ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଦୁନିଆର ସବୁଠୁ ବଡ଼ ତୈଳ ଉତ୍ପାଦକ ଦେଶର ରାଷ୍ଟ୍ରପତିଙ୍କ କାରରେ ପାଣି ମିଶା ଫୁଏଲ, ଟ୍ୟାକ୍ସିରେ କଲେ ଯାତ୍ରା

Published By : Harapriya Biswal | July 19, 2025 3:18 PM

ନୂଆଦିଲ୍ଲୀ,୧୯।୭: କ୍ଷୀରରେ ପାଣି ମିଶୁଥିବା କଥା ତ ଆପଣମାନେ ଶୁଣିଥିବେ। କିନ୍ତୁ ଇରାନ ଭଳି ଦୁନିଆର ସବୁଠାରୁ ବଡ଼ ତୈଳ ଉତ୍ପାଦକ ଦେଶର ରାଷ୍ଟ୍ରପତିଙ୍କ କାରରେ ପାଣି ମିଶା ଫୁଏଲ ପକାଇବା କଥା ଖୁବ୍ ଆଶ୍ଚର୍ଯ୍ୟଜନକ। ରାଷ୍ଟ୍ରପତି ମସୁଦ ପେଜେସ୍କିୟାନ୍ ଏକ ଗସ୍ତରେ ବାହାରିଥିବା ବେଳେ ରାସ୍ତାରେ ହଠାତ୍ ତାଙ୍କ କାରକେଡ୍‌ରେ ସାମିଲ ୩ଟି କାରରେ ଗ୍ୟାସ୍ ପକାଯାଇଥିଲା। ତେବେ ଅଳ୍ପ ସମୟ ପରେ ଗାଡି ବନ୍ଦ ହୋଇଯାଇଥିଲା। ଏହାପରେ ରାଷ୍ଟ୍ରପତିଙ୍କୁ ପ୍ରାଇଭେଟ୍ ଟାକ୍ସିରେ ଯାତ୍ରା କରିବାକୁ ପଡିଥିଲା। 

ରାଷ୍ଟ୍ରପତିଙ୍କ ସ୍ପେଶାଲ ଇନ୍ସପେକ୍ଟର ମୁସ୍ତାଫା ମୌଲବୀଙ୍କ କହିବା ଅନୁସାରେ, ହାଇଓ୍ବେର କଡରେ ଥିବା ଏକ ଗ୍ୟାସ୍‌ ଷ୍ଟେସନ୍‌ରେ ତିନୋଟି କାରରେ ଗ୍ୟାସ୍ ଭର୍ତ୍ତି କରାଯାଇଥିଲା। ଅଳ୍ପ ସମୟ ପରେ ତାକିସ୍ତାନରେ ତିନୋଟି ଗାଡି ଖରାପ ହୋଇଯାଇଥିଲା। ସେ କହିଛନ୍ତି, ଆମର ଯାଞ୍ଚ ବେଳେ ଜଣାପଡିଛି ଯେ, ଗ୍ୟାସ୍ ଷ୍ଟେସନ୍‌ରେ ପାଣି ମିଶା ଫୁଏଲ ପକାଯାଇଥିଲା। ଏହି ଗ୍ୟାସ୍ ଷ୍ଟେସନର ପୁରୁଣା ରେକର୍ଡ ମଧ୍ୟ ଆଗରୁ ଖରାପ ରହିଛି।  

ମୌଲବୀ କହିଛନ୍ତି, ରାଷ୍ଟ୍ରପତି ସ୍ଥାନୀୟ ପ୍ରଶାସନକୁ କୌଣସି ଅଭିଯୋଗ ନକରି ପ୍ରାଇଭେଟ୍ ଟ୍ୟାକ୍ସିରେ ଯାତ୍ରାରେ ବାହାରି ଯାଇଥିଲେ। ଇରାନର ନ୍ୟାସନାଲ ଅଏଲ ପ୍ରଡକ୍ଟ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ କହିଛି, ସେହି ଗ୍ୟାସ୍ ଷ୍ଟେସନ୍‌ର ଅଭିଯୋଗ ମଧ୍ୟ ପୂର୍ବରୁ ମିଳିସାରିଛି। ତେବେ କମ୍ପାନୀ ଏହା କହିନି, ଅଭିଯୋଗ ମିଳିବା ପରେ ଗ୍ୟାସ୍ ଷ୍ଟେସନ୍ କାହିଁକି ଚାଲୁଛି ? ଏତେ ବଡ଼ ତୈଳ ଉତ୍ପାଦକ ହେବାପରେ ମଧ୍ୟ ଇରାନରେ ଏଭଳି ପାଣି ଭର୍ତ୍ତି ଗ୍ୟାସୋଲିନ୍‌ ବିକ୍ରି କରାଯାଉଛି। ଏହାଛଡା ପେଟ୍ରୋଲ ପମ୍ପର ମିଟରରେ ମଧ୍ୟ ହେରଫେର ଚାଲିଥିବାର ଅଭିଯୋଗ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.