ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

IPL 2025 : ବଦଳିଲା ନିୟମ, ନିଲାମ ପୂର୍ବରୁ ୬ ଖେଳାଳି ରଖିପାରିବେ ଫ୍ରାଞ୍ଚାଇଜ୍‌, ଜଣେ ଘରୋଇ ଖେଳାଳି ରଖିବା ଜରୁରି

ବେଙ୍ଗାଲୁରୁ,୨୯/୦୯: ଆଗାମୀ ଆଇପିଏଲ ମେଗା ନିଲାମ ପାଇଁ ସମସ୍ତ  ନିୟମ ଲାଗୁ କରାଯାଇଛି । ଆଇପିଏଲ୍‌  ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ ଅବସରରେ  ନିଲାମ ଓ ଖେଳାଳି ପ୍ରତିଧାରଣ ପାଇଁ ନିୟମ ଲାଗୁ କରାଯାଇଛି । ନିଲାମ ପୂର୍ବରୁ ପ୍ରତ୍ୟେକ  ଫ୍ରାଞ୍ଚାଇଜ ସର୍ବାଧିକ ୬ଜଣ ଖେଳାଳି ପ୍ରତିଧାରଣ  କରିବାକୁ ଅନୁମତି ମିଳିଛି । ୬ଜଣ ଖେଳାଳିଙ୍କ  ମଧ୍ୟରେ ଜଣେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି  ନଥିବା ଘରୋଇ ଖେଳାଳି ରହିବା ଜରୁରି । 

ଏଥର ନିଲାମ ପାଇଁ ପ୍ରତି ଫ୍ରାଞ୍ଚାଇଜ୍‌ଙ୍କୁ  ୧୨୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।  ପୂର୍ବରୁ ନିଲାମ ପର୍ସ ପାଇଁ ପ୍ରଦାନ କରାଯାଉଥିଲା  ୧୦୦ କୋଟି ଟଙ୍କା । ଏଥର ୨୦କୋଟି ଟଙ୍କା ବୃଦ୍ଧି  କରାଯାଇଛି । ଫ୍ରାଞ୍ଚାଇଜମାନେ ୬ଜଣ ଖେଳାଳି  ପ୍ରତିଧାରଣ କଲେ ଏହି ବାବଦରେ ସେମାନଙ୍କ ପର୍ସରୁ ମୋଟ୍‌ ୭୯ କୋଟି ଟଙ୍କା କାଟ୍‌ କରାଯିବ ।  ବାକି ୪୧ କୋଟି ଟଙ୍କା ସହ ଫ୍ରାଞ୍ଚାଇଜ୍‌ମାନେ  ନିଲାମ ପ୍ରକ୍ରିୟାରେ ସାମିଲ ହେବେ । 

ଲାଗୁ କରାଯାଇଥିବା ନିୟମ ଅନୁଯାୟୀ  ଫ୍ରାଞ୍ଚାଇଜ୍‌ ୫ଜଣ ଖେଳାଳି ରଖିଲେ ଏହି ବାବଦରେ  ପର୍ସରୁ ମୋଟ୍‌ ୭୫କୋଟି ଟଙ୍କା କାଟ ହେବ। ପ୍ରତିଧାରଣରେ ପ୍ରଥମ ଖେଳାଳିଙ୍କ ମୂଲ୍ୟ ୧୮କୋଟି  ଟଙ୍କା, ଦ୍ୱିତୀୟ ଖେଳାଳି ମୂଲ୍ୟ ୧୪କୋଟି ଓ ତୃତୀୟ  ଖେଳାଳି ମୂଲ୍ୟ ୧୧କୋଟି ଟଙ୍କା ରଖାଯାଇଛି । ଏହାପରେ ଅତିରିକ୍ତ ୨ଜଣ ଖେଳାଳିଙ୍କୁ  ରଖିବାକୁ ହେଲେ ପ୍ରଥମ ଖେଳାଳିଙ୍କ ପାଇଁ  ୧୮କୋଟି ଓ ଦ୍ୱିତୀୟ ଖେଳାଳିଙ୍କ ପାଇଁ  ୧୪କୋଟି ଟଙ୍କା ବ୍ୟୟ କରିବାକୁ ହେବ ।  

ନିଲାମ ପୂର୍ବରୁ ୫ଜଣ ଖେଳାଳି ପ୍ରତିଧାରଣ  କରିବାକୁ ହେଲେ ଫ୍ରାଞ୍ଚାଇଜ୍‌ଙ୍କୁ ପର୍ସରୁ  ୭୫କୋଟି ଟଙ୍କା ବ୍ୟୟ କରିବାକୁ ହେବ । ଷଷ୍ଠ ସ୍ଥାନ ପାଇଁ କେବଳ ଅନ୍ତର୍ଜାତୀୟ  କ୍ରିକେଟ୍‌ ଖେଳିନଥିବା ଘରୋଇ ଖେଳାଳି ଯୋଗ୍ୟ  ବିବେଚିତ ହେବେ । ଏହି ଖେଳାଳିଙ୍କ ପାଇଁ  ଫ୍ରାଞ୍ଚାଇଜଙ୍କୁ ୪କୋଟି ଟଙ୍କା ବ୍ୟୟ କରିବାକୁ ହେବ । 

ଧୋନିଙ୍କ ପାଇଁ ଫେରିଲା ନିୟମ: ୨୦୦୮  ସିଜନରୁ ଆଇପିଏଲ୍‌ରେ ଏକ ନିୟମ ଲାଗୁ  କରାଯାଇଥିଲା । କୌଣସି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାର ୫ବର୍ଷ ପରେ ଚାହିଁଲେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇପାରିବ । ସେମାନଙ୍କୁ ଘରୋଇ ଖେଳାଳି ତାଲିକାରେ ସ୍ଥାନ ମିଳିବ । ଲାଗୁ କରାଯାଇଥିବା ଏହି ନିୟମ  ଅନୁଯାୟୀ କୌଣସି ଅବସରପ୍ରାପ୍ତ ଖେଳାଳି  ୫ବର୍ଷ ପରେ ଆଇପିଏଲ ଖେଳିପାରିନଥିଲେ ।  ଫଳରେ ୨୦୨୧ ସିଜନ ନିଲାମ ପୂର୍ବରୁ  ଏହି ନିୟମକୁ ପ୍ରତ୍ୟାହାର କରାଯାଇଥିଲା । ଚେନ୍ନାଇ ସୁପରକିଙ୍ଗ୍‌ସ ଏଥର ମହେନ୍ଦ୍ର  ସିଂହ ଧୋନିଙ୍କୁ ଖେଳାଇବାକୁ ଯୋଜନା କରୁଛି ।  ତେଣୁ ତାଙ୍କୁ ଘରୋଇ ଖେଳାଳି ଭାବେ ଦଳରେ  ରଖିବା ପାଇଁ ଲକ୍ଷ୍ୟ ରଖି ଉକ୍ତ ନିୟମକୁ ପୁନର୍ବାର  ଲାଗୁ କରିବାକୁ ବିସିସିଆଇ ନିକଟରେ ଅନୁରୋଧ  କରିଥିଲା । ରବିବାର ବୈଠକ ଅବସରରେ ଉକ୍ତ  ନିୟମକୁ ପୁନର୍ବାର ଲାଗୁ କରାଯାଇଛି । ଫଳ  ସ୍ୱରୂପ ସୁପରକିଙ୍ଗ୍‌ସ ଚାହିଁଲେ ଧୋନିଙ୍କୁ  ପ୍ରତିଧାରଣ କରିପାରିବ ଏବଂ ଏଥିପାଇଁ  ଫ୍ରାଞ୍ଚାଇଜ୍‌କୁ ମାତ୍ର ୪କୋଟି ଟଙ୍କା ବ୍ୟୟ କରିବାକୁ  ହେବ ।

ସୂଚନାଯୋଗ୍ୟ, ୨୦୨୨ ମେଗା ନିଲାମ  ପୂର୍ବରୁ ସୁପରକିଙ୍ଗ୍‌ସ ଧୋନିଙ୍କୁ ୧୨କୋଟି ଟଙ୍କା  ମୂଲ୍ୟରେ ରଖିଥିଲା । ସେ ୨୦୨୦ରେ ଅନ୍ତର୍ଜାତୀୟ  କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । 

ହଟିବନି ଇମ୍ପାକ୍ଟ ପ୍ଲେୟାର ନିୟମ 

୨୦୨୩  ସିଜନରେ ଲାଗୁ କରାଯାଇଥିବା ଇମ୍ପାକ୍ଟ ପ୍ଲେୟାର  ନିୟମକୁ ଗତ ସିଜନରେ ତୀବ୍ର ସମାଲୋଚନା  କରାଯାଇଥିଲା । ଏହି ନିୟମ ହଟାଇବାକୁ ରୋହିତ  ଶର୍ମା, ବିରାଟ କୋହଲିଙ୍କ ସମେତ ଅନେକ  ଖେଳାଳି ମତ ଦେଇଥିଲେ । ଆଜି ବୈଠକରେ  ବହୁ ଆଲୋଚନା ପରେ ଏହି ନିୟମକୁ କାଏମ  ରଖିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.