ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସରକାରୀ ତଥ୍ୟ ପାକିସ୍ତାନକୁ ବିକ୍ରି ଅଭିଯୋଗରେ ଇଞ୍ଜିନିୟରଙ୍କୁ ବାନ୍ଧିଲା ଗୁଇନ୍ଦା ବିଭାଗ...

Published By : Bijay Swain | March 19, 2025 11:35 PM

Image courtesy: indiatoday

ନୂଆଦିଲ୍ଲୀ: ବିଟକଏନ୍ ପେମେଣ୍ଟ ବଦଳରେ ଭାରତର ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମ୍ବେଦନଶୀଳ ସୂଚନାକୁ ପାକିସ୍ତାନକୁ ବିକ୍ରି କରିବା ଅଭିଯୋଗରେ ଗାଜିଆବାଦର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗ ଗିରଫ କରିଛି। ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତି ଜଣକ ରାଜ୍ୟ ସରକାରଙ୍କ ଅଧିନରେ ବରିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଜଣାପଡିଛି। ତାଙ୍କ ନାମ ଦୀପରାଜ ଚନ୍ଦ୍ରନ ବୋଲି ଜଣାପଡିଛି। ସେ କାର୍ଯ୍ୟାଳୟ ଲେଆଉଟ୍, ବରିଷ୍ଠ ଅଧିକାରୀ ଏବଂ ଉତ୍ପାଦନ ବ୍ୟବସ୍ଥା ସହିତ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିବରଣୀକୁ ଶତ୍ରୁ ରାଷ୍ଟ୍ର ହାତରେ ଟେକିଦେଇଥିବା ସନ୍ଦେହ କରାଯାଉଛି।

ଲିକ୍ ହୋଇଥିବା ବିବରଣୀରେ ଭାରତ ସହ ସମ୍ୱଦ୍ଧୀୟ ବିଭିନ୍ନ ଯୋଗାଯୋଗ ଓ ରାଡାର, ଫ୍ରେମୱାର୍କ ସମ୍ୱଦ୍ଧିୟ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସମ୍ୱଦ୍ଧରେ ସୂଚନା ରହିଥିବା ଜଣାପଡିଛି। ତେବେ ଗୁଇନ୍ଦା ବିଭାଗ ଏନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି। 

ବିଭିନ୍ନ ସୁତ୍ରରୁ ମିଲିଥିବା ଖବର ଅନୁଯାୟି, ଅଭିଯୁକ୍ତ ଜଣଙ୍କ ପାକିସ୍ତାନକୁ ନିଜ ଖବର ପଠାଇବା ପାଇଁ ଇମେଲ, ହ୍ୱାଟସଆପ ଓ ଟେଲିଗ୍ରାମ ଭଳି ଯୋଗାଯୋଗ ଚ୍ୟାନେଲର ବ୍ୟବହାର କରିଥିଲେ। ଏହି ଚ୍ୟାନେଲ ଗୁଡିକ ଦ୍ୱାରା ଯୋଗାଯୋଗ ଏନକ୍ରିପଟେଡ ହେଉଥିବାରୁ ଏହା ସମ୍ୱଦ୍ଧରେ ଗୁଇନ୍ଦା ବିଭାଗ ପ୍ରଥମେ କୈଣସି ସୂଚନା ପାଇପାରି ନଥିଲା। ତେବେ ଅଭିଯୁକ୍ତ ଜଣଙ୍କ ଏକ ଇମେଲ ଆଇଡି ଖୋଲି ସେଥିରେ ଆବଶ୍ୟକିୟ ଡକ୍ୟୁମେଣ୍ଟ ଡ୍ରାଫ୍ଟ କରିଦେଉଥିଲେ। ପାକିସ୍ତାନରେ ବସିଥିବା ଏଜେଣ୍ଟଙ୍କ ନିକଟରେ ତାଙ୍କ ଆଇଡି ପାସୱାର୍ଡର ଆକ୍ସେସ ଥିବାରୁ ସେମାନେ ଆବଶ୍ୟକିୟ ଡକ୍ୟୁମେଣ୍ଟ ଡାଉନଲୋଡ କରିନେଉଥିଲେ ବୋଲି ଗୁଇନ୍ଦା ବିଭାଗ ଅନୁମାନ କରୁଛି। କାରଣ ଇମେଲ ଯୋଗେ ସିଧାସଳଖ ଯୋଗାଯୋଗ କରିଥିଲେ ସେ ନିଶ୍ଚୟ ଗୁଇନ୍ଦା ବିଭାଗର ରାଡାରରେ ଆସିଥାନ୍ତା ବୋଲି ଜଣାପଡିଛି। 

ଏହି ମାମଲାକୁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ବର୍ତ୍ତମାନ ରାଜ୍ୟ କର୍ତ୍ତୃପକ୍ଷଙ୍କଠାରୁ ମାମଲାଟିକୁ ଗ୍ରହଣ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ଜଣାପଡିଛି। ଅଧିକାରୀମାନେ ଚନ୍ଦ୍ରନଙ୍କ ସହ ଏହି କାମରେ ହାତ ଥିବା ସନ୍ଦେହରେ ଆଉ ଦୁଇ ଜଣଙ୍କୁ ମଧ୍ୟ ଖୋଜୁଥିବା ଜଣାପଡିଛି। ଯାହାକୁ ନେଇ ବର୍ତ୍ତମାନ ଅଭିଯୁକ୍ତ ଚନ୍ଦ୍ରନଙ୍କୁ ପଚରାଉଚରା ଜାରି ରହିଛି ବୋଲି ଜଣାପଡିଛି। ଅଭିଯୁକ୍ତ ଜଣକ ଦୀର୍ଘ ସମୟ ଧରି ପାକିସ୍ତାନକୁ ସୂଚନା ଯୋଗାଇ ଆସୁଥିଲା ବୋଲି ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଜାତୀୟ ସୁରକ୍ଷା ଉଲ୍ଲଂଘନ ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।

କେନ୍ଦ୍ରିୟ ବିଭାଗ ଅଭିଯୁକ୍ତ ଚନ୍ଦ୍ରନଙ୍କ କୈଣସି ବିଦେଶୀ ଟଙ୍କା କାରବାର ଉପରେ ନଜର ରଖିଛନ୍ତି। ଏପର୍ଯ୍ୟନ୍ତ ଯାଏଁ ଏନେଇ କୈଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ। ତେବେ ଏନେଇ ଗୁଇନ୍ଦା ବିଭାଗ ନିଜ ତଦନ୍ତ ଜାରି ରଖିଛି ବୋଲି ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.