ପ୍ରମୂଖ ଖବର

IPL 2025; ମ୍ୟାଚ ଜିତିଲେ ଜରିମାନା ଗଣିଲେ ଋଷବ ପନ୍ତ, ପୁଣି କଟିଲା ଦିଗଭେଶଙ୍କ ଫିସ୍

Published By : Ankita S | April 5, 2025 2:06 PM

ଲକ୍ଷ୍ନୌ,୦୫/୦୪: ମ୍ୟାଚ୍ ଜିତିଲେ ଲକ୍ଷାଧିକ ଟଙ୍କା ଜରିମାନା ଗଣିଲେ ଲକ୍ଷ୍ନୌ ଅଧିନାୟକ ଋଷବ ପନ୍ତ । ଦଳ କରିଥିବା ଭୁଲ ପାଇଁ ଋଷବ ପନ୍ତଙ୍କୁ ଫାଇନ ଗଣିବାକୁ ପଡ଼ିଛି । ମନ୍ଥର ବୋଲିଂ ପାଇଁ ବିସିସିଆଇ ଋଷବ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।

ପନ୍ତଙ୍କୁ ଫାଇନ୍- ଚଳିତ ସିଜନରେ ଲକ୍ଷ୍ନୌ ଦଳର ନେତୃତ୍ବ ନେଇଛନ୍ତି ପନ୍ତ । ୱିକେଟ କିପର ବ୍ୟାଟର ଋଷବଙ୍କ ପ୍ରଦର୍ଶନ ଏଯାବତ କିଛି ଭଲ ନାହିଁ । ୪ଟି ମ୍ୟାଚରେ ମାତ୍ର ୧୯ ରନ କରିଛନ୍ତି । ଏହାରି ଭିତରେ ତାଙ୍କୁ ଦଣ୍ଡିତ କରାଯାଇଛି । ମୁମ୍ବାଇ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି ପନ୍ତ । ତାଙ୍କୁ ୧୨ ଲକ୍ଷ ଟଙ୍କାର ଫାଇନ ହୋଇଛି । ଚଳିତ ସିଜନରେ ଦଣ୍ଡିତ ହେବାରେ ସେ ତୃତୀୟ ଅଧିନାୟକ । ତାଙ୍କ ପୂର୍ବରୁ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାଜସ୍ଥାନ କ୍ୟାପ୍ଟେନ ରିୟାନ ପରାଗ ଦଣ୍ଡିତ ହୋଇ ସାରିଛନ୍ତି ।

ଦିଗଭେଶଙ୍କ ୫୦% ଫିସ୍ କଟିଲା- ଋଷବ ପନ୍ତଙ୍କ ସହିତ ଦଳର ବୋଲର ଦିଗଭେଶ ରାଠିଙ୍କୁ ଜରିମାନା ଭରିବାକୁ ପଡ଼ିବ । ତାଙ୍କ ମ୍ୟାଚ ଫିର ୫୦% କଟିଛି । ୱିକେଟ ନେବା ପରେ ବ୍ୟାଟରଙ୍କୁ ପାଭିଲିୟନ ଚାଲିଯାଅ ଦର୍ଶାଇ ହାତରେ ନୋଟବୁକ୍ ଲେଖିବା ପରେ ଇଙ୍ଗିତ କରିବାକୁ ରାଠିଙ୍କୁ ଫାଇନ୍ ପଡ଼ିଛି । ଏହା ପୂର୍ବରୁ ମଧ୍ୟ ରାଠିଙ୍କୁ ଏ ନେଇ ଦଣ୍ଡିତ କରିଥିଲା ବିସିସିଆଇ । ମୁମ୍ବାଇ ବିପକ୍ଷରେ ଘାତକ ସାବ୍ୟସ୍ତ ହୋଇଥିଲେ । ୪ ଓଭର ବୋଲିଂ କରି ୨୧ ରନ ଦେଇ ୨ ୱିକେଟ ନେଇଥିଲେ । ଆଇପିଏଲ ମେଗା ନିଲାମୀରେ ଲକ୍ଷ୍ନୌ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା ।

ଅଧିକ ପଢ଼ନ୍ତୁ...ମୁମ୍ବାଇ ପାଖରୁ ମ୍ୟାଚ୍‌ ଛଡ଼ାଇ ଆଣିଲା ଲକ୍ଷ୍ନୌ, ୧୨ ରନ୍‌ରେ ଜିତିଲା ଏଲଏସ୍‌ଜି

ଶୁକ୍ରବାର ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌ ସୁପରଜାଏଣ୍ଟସ ମୁମ୍ବାଇ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୦୩ ରନ କରିଥିଲା ଋଷବ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପରଜାଏଣ୍ଟସ । ୨୦୪ ରନ ଟାର୍ଗେଟ ପିଛା କରି ମୁମ୍ବାଇ ମାତ୍ର ୧୯୧ ରନ କରିବାକୁ ସକ୍ଷମ ହୋଇଥିଲା । ୧୨ ରନରେ ମ୍ୟାଚ ଜିତି ନେଇଥିଲା ଲକ୍ଷ୍ନୌ । ଚଳିତ ସିଜନରେ ଏଯାବଦ ଲକ୍ଷ୍ନୌ ୪ଟି ମ୍ୟାଚ ଖେଳିଛି । ୨ଟି ବିଜୟ ସହ ପଏଣ୍ଟ ଟେବୁଲ ଷଷ୍ଠ ସ୍ଥାନରେ ରହିଛି ଦଳ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.