ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ହାଇଦ୍ରାବାଦ ଓ ମୁମ୍ବାଇକୁ ବିମାନସେବା କେବେ? ନିଷ୍ପତ୍ତି ଅପେକ୍ଷାରେ ଇଣ୍ଡିଗୋର ବିମାନସେବା

ଝାରସୁଗୁଡ଼ା,୨୯/୦୯: ଝାରସୁଗୁଡ଼ାରୁ ବିମାନସେବା ସଂପ୍ରସାରିତ ହେଉନାହିଁ ।  ନୂତନ ସେକ୍ଟର୍‌ରେ ବିମାନ ଚଳାଚଳକୁ  ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ  ନାହିଁ । ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ  ଭୁବନେଶ୍ୱର ଆଦି ଚାରିଟି ସେକ୍ଟର୍‌ରେ ବିମାନ  ଚଳାଚଳ କରୁଥିବା ବେଳେ ହାଇଦ୍ରାବାଦ ଏବଂ  ମୁମ୍ବାଇକୁ ବିମାନସେବା ପୁନଃ ଆରମ୍ଭ କରିବା  ସମ୍ଭବ ହୋଇନାହିଁ । ଘରୋଇ ବିମାନସେବା  ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ହାଇଦ୍ରାବାଦ  ଏବଂ ମୁମ୍ବାଇ ସେକ୍ଟର୍‌ରେ ବିମାନ ଚଳାଚଳ  କରିବା ଲାଗି ଇଚ୍ଛୁକ ଥିଲେ ବି ଏଯାଏଁ କୌଣସି  ସଂକେତ ମିଳିନାହିଁ । ଇଣ୍ଡିଗୋ ପକ୍ଷରୁ ନେଟୱାର୍କ  ପ୍ଲାନିଂ ଟିମ୍‌ ଫାଇଲ କାର୍ଯ୍ୟ ଆଗକୁ ବଢ଼ାଇଥିଲେ  ବି ନିଷ୍ପତ୍ତି ଅପେକ୍ଷାରେ ରହିଛି । ଝାରସୁଗୁଡ଼ାରେ  ପ୍ରତିଷ୍ଠିତ ରାଜ୍ୟର ଏହି ଦ୍ୱିତୀୟ ବିମାନବନ୍ଦରରୁ  ବିମାନସେବା ସଂପ୍ରସାରଣ ଲାଗି ସମସ୍ତ ପ୍ରକାର  ଅନୁକୂଳ ଅବସ୍ଥା ଥିବା ସତ୍ତେ୍ୱ ଏହି ବିମାନବନ୍ଦର  ପ୍ରତି ଅବହେଳା ଅସନ୍ତୋଷ ବୃଦ୍ଧି କରୁଛି । 

୨୦୧୮ ମସିହାରେ ଝାରସୁଗୁଡ଼ା ବୀର  ସୁରେନ୍ଦ୍ର ସାଏ ବିମାବନ୍ଦରର ଉଦ୍‌ଘାଟନ  ତଥା ବିମାନସେବାର ଶୁଭାରମ୍ଭ ପରେ  ହାଇଦ୍ରାବାଦକୁ ଦୀର୍ଘ ବର୍ଷ ଧରି ସ୍ପାଇସଜେଟ୍‌  ପକ୍ଷରୁ ବିମାନସେବା ଯୋଗାଇ ଦିଆଯାଉଥିଲା ।  ମାତ୍ର ସ୍ପାଇସଜେଟ୍‌ ବିମାନ ସଂଖ୍ୟା ହ୍ରାସ ପରେ  ବାଧ୍ୟ ହୋଇ ହାଇଦ୍ରାବାଦ ସେକ୍ଟରରେ ବିମାନ  ଚଳାଚଳକୁ ବନ୍ଦ କରିଥିଲା । ସେହିପରି  ମୁମ୍ବାଇକୁ ମଧ୍ୟ କିଛି ଦିନ ଲାଗି ସ୍ପାଇସଜେଟ୍‌  ପକ୍ଷରୁ ବିମାନସେବା ଆରମ୍ଭ ହୋଇଥିଲା ।  ମାତ୍ର କୌଣସି କାରଣରୁ ତାହା ମଧ୍ୟ ଶେଷରେ  ବନ୍ଦ ହୋଇଥିଲା । ମହାମାରୀ କୋଭିଡ୍‌ ନୂତନ ସେକ୍ଟରରେ ବିମାନ ଚଳଚଳ କ୍ଷେତ୍ରରେ  ସବୁଠାରୁ ବଡ଼ ଅନ୍ତରାୟ ସାଜିଥିଲା । ମାତ୍ର  କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ସୁଧାର ପରେ ଇଣ୍ଡିଗୋର ଝାରସୁଗୁଡ଼ାକୁ ପ୍ରବେଶ ସହ ଏବେ  ସୁଦ୍ଧା ଦିଲ୍ଲୀ, କୋଲକାତା ଏବଂ ବେଙ୍ଗାଲୁରୁ  ସେକ୍ଟରରେ ଇଣ୍ଡିଗୋ ବିମାନ ଚଳାଚଳ କରୁଛି ।  ମାତ୍ର ଅନ୍ୟ ଯେଉଁସବୁ ନୂତନ ସେକ୍ଟରରେ  ବିମାନ ଚଳାଚଳ ନେଇ ପୂର୍ବରୁ ସଙ୍କେତ  ଦେଇ ସାରିଛି ସେସବୁ ଆରମ୍ଭ ହେବା  ନେଇ ବିଳମ୍ବ ଘଟୁଥିବାରୁ ଯାତ୍ରୀ ମହଲରେ  ଅସନ୍ତୋଷ ଦେଖାଦେଇଛି । 

ନୂତନ ଇଣ୍ଡିଗୋର ବିମାନସେବା  ଆରମ୍ଭ ନ ହେବା ପଛରେ ଅନ୍ୟ ଏକ  କାରଣକୁ ନେଇ ମଧ୍ୟ ଏଠାରେ ଚର୍ଚ୍ଚା  ରହିଛି । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରରେ ଥିବା ଏୟାର୍‌ ଟ୍ରାଫିକ କଣ୍ଟ୍ରୋଲ୍‌  (ଏଟିସି)ରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ  ଅଭାବ ଏ ଦିଗରେ ଅନ୍ୟତମ କାରଣ ବୋଲି  କୁହାଯାଉଛି । ଏବେ ଏଟିସିରେ ମାତ୍ର ୮ ଜଣ  କର୍ମଚାରୀ ରହିଛନ୍ତି । ଯେଉଁମାନେ ଦିନକୁ  ଚାରି ଘଣ୍ଟା କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି ।  ୨୪ ଘଣ୍ଟା ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟ ଲାଗି ଅନ୍ୟୁନ  ଆଉ ୪ ଜଣ ଷ୍ଟାଫଙ୍କ ଆବଶ୍ୟକତା ରହିଛି ।  ଯାହାକି ଏଯାଏଁ ହୋଇ ପାରିନାହିଁ । 

ଇଣ୍ଡିଗୋର  ବିମାନ ସଂଖ୍ୟା ଯଥେଷ୍ଟ ନ ଥିବାରୁ ସନ୍ଧ୍ୟା ତଥା  ରାତ୍ରିରେ ହିଁ ଝାରସୁଗୁଡ଼ା-ହାଇଦ୍ରାବାଦ ଏବଂ  ଝାରସୁଗୁଡ଼ା-ମୁମ୍ବାଇ ସେକ୍ଟରରେ ବିମାନସେବା  ସମ୍ଭବ ହେବ ବୋଲି କୁହାଯାଉଛି । ମାତ୍ର ରାତ୍ରିରେ  ଏଟିସିରେ କର୍ମଚାରୀ ଅଭାବ ଇଣ୍ଡିଗୋକୁ  ରାତ୍ରିରେ ସ୍ଲଟ ପ୍ରଦାନରେ ସମସ୍ୟା ସୃଷ୍ଟି  କରୁଛି ବୋଲି ବିଶେଷଜ୍ଞଙ୍କ ମତ । ଝାରସୁଗୁଡ଼ା  ବିମାନବନ୍ଦରରେ ସକାଳେ ସ୍ଲଟ୍‌ ଲାଗି ସୁବିଧା  ଥିଲେ ହେଁ ଇଣ୍ଡିଗୋ ପାଖରେ ସେ ସମୟରେ  ବିମାନ ଉପଲବ୍ଧ ନ ହେବାରୁ ଏହି ସେବା ଆରମ୍ଭ  ହୋଇ ପାରୁନାହିଁ । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସମସ୍ୟା ଦୂର ହେବା ସହ ନୂତନ ସେକ୍ଟରରେ  ଆସନ୍ତା ଡିସେମ୍ବର ଅବା ଜାନୁଆରୀରୁ ଇଣ୍ଡିଗୋର ବିମାନସେବା ଆରମ୍ଭ ହୋଇଯିବ ବୋଲି ଇଣ୍ଡିଗୋର ଜଣେ ଅଧିକାରୀ ଆଶା ପୋଷଣ  କରିଛନ୍ତି । ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏ ଦିଗରେ ପ୍ରତିକ୍ରିୟା ମିଳି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.