ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୭/୦୯: ଓଡ଼ିଶାରେ  କମିବ ରେଳ ଦୁର୍ଘଟଣା । ସେଥିପାଇଁ ରାଜ୍ୟର  ବିଭିନ୍ନ ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା  ପ୍ରଣାଳୀ । ତେବେ ପ୍ରାଥମିକ ଭାବେ ଖଡ଼ଗପୁରରୁ  ରାଣୀତାଲ ଓ ଭଦ୍ରକରୁ ପଲାସା ରୁଟ୍‌ରେ ଏହି  କବଚ ସୁରକ୍ଷା ନେଇ କାମ ହେବ । ଏହା ସହିତ  ହାଓଡ଼ା-ମୁମ୍ବାଇ ମୁଖ୍ୟ ଲାଇନରେ ଖଡ଼ଗପୁରରୁ  ଝାରସୁଗୁଡ଼ା ମଧ୍ୟରେ ବଣ୍ଡମୁଣ୍ଡା ଓ ରାଉରକେଲା  ଷ୍ଟେସନ ମଧ୍ୟରେ ବି କବଚ ସୁରକ୍ଷା ପ୍ରଣାଳୀ  ରହିବ । ଆଗାମୀ ଦିନରେ କବଚ ଯୁକ୍ତ ରେଳ  ଲାଇନ ହେବ ଓଡ଼ିଶାର ଅଧିକାଂଶ ରେଳରାସ୍ତା ।  

ରେଳରେ କବଚ ସୁରକ୍ଷା ବ୍ୟବସ୍ଥା ଏକ  ସମ୍ପୂର୍ଣ ସ୍ୱଦେଶୀ ଟ୍ରେନ୍‌ ସୁରକ୍ଷା ପ୍ରଣାଳୀ । ଏହା  ଲାଗିବା ଦ୍ୱାରା ଗୋଟିଏ ଟ୍ରେନ୍‌ ସାମ୍ନାକୁ ଆଉ ଗୋଟେ  ଟ୍ରେନ୍‌ ଆସିଗଲେ ଆପେ ଆପେ ବ୍ରେକ ଲାଗିଯିବ ।  ସେହିପରି ଟ୍ରାକ୍‌ର ଗତି ସୀମାଠାରୁ ଅଧିକରେ  ଟ୍ରେନ ଚାଲୁଥିଲେ ତାକୁ ମଧ୍ୟ କମାଇ ଦେଇଦେବ ।  ଲେଭଲ୍‌ କ୍ରସିଂରେ ଆପେ ଆପେ ହର୍ଣ୍ଣ ବାଜିବ ।  ଟ୍ରାକ୍‌ରେ କିଛି ବାଧା ଥିଲେ ଟ୍ରେନ ଅଟକି ଯିବ । ଟ୍ରାକ  ଚେଞ୍ଜ କଲେ, ଗତି ଧୀର କରିବା ସହ ସବୁ କବଚ  ଦ୍ୱାରା ହେବ । ଏହା ପ୍ରତି ଇଞ୍ଜିନ୍‌, ଟ୍ରାକରେ ଲାଗେ  ଏବଂ ଜିପିଏସ ସହ ଲିଙ୍କ୍‌ ରହେ । ଚଳିତ ଆର୍ଥିକ  ବର୍ଷରେ ଭାରତୀୟ ରେଳ ମନ୍ତ୍ରଣାଳୟର ବଜେଟ ୨  ଲକ୍ଷ ୫୫ ହଜାର ୩୯୩ କୋଟି ଟଙ୍କା ଥିବା ବେଳେ  ସେଥିରୁ ୪୦ ପ୍ରତିଶତ ଅର୍ଥାତ ୧.୦୮ କୋଟି  କେବଳ ରେଳ ସୁରକ୍ଷା ପାଇଁ ବଣ୍ଟନ କରାଯାଇଛି । 

 ସେଥିରେ ଗୁରୁତ୍ୱପୂ୍‌ର୍ଣ୍ଣ କବଚ ଟ୍ରେନ ସୁରକ୍ଷା  ପ୍ରଣାଳୀ ଲଗାଇବା ରେଳ ମନ୍ତଣାଳୟ ପାଇଁ ବଡ଼  ଆହ୍ୱାନ ଭାବେ ଉଭା ହୋଇଛି । ତଥାପି ଭାରତୀୟ  ରେଳବାଇର ୬୮ ହଜାର କିଲୋମିଟର ଟ୍ରାକ୍‌ରୁ  କେବଳ ୧୪୬୫ କିମି ଏବେ ପର୍ଯ୍ୟନ୍ତ କବଚ ଯୁକ୍ତ  ହୋଇପାରିଛି । ଏବେ ଯୁଦ୍ଧକାଳୀନ ଭିତ୍ତିରେ ଦେଶର  ଅତ୍ୟଧିକ ଟ୍ରାଫିକ ଥିବା ରୁଟ୍‌ଗୁଡିକରେ କବଚ ପାଇଁ  ଟେଣ୍ଡର ଆହ୍ୱାନ କରାଯାଉଛି । ଦେଶର ଅନ୍ୟ ରୁଟ୍‌  ଭଳି ଓଡ଼ିଶାରେ ଆସୁଥିବା ସ୍ୱର୍ଣ୍ଣିମ ଚତୁର୍ଭୁଜ ରୁଟ୍‌ରେ  ମଧ୍ୟ କବଚ ଲାଗିବ । ଦକ୍ଷିଣ ପୂର୍ବ ରେଳପଥ  ଅନ୍ତର୍ଗତ ଖଡ଼ଗପୁରରୁ ରାଣୀତାଲ ପର୍ଯ୍ୟନ୍ତ  ଏବଂ ପୂର୍ବତଟ ରେଳପଥ ପକ୍ଷରୁ ରାଣୀତାଲ,  ଭଦ୍ରକରୁ ପଲାସା ପର୍ଯ୍ୟନ୍ତ ଏହାର କାର୍ଯ୍ୟ  କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.