ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଆୟରେ ଜେଜେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପଛରେ ପକାଇଲେ କାଇ ଟ୍ରମ୍ପ୍‌, ରୋଜଗାର ଦେଖି ତାଜୁବ ଆମେରିକା ରାଷ୍ଟ୍ରପତି

Published By : Krishna Priya | July 20, 2025 8:07 AM

ନୂଆଦିଲ୍ଲୀ ୨୦/୦୭: ଆୟ ମାମଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପଛରେ ପକାଇଛନ୍ତି ତାଙ୍କ ନାତୁଣୀ କାଇ ଟ୍ରମ୍ପ୍‌ । ମଡେଲିଂ ଓ ବିଜ୍ଞାପନରୁ ସେ ବର୍ଷକୁ ୨୫ ଲକ୍ଷ ଡଲାର ଆୟ କରୁଛନ୍ତି, ଯାହା ତାଙ୍କ ରାଷ୍ଟ୍ରପତି ଜେଜେଙ୍କ ଦରମାଠୁ ଅଧିକ । ୧୮ ବର୍ଷୀୟା କାଇ ଟ୍ରମ୍ପ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ତୁଳନାରେ ୫ ଗୁଣ ଅଧିକ ଆୟ କରୁଛନ୍ତି । ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ବର୍ଷକୁ ୪ ଲକ୍ଷ ଡଲାର ପାଉଛନ୍ତି । ଏହା କେମିତି ସମ୍ଭବ ବୋଲି ଅନେକଙ୍କୁ ଚକିତ କରିଛି । 

ସୋସିଆଲ ମିଡିଆରେ କାଇଙ୍କର ୬୦ ଲକ୍ଷ ଫଲୋଅର୍‌ ଅଛନ୍ତି । ମଡେଲିଂ ଚୁକ୍ତି, ସୋସିଆଲ ମିଡିଆ ସ୍ପନ୍‌ସରସିପ୍‌ ଓ ବିଜ୍ଞାପନ ଚୁକ୍ତି ଜରିଆରେ ସେ ବର୍ଷକୁ ଏହି ଆୟ କରୁଛନ୍ତି । ତାଙ୍କ ପରିବାର ଦ୍ୱାରା ସ୍ଥାପିତ ୧.୬ କୋଟି ଡଲାର ଟ୍ରଷ୍ଟ୍‌ ପାଣ୍ଠି ତାଙ୍କ ପାଖରେ ରହିଛି, ଯାହା ଜେପିମୋର୍ଗାନ ଦ୍ୱାରା ପରିଚାଳିତ ହେଉଛି । ଏହି ଟ୍ରଷ୍ଟ୍‌ ତାଙ୍କୁ ଭବିଷ୍ୟତରେ ଅଧିକ ଆର୍ଥିକ ସୁରକ୍ଷା ଓ ସ୍ୱାଧୀନତା ଦେବ । ଟିକ୍‌ଟକ୍‌ରେ ତାଙ୍କର ୩୨ ଲକ୍ଷ ଫଲୋଅର୍‌ ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ୧୮ ଲକ୍ଷ ଏବଂ ୟୁଟ୍ୟୁବ୍‌ରେ ୧୧.୭ ଲକ୍ଷ ଫଲୋଅର୍‌ ଅଛନ୍ତି । ୨୦୨୫ରେ କାଇ ଟ୍ରମ୍ପ୍‌ଙ୍କ ନେଟ୍‌ ସମ୍ପତ୍ତି ୨.୧ କୋଟି ଡଲାର ଆକଳନ କରାଯାଇଛି । ଅନ୍ୟପକ୍ଷେ, ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୫ମ ତଥା ସବୁଠୁ ସାନ ପୁଅ ଟ୍ରମ୍ପ୍‌ ସ୍କିଅନ୍‌ ବାରନ୍‌ଙ୍କ ନେଟ୍‌ ସମ୍ପତ୍ତି ୭.୬ କୋଟି ଡଲାରରୁ ୮ କୋଟି ଡଲାର ବୋଲି ନ୍ୟାସ୍‌ନାଲ ୱର୍ଲଡ୍‌ ଆକଳନ କରିଛି । କାଇ ମିଆମି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ଆସେଲେରେଟର୍‌ ଆକ୍ଟିଭ୍‌ ଏନର୍ଜି, ଲିଫ୍‌ ଟ୍ରେଡିଂ କାର୍ଡସ୍‌ ଓ ଟେଲର୍‌ମେଡ୍‌ ଗଲ୍‌ଫ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । 

ଅନ୍‌୩ ଅନୁସାରେ, କାଇଙ୍କର ନେମ୍‌, ଇମେଜ୍‌ ଆଣ୍ଡ ଲାଇକ୍‌ନେସ୍‌ (ନିଲ୍‌)ରେ ୧୨ ଲକ୍ଷ ଡଲାର ମୂଲ୍ୟର ଭାଗିଦାରୀ ରହିଛି । ନିଲ୍‌ ଆୟ ମାମଲାରେ ଶୀର୍ଷ ମହିଳା ବିଦ୍ୟାର୍ଥୀ ଆଥ୍‌ଲେଟ୍‌ଙ୍କ ମଧ୍ୟରେ ସେ ଅନ୍ୟତମ । ନିଲ୍‌ ଡିଲ୍‌ ଜରିଆରେ କଲିଜିଏଟ୍‌ ଆଥ୍‌ଲେଟ୍‌ମାନେ ଭାଗିଦାରୀ, ବିଜ୍ଞାପନ, ବ୍ରାଣ୍ଡିଂ ଏବଂ ଆଥ୍‌ଲେଟିକ୍‌ ଦକ୍ଷତା ପରିବର୍ତ୍ତେ ସେମାନଙ୍କ ବ୍ୟକ୍ତିଗତ ବ୍ରାଣ୍ଡ୍‌ ଉପରେ ଫୋକସ୍‌ କରୁଥିବା ଅନ୍ୟ ବିକଳ୍ପରୁ ଲାଭ ପାଇଥାନ୍ତି । କାଇଙ୍କର ସଦ୍ୟତମ ନିଲ୍‌ ଭାଗିଦାରୀରେ ସୁଗାର୍‌- ଫ୍ରି ଏନର୍ଜି ଡ୍ରିଙ୍କ୍‌ ଆସଲେରେଟର୍‌ ଆକ୍ଟିଭ୍‌ ଏନର୍ଜି ସାମିଲ । କାଇ ଟ୍ରମ୍ପ୍‌ ଜୁନିୟର ଓ ତାଙ୍କର ପୂର୍ବତନ ପତ୍ନୀ ଭେନେସା ଟ୍ରମ୍ପ୍‌ଙ୍କ ଝିଅ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.