ଭୁବନେଶ୍ୱର, ୨୭।୯: ଇ-କେୱାଇସି ପରେ ନୂଆ ରାସନ କାର୍ଡ । ଏବେ ଇ-କେୱାଇସିରେ ଚିହ୍ନଟ ହେବେ ଅଯୋଗ୍ୟ ହିତାଧିକାରୀ । ଲୋକଙ୍କୁ ରାସନ କାର୍ଡ ବଣ୍ଟନ ନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଆଧାର କାର୍ଡ ନଥିଲେ ହିତାଧିକାରୀ ରାସନ କାର୍ଡରୁ ବଞ୍ଚିତ ହେବେ । ମନ୍ତ୍ରୀ ରହିଛନ୍ତି, ଇ-କେୱାଇସି ପାଇଁ ପର୍ୟ୍ୟାପ୍ତ ସମୟ ଦିଆଯାଇଛି ।
ସେପଟେ ବନ୍ୟା ଯୋଗୁଁ ପିଆଜ ଦର ବଢ଼ିଥିବା ସୂଚନା । ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ନାଫେଡ୍ ଜରିଆରେ ଲୋକଙ୍କୁ ପିଆଜ ଦିଆଯାଇଛି । ସୁଲଭ ଦରରେ ପିଆଜ ଦେବାକୁ ବ୍ୟବସ୍ଥା ମଧ୍ୟ ହୋଇଛି । ଖୁବ୍ ଶୀଘ୍ର ବଜାରରେ ପିଆଜ ଦର କମିବ ବୋଲି କୁହାଯାଉଛି ।