ମରେ ଲୋକଙ୍କ ଭିଡ଼ କାରଣରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ରେଳ ଷ୍ଟେସନରେ ପ୍ରତି ଘଣ୍ଟାକୁ ୧୫୦୦ ଜେନେରାଲ ଟିକେଟ୍ କଟାଯାଉଥିବା ରେଳ ବିଭାଗ ସୂଚନା ଦେଇଛି । ତେବେ ସନ୍ଧ୍ୟାରୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ଜମିବା ଆରମ୍ଭ ହୋଇଥିଲା, ତଥାପି ପ୍ରଶାସନ ସମୟ ମଧ୍ୟରେ ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନା ପ୍ରତି ଯତ୍ନ ନେଇ ନଥିଲା ।

ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଲୋକଙ୍କୁ ଆଧୁନିକ ସୁବିଧା ଉପଲବ୍ଧ କରାଯିବାର ଦାବି କରାଯାଇଥିଲା । କିନ୍ତୁ, ମହାକୁମ୍ଭରେ ରେଲୱେ ଷ୍ଟେସନରେ ଲୋକଙ୍କ ଭିଡ଼ ବଢ଼ିବା ପରେ ସବୁ ସୁରକ୍ଷା ବ୍ୟବସ୍ଥା ଫେଲ୍ ମାରିଥିଲା । ମହାକୁମ୍ଭ ପାଇଁ ଅଧିକରୁ ଅଧିକ ଟ୍ରେନ୍ ଚଳାଚଳ ସୁବିଧା କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ, ତାହା କାର୍ଯ୍ୟକାରୀ ହୋଇନି । ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ସଠିକ୍ ବ୍ୟବସ୍ଥା କରାଯାଇନଥିଲା ।  

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଷ୍ଟେସନର ସମସ୍ତ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଥିଲା, କିନ୍ତୁ ପ୍ଲାଟଫର୍ମ ନମ୍ବର ୧୨, ୧୩, ୧୪ ଏବଂ ୧୫ରେ ପରିସ୍ଥିତି ଆହୁରି ଖରାପ ଥିଲା । ଟ୍ରେନଗୁଡ଼ିକ ଅଟକିବା ଯୋଗୁଁ ପ୍ଲାଟଫର୍ମ ନମ୍ବର ପରିବର୍ତ୍ତନ କରିବା ପାଇଁ ରେଳବାଇ ବାରମ୍ବାର ଘୋଷଣା କରୁଥିବାରୁ ଦଳାଚକଟା ହୋଇଥିଲା । ଡେପୁଟି ପୋଲିସ କମିଶନର (ଡିସିପି) ରେଳବାଇ, କେପିଏସ ମାଲହୋତ୍ରା କହିଛନ୍ତି ଯେ, ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିଲା। ଏହି ଟ୍ରେନ୍ ଧରିବା ପାଇଁ ପ୍ଲାଟଫର୍ମରେ ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ଉପସ୍ଥିତ ଥିଲା। ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସ ଏବଂ ଭୁବନେଶ୍ୱର ରାଜଧାନୀ ବିଳମ୍ବରେ ଚାଲୁଥିଲା। ଏହି ଟ୍ରେନଗୁଡ଼ିକର ଯାତ୍ରୀମାନେ ପ୍ଲାଟଫର୍ମ ନମ୍ବର ୧୨, ୧୩ ଏବଂ ୧୪ରେ ମଧ୍ୟ ଉପସ୍ଥିତ ଥିଲେ। । ଯେଉଁ କାରଣରୁ ଏହି ଦଳାଚକଟା ଘଟିଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.