ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

IPL 2025: ଆଜି ସୁପରକିଙ୍ଗ୍‌ସ-ଦିଲ୍ଲୀ କ୍ୟାପିଟାଲ୍ସ ଟକ୍କର, ମନ୍ଥର ଚିପକ୍‌ରେ ଲେଗ୍‌ ସ୍ପିନ୍‌ ଲଢ଼େଇ

Published By : Prameya | April 5, 2025 9:11 AM

ଚେନ୍ନାଇ,୦୫/୦୪: ଚଳିତ  ଆଇପିଏଲ୍‌ର ୧୭ତମ ଲିଗ୍‌  ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ପରାଜିତ  ହୋଇଥିବା ସୁପରକିଙ୍ଗ୍‌ସ ଆଜି ବିଜୟଧାରାକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ସେହିପରି  ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ପଏଣ୍ଟ  ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାର  ସୁଯୋଗ ରହିଛି । ଫଳରେ   ଚିପକ୍‌ ଷ୍ଟାଡ଼ିୟମ୍‌ରେ ଏକ ସଂଘର୍ଷପୂର୍ଣ୍ଣ  ମୁକାବିଲା ଦେଖିବାକୁ ମିଳିବ । 

ସିଜନ ଆରମ୍ଭରୁ ଚିପକ ଷ୍ଟାଡ଼ିୟମ୍‌ର ପିଚ୍‌କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ସୁପରକିଙ୍ଗ୍‌ସ ଏହି ଗ୍ରାଉଣ୍ଡ୍‌ରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳି ସାରିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ହାସଲ କରିଥିଲେ ହେଁ ସୁପରକିଙ୍ଗ୍‌ସକୁ ସଂଘର୍ଷ କରିବାକୁ ପଡ଼ିଥିଲା । ମାତ୍ର ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦଳ ପରାଜିତ ହୋଇଥିଲା । କୋଚ୍‌ ଷ୍ଟିଫାନ ଫ୍ଲେମିଂ ପିଚ୍‌କୁ ସମାଲୋଚନା କରିଥିଲେ । ଦ୍ୱିତୀୟ ଭାଗରେ ପିଚ୍‌ ମନ୍ଥର ହେଉଥିବାରୁ ବ୍ୟାଟିଂ କଷ୍ଟକର ହେଉଛି ।

ଆଜି ଅପରାହ୍ଣରେ ମ୍ୟାଚ୍‌ ଥିବାରୁ ଚିପକ ଷ୍ଟାଡ଼ିୟମ୍‌ର ମନ୍ଥର ପିଚ୍‌ରେ ସ୍ପିନ୍‌ ବୋଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଉଭୟ ଦଳର ରିଷ୍ଟ ସ୍ପିନର ନଜରରେ ରହିବେ । ସୁପରକିଙ୍ଗ୍‌ସ ପକ୍ଷରୁ ଏଥର ଖେଳୁଥିବା ନୂର ଅହମ୍ମଦ ପ୍ରଥମ ୩ଟି ମ୍ୟାଚ୍‌ରୁ ୯ଟି ୱିକେଟ୍‌  ଅକ୍ତିଆର କରିସାରିଛନ୍ତି। ସେହିପରି  ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ୨ଟି ମ୍ୟାଚ୍‌ରୁ ୫ଟି ୱିକେଟ୍‌ ନେଇଛନ୍ତି । 

ପୂର୍ବ ରେକର୍ଡ ସୁପରକିଙ୍ଗ୍‌ସ ପକ୍ଷରେ ରହିଥିଲେ ହେଁ ଅକ୍ଷର ପଟେଲଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ  ଏଥର ଚମତ୍କାର ପ୍ରଦର୍ଶନ କରୁଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୦ଥର ଭେଟି ସାରିଛନ୍ତି । ଏଥିରୁ ସୁପରକିଙ୍ଗ୍‌ସ ୧୯ଟି ଓ ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ଲେଖାଏଁ  ମ୍ୟାଚ୍‌ ଜିତିଛନ୍ତି । ଗତ ସିଜନରେ  ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା । 

ସୁପରକିଙ୍ଗ୍‌ସର ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଚମକ ଦେଖାଇ ନାହାନ୍ତି ।  ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଲୟକୁ ଫେରିବାକୁ ସଂଘର୍ଷ କରୁଛି । ଓପନର ଭାବେ ରାହୁଲ ତ୍ରିପାଠୀ ମଧ୍ୟ  ନିରାଶ କରିଛନ୍ତି । ଅଧିନାୟକ ଋତୁରାଜ ଗାଏକୱାଡ୍‌ ଆହତ ହେବା ପରେ ଦଳର  ଚିନ୍ତା ବଢ଼ି ଯାଇଛି । ସେହିପରି ଦିଲ୍ଲୀ  କ୍ୟାପିଟାଲ୍ସର ସବୁ ଖେଳାଳି ଫର୍ମରେ ରହିଛନ୍ତି । କେଏଲ ରାହୁଲ ଫେରିବା ପରେ ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଛି । ଉଭୟ ଦଳର ବୋଲିଂ ବିଭାଗ  ସନ୍ତୁଳିତ ରହିଥିବାରୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହେଉଛି । 

ଚିପକ ଷ୍ଟାଡ଼ିୟମ୍‌ର ପିଚ ସ୍ପିନରଙ୍କୁ ବେଶ୍‌ ସହାୟତା କରୁଛି । ନୂଆ ବଲ୍‌ରେ ମଧ୍ୟ ସ୍ପିନର ସଫଳ ହେଉଛନ୍ତି ।  ଏଠାରେ ସତର୍କତାର ସହ ବ୍ୟାଟିଂ  କଲେ ବଡ଼ ସ୍କୋର ହୋଇପାରିବ ।  ଅପରାହ୍ଣରେ ମ୍ୟାଚ୍‌ ରହିଥିବାରୁ  ଟସ୍‌ ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ ।  ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଆଶା କରାଯାଇପାରେ ।

ସମ୍ଭାବ୍ୟ ଦ୍ବାଦଶ

ସୁପରକିଙ୍ଗ୍‌ସ: ରଚିନ ରବିନ୍ଦ୍ର, ଡେଭନ କନୱେ, ରାହୁଲ  ତ୍ରିପାଠୀ, ଋତୁରାଜ ଗାଏକୱାଡ (ଅଧିନାୟକ), ଶିବମ ଦୁବେ, ବିଜୟ ଶଙ୍କର, ରବିନ୍ଦ୍ର ଜାଡ଼େଜା, ମହେନ୍ଦ୍ର ସିଂହ ଧୋନି, ଅଂଶୁଲ କାମ୍ବୋଜ, ଆର ଅଶ୍ୱିନ, ଖଲିଲ ଅହମ୍ମଦ, ନୂର ଅହମ୍ମଦ, ମଥିଶା ପତିରଣା । 

ଦିଲ୍ଲୀ କ୍ୟାପିଟାଲ୍ସ: ଫାଫ ଡୁ  ପ୍ଲେସି, ଜେକ ଫ୍ରେଜର-ମ୍ୟାକ  ଗର୍କ, ଅଭିଷେକ ପୋରେଲ/ କରୁଣ ନାଏର, କେଏଲ ରାହୁଲ,  ଅକ୍ଷର ପଟେଲ (ଅଧିନାୟକ),  ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା,  ବିପ୍ରଜ ନିଗମ, କୁଲଦୀପ ଯାଦବ,  ମିଚେଲ ଷ୍ଟାର୍କ, ମୁକେଶ କୁମାର,  ମୋହିତ ଶର୍ମା/ଟି ନଟରାଜନ ।

ମୁମ୍ବାଇ ପାଖରୁ ମ୍ୟାଚ୍‌ ଛଡ଼ାଇ ଆଣିଲା ଲକ୍ଷ୍ନୌ, ୧୨ ରନ୍‌ରେ ଜିତିଲା ଏଲଏସ୍‌ଜି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.