ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଅବହେଳିତ, ଶୀଘ୍ର ହେବ ପିସିସି ସଭାପତି ଘୋଷଣା

କେନ୍ଦୁଝର,୨୫/୦୯: ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଅବହେଳିତ । ସେହିପରି ଖୁବ ଶୀଘ୍ର ଓଡିଶା ପିସିସି ସଭାପତି ଘୋଷଣା ହେବ ବୋଲି ପିସିସି ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲାର ପଥୁରିଦେଉରିରେ ୮୦ ବର୍ଷର ବୃଦ୍ଧ ୨ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଯାଇ ଭତ୍ତା ଆଣୁଥିବା କଥା ଶ୍ରୀ ଜେନା ଏକ ଦାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସରକାର ନିୟମ କରିଥିଲେ, ଦିବ୍ୟାଙ୍ଗ, ବୃଦ୍ଧ, ରୋଗୀଙ୍କୁ ଘରେ ଭତା ପହଞ୍ଚାଇ ଦିଆଯିବ। ଯେଉଁମାନେ ନ ଯାଇ ପାରିବେ ଘରେ ଦିଆଯିବ । ହେଲେ ଏଠି ଯାହା ଘଟିଛି, ତାହା ଓଡିଶାର ଛବିକୁ ଜାତୀୟ ସ୍ତରରେ ମଳିନ କରିଛି । ପୂର୍ବ ସରକାର ଭତ୍ତା ୫୦୦ରୁ ହଜାରେ କରିଥିଲେ। ମାତ୍ର ବିଜେପି ଏହାକୁ ୩ ହଜାର କରିବ ବୋଲି କ୍ଷମତାକୁ ଆସିଲା । ହେଲେ ଏବେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ୩ ହଜାର ଦିଆଯିବ ବୋଲି କହୁଛନ୍ତି । ଏ ସରକାର ଭତ୍ତା ସମ୍ପୂର୍ଣ ବନ୍ଦ କରିବାକୁ ଚାହୁଁଛନ୍ତି । କେନ୍ଦୁଝରରେ ଅପପୃଷ୍ଟିରେ କରୁଡୀସାହି ନନ୍ଦୀ ମୁଣ୍ଡଙ୍କ ମୃତ୍ୟ ହୋଇଛି । କେନ୍ଦୁଝରରେ ଅପପୃଷ୍ଟିର ହାର ୪୧.୫ ପ୍ରତିଶତ ରହିଛି । 

କେନ୍ଦୁଝର ରତ୍ନଗର୍ଭରୁ  ୮୮୪୦ କୋଟି ଡିଏମଏଫ ପାଣ୍ଠି ସଂଗ୍ରହ ହୋଇଛି । ହେଲେ ସେହି ଜିଲ୍ଲାର ୮୦ ପ୍ରତିଶତ ପରିବାର ରାସନ କାର୍ଡ ଉପରେ ନିର୍ଭର କରୁଛନ୍ତି । ୮ ବର୍ଷ ଭିତରେ ୪୮୮୩  କୋଟି ମାତ୍ର ଖର୍ଚ୍ଚ ହୋଇଛି । ଯାହାର ହିସାବ ମିଳୁନି । କେବଳ ସେତିକି ନୁହେଁ, ୧୬ଶହ କୋଟି କେନ୍ଦୁଝରରୁ ନେଇ ଆସିଛନ୍ତି। ମୋହନ ବାବୁ କହିଛନ୍ତି, ସୁନାର କେନ୍ଦୁଝର କରିବେ । ସାରା ଓଡ଼ିଶାରେ ହୋଇଥିବା ମେଡିକାଲ କଲେଜ ରାଜ୍ୟ ସରକାର କରିଛନ୍ତି । ହେଲେ କେନ୍ଦୁଝରରେ ଡିଏମଏଫ ପାଣ୍ଠିରୁ ୩ ଶହ କୋଟି ଖର୍ଚ୍ଚ ହୋଇଛି । ୫୨ ଡାକ୍ତର ରହିବା କଥା, ହେଲେ ୨୩ ପଦବୀ ଖାଲି ପଡିଛି । 

କେନ୍ଦୁଝର ଜିଲ୍ଲା ପାଇଁ ୨୨୯ ଡାକ୍ତର ମଞ୍ଜୁରୀ ହୋଇଛି । ହେଲେ ୮୮ ଡାକ୍ତର ନାହାନ୍ତି। ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ୩୦ ଜଣ ଛାତ୍ରଛାତ୍ରୀରେ ଜଣେ ଶିକ୍ଷକ ରହିବା କଥା। ହେଲେ ୧୯ ଟି ସ୍କୁଲରେ ନାହାନ୍ତି ଆଦୌ ଶିକ୍ଷକ । ମୋହନ ମାଝୀଙ୍କର ଏହା ତୃତୀୟ ପାଳି । ଆଗରୁ ଥିବା ନେତା କିଛି କରି ନାହାନ୍ତି ବୋଲି କହୁଛନ୍ତି । ରତ୍ନଗର୍ଭ କେନ୍ଦୁଝର ଜିଲ୍ଲା ରାଜ୍ୟ ରାଜକୋଷକୁ ଭର୍ତି କରୁଛି । ହେଲେ ସେହି ଜିଲ୍ଲାର ହିଁ ଅବସ୍ଥା ଖରାପ । କେନ୍ଦୁଝର ଜିଲ୍ଲା ସମ୍ପୂର୍ଣ ଅବହେଳିତ । ପରିସ୍ଥିତି ନ ସୁଧୁରିଲେ ଆନ୍ଦୋଳନ ହେବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି । କେବଳ ସେତିକି ନୁହେଁ, ଆଦିବାସୀ ଓ ଦଳିତ ଅବହେଳାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.