ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

୩୦ ଏୟାରବସ୍‌ ଏ୩୫୦-୩୯୦ ବିମାନ କ୍ରୟ ନେଇ ଅର୍ଡର ଦେଲା ଇଣ୍ଡିଗୋ, ସବୁ ଦୂରଗାମୀ ସ୍ଥାନକୁ କରିପାରିବ ଯାତ୍ରା

ନୂଆଦିଲ୍ଲୀ,୨୬/୦୪: ଇଣ୍ଟରଗ୍ଲୋବ ଆଭିଏସନ ଲିମିଟେଡ ବା ଇଣ୍ଡିଗୋ ୩୦ ଏୟାରବସ୍‌ ଏ୩୫୦-୩୯୦ ବିମାନ କ୍ରୟ ନେଇ ଅର୍ଡର ଦେଇଛି । ଏହା ଦ୍ୱାରା କମ୍ପାନି ୱାଇଡ ବଡି ଏୟାରକ୍ରାଫ୍ଟ କ୍ଷେତ୍ରରେ ଏଣ୍ଟ୍ରି କରିବ । କମ୍ପାନି ଷ୍ଟକ୍‌ ବଜାରକୁ ଏ ସମ୍ପର୍କରେ ସୂଚନା ଦେଇଛି । ଏହି ବିମାନ ଗୁଡିକରେ ରୋଲ୍‌ସ ରଏସ ଟ୍ରେଣ୍ଟ ଏକ୍ସଡବ୍ଲ୍ୟବି ଇଞ୍ଜିନ ରହିବ । ୨୦୨୭ ବେଳକୁ ଏହି ବିମାନ ସବୁର ଡେଲିଭରି  ମିଳିବ । ଏହା ଦ୍ୱାରା ଇଣ୍ଡିଗୋକୁ ନିଜ ନେଟୱର୍କ ବିସ୍ତାର କରିବା  ସୁଯୋଗ ମିଳିବ । ୩୦ ବିମାନ କ୍ରୟ ବାଦ୍‌ ଇଣ୍ଡିଗୋ ୭୦ ଅତିରିକ୍ତ  ଏ୩୫୦ ବିମାନ କ୍ରୟ ନେଇ ମଧ୍ୟ ଚୁକ୍ତି କରିଛି । 

ବିମାନ ସବୁ ଦୂରଗାମୀ ସ୍ଥାନଗୁଡିକୁ ଉଡ଼ାଣ ଭରିପାରିବ । ଏହା ଦ୍ୱାରା କମ୍ପାନି  ଏୟାର ଇଣ୍ଡିଆ ସହ ପ୍ରତିଯୋଗିତା କରିବାକୁ ସକ୍ଷମ ହୋଇପାରିବ ।  ଏବେ ଇଣ୍ଡିଗୋ ପାଖରେ ପ୍ରାୟ ୩୫୦ ବିମାନ ରହିଛି । ବର୍ତ୍ତମାନ ଏହା ୧୯୦୦ରୁ ଉଦ୍ଧ୍ୱର୍ ଫ୍ଲାଇଟ ପରିଚାଳନା  କରୁଛି । ୮୧ ଡୋମେଷ୍ଟିକ ଡେଷ୍ଟିନେସନ ସହ ୩୨ ଅନ୍ତର୍ଜାତୀୟ ଡେଷ୍ଟିନେସନକୁ ଏହା କଭର କରୁଛି ।  ଭାରତରେ ଏହି ବିମାନ କମ୍ପାନି ନିକଟରେ ୬୦% ବଜାର ଅଂଶ ରହିଛି । ୨୦୩୦ ସୁଦ୍ଧା ନିଜ କ୍ଷମତାକୁ  ଦୁଇ ଗୁଣ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜ ସ୍ଥିତି ମଜବୁତ କରିବା ଲକ୍ଷ୍ୟ ରଖିଛି କମ୍ପାନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.