ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ନିଶା ମହାରଣାଙ୍କ ଆଇଟମ୍‌ ଡ୍ୟାନ୍ସରୁ ଯାତ୍ରା ମଞ୍ଚ ପାଲଟିଲା ରଣକ୍ଷେତ୍ର: ଛୁରାମାଡ଼ରେ ଦୁଇ ଆହତ, ଅପେରା ବନ୍ଦ

Published By : Prameya | February 10, 2025 8:41 AM

ପାଟକୁରା,୧୦/୦୨: ଚର୍ଚ୍ଚିତ ଆଇଟମ୍‌  ଗାର୍ଲ ନିଶା ମହାରଣାଙ୍କ ନୃତ୍ୟକୁ କେନ୍ଦ୍ର କରି  ଗତକାଲି ରାତିରେ ସ୍ଥାନୀୟ କୁଦାନଗରୀ  ଅପେରା ପେଣ୍ଡାଲ୍‌ରେ ତୁମୁଳକାଣ୍ଡ  ଘଟିଛି । ଛୁରାମାଡ଼ରେ ଯାତ୍ରା କମିଟିର  ଦୁଇ ଜଣ ସଦସ୍ୟ ଆହତ ହୋଇଥିବା  କୁଦାନଗରୀ ଥାନାରେ ଅଭିଯୋଗ ହୋଇଛି ।  ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅପେରା  ପରିବେଷଣକୁ ବନ୍ଦ କରି ଦିଆଯାଇଛି ।  ସ୍ଥିତି ଏମିତି ହୋଇଥିଲା ଯେ ଧସ୍ତାଧସ୍ତି ଓ ଚେୟାର ଫୋଫଡ଼ାଫିଙ୍ଗାରେ ବହୁ ଦର୍ଶକ ଛିନ୍‌ଛତ୍ର ହୋଇ ଘଟଣାସ୍ଥଳରୁ ପଳାଇଥିଲେ । ନିଶା ମଧ୍ୟ ଅଧା ନୃତ୍ୟରୁ ପେଣ୍ଡାଲ୍‌ ଛାଡ଼ି ପଳାଇଥିଲେ । ଦର୍ଶକ ନାଟକ ନଦେଖି ଅଧରାତିରେ ଘରକୁ ଫେରିଥିଲେ । 

ମିଳିଥିବା ସୂଚନା ମୁତାବକ, କୁଦାନଗରୀ  ଥାନା ଅଧୀନ କୁଦାନଗରୀ ଶୁକପରୀକ୍ଷିତ ଗାଦି  ପର୍ଯ୍ୟଟନସ୍ଥଳୀରେ ପ୍ରତିବର୍ଷ ଭଳି ଏଥର  ମଧ୍ୟ ମାଘ ସପ୍ତମୀ ମେଳା ଅବସରରେ  ଅପେରା ପରିବେଷଣ ହେଉଥିଲା । ଏକ  ସମୟରେ ଶୁକପରୀକ୍ଷିତ ଗାଦି ଯାତ୍ରା ପେଣ୍ଡାଲ  ଓ ଏଠାରୁ ପ୍ରାୟ ୧୦୦ ମିଟର ଦୂରରେ ମା’  ଦକ୍ଷିଣକାଳୀ କମିଟି ପକ୍ଷରୁ ଅନ୍ୟ ଏକ  ପେଣ୍ଡାଲରେ ଅପେରା ହେଉଥିଲା । ଅଧିକ  ଦର୍ଶକ ହେବା ପାଇଁ ଶୁକପରୀକ୍ଷିତ ପରିଷଦ  କମିଟି ନିଶାଙ୍କୁ ଷ୍ଟେଜ୍‌ ସୋ’ ପାଇଁ ଆଣିଥିଲେ ।  ତେବେ ନିଶା ନୃତ୍ୟ ଆରମ୍ଭ କରିବାର କିଛି  ସମୟ ମଧ୍ୟରେ କେତେକ ଦର୍ଶକ ନିଜ  ଆସନରେ ଠିଆ ହୋଇ ଏହାକୁ ବିରୋଧ  କରିବା ସହ ନୃତ୍ୟ ବନ୍ଦ କରିବା ପାଇଁ ହୋହଲ୍ଲା  କରିଥିଲେ । ଅନ୍ୟପକ୍ଷରେ ଯାତ୍ରା କମିଟି ଓ  କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦ୍‌  ଧରିଥିଲେ । ଫଳରେ ଉଭୟପକ୍ଷଙ୍କ ମଧ୍ୟରେ  ବଚସା ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା ।  

ସେପଟେ ନିଶା ତାଙ୍କ ନୃତ୍ୟ ଜାରି ରଖିଥିଲେ ।  ନୃତ୍ୟକୁ ବିରୋଧ କରୁଥିବା କିଛି ଦର୍ଶକ  ଉତ୍ତ୍ୟକ୍ତ ହୋଇ ନିଶାଙ୍କ ଉପରକୁ ସିଗାରେଟ୍‌  ଟାଣି ଫୋପାଡ଼ିଥିଲେ । ଫଳରେ ନିଶା ବାଧ୍ୟ  ହୋଇ ପେଣ୍ଡାଲ୍‌ରୁ ଚାଲିଯାଇଥିଲେ । କିନ୍ତୁ  ଗଣ୍ଡଗୋଳ ଥମିନଥିଲା । ଉଭୟ ଗୋଷ୍ଠୀଙ୍କ  ମଧ୍ୟରେ ଚେୟାର ଫିଙ୍ଗାଫିଙ୍ଗି ଚାଲିଥିଲା ।  ଯାତ୍ରା ପଡ଼ିଆ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା ।  ଦର୍ଶକ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ ।  ଗୋଟିଏ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକଙ୍କ  ଛୁରାମାଡ଼ରେ ଯାତ୍ରା କମିଟିର ଦୁଇ ସଦସ୍ୟ  ସ୍ୱପ୍ନଜିତ୍‌ ମହାପାତ୍ର ଓ ଜିତେନ୍ଦ୍ର ସାହୁ ଗୁରୁତର  ହୋଇଥିଲେ । ସେମାନଙ୍କୁ ନିଶ୍ଚିନ୍ତକୋଇଲି  ମେଡିକାଲକୁ ନିଆଯାଇଥିଲା । ଯାତ୍ରା କମିଟି ଓ  ଆହତ ଜିତେନ୍ଦ୍ର, ସ୍ୱପ୍ନଜିତ୍‌ଙ୍କ ପକ୍ଷରୁ ଥାନାରେ  ଏତଲା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.