ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ରାଧିକା ମଦାନଙ୍କୁ ପ୍ରଶଂସା କଲେ ଖିଲାଡ଼ି କୁମାର, କହିଲେ-‘ସେ ଖୁବ୍‌ ପରିଶ୍ରମ କରିଛନ୍ତି’

ନୂଆଦିଲ୍ଲୀ ୧୦/୦୭: ଖୁବ୍‌ଶୀଘ୍ର ଫିଲ୍ମ ‘ସର୍‌ଫିରା’ରେ ଖିଲାଡ଼ି କୁମାରଙ୍କ ସହ ବଡ଼ ପରଦାରେ ନଜର ଆସିବେ ରାଧିକା ମଦାନ । ଫିଲ୍ମ ରିଲିଜ୍‌ ପୂର୍ବରୁ ରାଧିକାଙ୍କୁ ପ୍ରଶଂସାରେ ପୋତିଛନ୍ତି ତାଙ୍କ କୋ-ଷ୍ଟାର୍‌ ଅକ୍ଷୟ । ଫିଲ୍ମରେ ରାଧିକାଙ୍କ ଅଭିନୟକୁ ସେ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି । ଫିଲ୍ମର ସ୍କ୍ରିନିଂ ସମୟରେ ସେ କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଦେଖିଥିବା ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଦର୍ଶକ ତାଙ୍କୁ ରାଧିକାଙ୍କୁ କ’ଣ ଭାବୁଛନ୍ତି ମୁଁ ଜାଣେନାହିଁ । ସେ ମରାଠୀ ନୁହନ୍ତି । କିନ୍ତୁ ଜଣେ ମରାଠୀ ମହିଳା ଭାବେ ସେ ବେଶ ନିଖୁଣ ଭାବେ ଅଭିନୟ କରିଛନ୍ତି । ଖୁବ୍‌ ଭଲ ମରାଠୀ କହୁଛନ୍ତି । ଏଥିପାଇଁ ସେ ଖୁବ୍‌ ପରିଶ୍ରମ କରିଛନ୍ତି । ମରାଠୀ କ୍ଲାସ୍‌ କରିଛନ୍ତି ଏବଂ ମରାଠୀ କହିବା ଶୈଳୀ ମଧ୍ୟ ଶିଖିଛନ୍ତି ବୋଲି ଅକ୍ଷୟ କହିଛନ୍ତି । 

ସୁଧା କୋନଗାରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପରେଶ ରାୱଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ବଡ଼ ସ୍ୱପ୍ନ ଦେଖିବାକୁ ସାହସ କରୁଥିବା ଜଣେ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟମୀଙ୍କ ପ୍ରେରଣାପ୍ରଦ କାହାଣୀ ଫିଲ୍ମରେ ଦେଖିବାକୁ ମିଳିବ । ସାଧାରଣ ଲୋକ, ଖାସ୍‌କରି ନିମ୍ନ ଆୟବର୍ଗଙ୍କ ପାଇଁ ବିମାନ ଯାତ୍ରାକୁ ସହଜ ଓ ଶସ୍ତା କରିବା ମିଶନରେ ଥିବା ଜଣେ ସାହସୀ ବ୍ୟକ୍ତିଙ୍କ କାହାଣୀ ଫିଲ୍ମ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଆସନ୍ତା ୧୨ ତାରିଖରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ‘ସର୍‌ଫିରା’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.