ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

କର୍ଣ୍ଣାଟକରେ କଂଗ୍ରେସର କ୍ଲିନ୍ ସୁଇପ୍‌: ସମସ୍ତ ତିନୋଟି ୩ ଆସନରେ ବିଜୟୀ, ହାରିଲେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୨୩।୧୧: କର୍ଣ୍ଣାଟକରେ ଶାସକ ଦଳ କଂଗ୍ରେସର ବାଜିମାତ୍।୩ଟି ଯାକ ବିଧାନସଭାରେ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସର କ୍ଲିନ ସୁଇପ।ଶିଗଗାଓଁ, ଚନ୍ନାପାଟନା ଓ ସାନ୍ଦୁର ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ଜିତିଛି ଦେଶର ସର୍ବପୁରାତନ ଦଳ।

କର୍ଣ୍ଣାଟକରୁ କଂଗ୍ରେସ ପାଇଁ ଖୁସି ଖବର। ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ତିନୋଟି ଆସନକୁ ପୋଛି ନେଇଛି କଂଗ୍ରେସ। ସବୁଠାରୁ ବଡ଼ କଥା ହେଲା ୩ ଆସନ ମଧ୍ୟରୁ ଦୁଇଟିରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ବସବରାଜ ବୋମାଇଙ୍କ ପୁଅ ଲଢ଼ୁଥିଲେ। କିନ୍ତୁ ଉଭୟ ହୋଇଛନ୍ତି ପରାସ୍ତ। ଶନିବାର ଭୋଟ ଗଣତି ଆରମ୍ଭରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୩ଟି ଯାକ ଆସନରେ ଲିଡ୍‌ କରିଥିଲା। ହେଲେ ଗଣତି ଆଗକୁ ବଢ଼ିବା ସହ ମେଣ୍ଟକୁ ପରାସ୍ତ ହେବାକୁ ପଡ଼ିଛି। 

ଶିଗଗାଓଁ ନିର୍ବାଚନ ମଣ୍ତଳୀରେ କଂଗ୍ରେସ ପ୍ରାର୍ଥୀ ୟାସିର ଅହମଦ ପଠାନ ପ୍ରଥମରୁ ପଛରେ ପଡ଼ିଥିଲେ। ହେଲେ ଶେଷରେ ସେ ୧ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି। ସେ ବିଜେପିର ଭାରତ ବୋମାଇଙ୍କୁ ପ୍ରାୟ ୧୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଭାରତ ହେଉଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପୁଅ। ଚନ୍ନାପାଟନା ନିର୍ବାଚନ ମଣ୍ଡଳୀରେ ଥିଲା ସବୁଠାରୁ ହାଇପ୍ରୋଫାଇଲ ଲଢ଼େଇ । ଜିତିଛନ୍ତି କଂଗ୍ରେସର ସିପି ଯୋଗେଶ୍ୱର ,ସେ କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲଙ୍କୁ ୨୫, ୪୧୩ ଖଣ୍ତ ଭୋଟରେ ହରାଇଛନ୍ତି। ପୂର୍ବରୁ ସେଠାରେ କୁମାରସ୍ୱାମୀ ଜିତୁଥିଲୁ, କିନ୍ତୁ ସେ ଲୋକସଭାକୁ ଯିବା ପରେ ଏହି ଆସନ ଖାଲିପଡ଼ିଥିଲା।  ସେଭଳି ସାନ୍ଦୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଅନ୍ନପୂର୍ଣ୍ଣା ତୁକାରାମ  ବିଜୟୀ ହୋଇଛନ୍ତି। ଏହା କଂଗ୍ରେସର ଗଡ଼ ଭାବେ ପରିଚିତ। ସେ ବିଜେପିର ବାଙ୍ଗାରୁ ହନୁମାନ୍ଥୁଙ୍କୁ ପ୍ରାୟ ୧୦ ହଜାର ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି। କର୍ଣ୍ଣାଟକର ୩ଟି ଆସନରେ କ୍ଲିନ୍ ସୁଇପ୍ ପରେ ଏହା ନିଶ୍ଚିତ ପକ୍ଷେ କଂଗ୍ରେସ ପାଇଁ ବଡ଼ ଆଶ୍ବସ୍ଥି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.