ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଆଇପିଏସ ସ୍ତରରେ ଅଦଳବଦଳ, ସୁରେଶ ଦେବ ଦତ୍ତ ସିଂ ହେଲେ ଟ୍ବିନ ସିଟି ପୋଲିସ କମିଶନର

ଭୁବନେଶ୍ବର, ୨୯।୯ : ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି।  ଭୁବନେଶ୍ବର –କଟକ ଟ୍ବିନ ସିଟି କମିଶନରେଟ ପୋଲିସ କମିଶନର ବଦଳିଛନ୍ତି। ଟ୍ବିନ ସିଟି ପୋଲିସ କମିଶନର ସଞ୍ଜିବ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସୁରେଶ ଦେବ ଦତ୍ତ ସିଂହଙ୍କୁ  ଟ୍ବିନ ସିଟି ପୋଲିସ କମିଶନର ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ସଞ୍ଜିବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଟ୍ରେନିଂ ଏକାଡେମୀକୁ ନିର୍ଦ୍ଦେଶକ ଭାବେ ବଦଳି  କରାଯାଇଛି। ସେହିପରି ଉମାଶଙ୍କର ଦାସଙ୍କୁ ଟ୍ବିନସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ବ ଦିଆଯାଇଛି।

ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ  ମିଳିଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌. ପି କୋଚେଙ୍କୁ ଗୁଇନ୍ଦା ନିର୍ଦେଶକ କରାଯାଇଛି। ସେହିପରି ଏ.କେ ରାୟଙ୍କୁ ଜେଲ୍‌ ବିଭାଗ ଡିଜି,  ଏସ୍‌.ଏମ୍‌ ନରୱଣେଙ୍କୁ  ପ୍ରିଣ୍ଟିଂ ଷ୍ଟେସନାରୀ ଓ ପବ୍ଲିକେସନ୍‌ ନିର୍ଦ୍ଦେଶକ,  ବିନୟତୋଷ ମିଶ୍ରଙ୍କୁ  ସିଆଇଡି-ସିବି ଏଡିଜି, ରାଧାକିଷନ ଶର୍ମାଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ,  ସନ୍ତୋଷ ବାଲା ହେଲେ ଏସ୍‌ସିଆରବି  ଏସ୍‌ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। 

ଅରୁଣ ବୋଥ୍ରା ରେଲୱେ ଓ ସୀମା ସୁରକ୍ଷା ଏଡିଜି,  ଦୟାଲ ଗଙ୍ଗୱାର ପୋଲିସ ମୁଖ୍ୟାଳୟ ଏଡିଜିପି,  ରାଜେଶ କୁମାର ସାପ୍ ଏଡିଜିପି, ଏସ୍‌ ସାଇନି CAW&CWର ଆଇଜି ହେଲେ ନିଯୁକ୍ତ କରାଯାଇଛି। ସଞ୍ଜୟ କୌଶଲଙ୍କୁ ଭିଜିଲାନ୍ସ  ଆଇଜି, ଦୀପକ କୁମାର ହେଲେ ଅଗ୍ନିଶମ ଓ ହୋମଗାର୍ଡ  ଆଇଜି,  ଜୟନାରାୟଣ ପଙ୍କଜ ହେଲେ ଆଇଜି ଅପରେସନ, ଅନୁପ ସାହୁଙ୍କୁ  ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଟ୍ରେନିଂ ଏକାଡେମୀ ଆଇଜି,  ଅଭିନେଶ କୁମାର SAPର ଡିଆଇଜି ଭାବେ ଦାୟିତ୍ବ ଦିଆଯାଇଛ।

ସେହିପରି ସାର୍ଥକ ଷଡ଼ଙ୍ଗୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି,  ନୀତିଶେଖର ଦକ୍ଷିଣପଞ୍ଚିମାଞ୍ଚଳ ଡିଆଇଜି, ସତ୍ୟଜିତ ନାୟକ ପୂର୍ବାଞ୍ଚଳ ଡିଆଇଜି, ବ୍ରିଜେଶ ରାୟ ପଞ୍ଚିମାଞ୍ଚଳ ଡିଆଇଜି, ଚରଣସିଂହ ମୀନା ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି। 

ପ୍ରକାଶ ଆର୍‌ କ୍ରାଇମବ୍ରାଞ୍ଚ୍‌ ଡିଆଇଜି,  ଅଖିଳେଶ୍ବର ସିଂହ ଡିଆଇଜି ଅପରେସନ,  ପାରୁଲ ଗୁପ୍ତାଙ୍କୁ ଡିଆଇଜି କମ୍ପ୍ୟୁଟର ଭାବେ  ଅବସ୍ଥାପିତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.